Categories: ଫୁରସତ

ହୀରାଠୁ ମହଙ୍ଗା ଏଇ ପାରା

ପାରା, ଏକ ସାଧାରଣ ପକ୍ଷୀ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ନିକଟରେ ଏକ ପାରାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଇଛି। ଏହାପରଠାରୁ ଉକ୍ତ ପାରା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏକ ରିପୋର୍ଟ ମୁତାବକ ଏହି ପାରାଟି ହେଉଛି ବେଲଜିୟମ୍‌ର, ଯାହାର ନାଁ ନ୍ୟୁ କିମ୍‌ ଅଟେ। ଏହା ଏକ ରେସର୍‌ ପାରା। ଏହାକୁ ୨୩୭ ଡଲାର୍‌ରେ ନିଲାମୀ ପାଇଁ ରଖା ଯାଇଥିଲା। କିନ୍ତୁ ଚାଇନାର ଜଣେ ବ୍ୟକ୍ତି ଏହାକୁ ୧୯ ଲକ୍ଷ ଡଲାର ତଥା ୧୪ କୋଟି ୧୫ ଲକ୍ଷ ଟଙ୍କାରେ କିଣିନେଲେ। ଏହି ପାରାଟି ୨୦୧୮ ଫ୍ରାନ୍ସରେ ଆୟୋଜିତ ଏକ ରେସ୍‌ରେ ବିଜୟୀ ହୋଇଥିଲା। ଏହାପରଠାରୁ ଏହାର ମୂଲ୍ୟ ବଢି ଯାଇଥିଲା। ଚାଇନାରେ ପାରା ରେସ୍‌ର କ୍ରେଜ୍‌ ରହିଛି। ଘୋଡା ରେସ୍‌ ଭଳି ଏହି ରେସ୍‌ର ମଧ୍ୟ ଲୋକେ ଭରପୂର ମଜା ଉଠାଇଥାଆନ୍ତି। ତେଣୁ ସେ ଏହି ପାରାଟିକୁ ଏତେ ମୂଲ୍ୟରେ କିଣିନେଲେ। ସାଧାରଣତଃ ପୁରୁଷ ପାରାର ଦାମ ମାଈ ପାରାଠୁ ଅଧିକ ହୋଇଥାଏ। କିନ୍ତୁ ଏହି ଧାରାକୁ ବଦଳାଇ ପ୍ରଥମଥର ଏକ ମାଈ ପାରା ଏତେ ମୂଲ୍ୟରେ ବିକ୍ରି ହୋଇଛି।

Share