ରତନ ଟାଟାଙ୍କ ଡ୍ରିମ ପୋଜେକ୍ଟ ଟାଟା ନାନୋକୁ ପ୍ରସ୍ତୁତ କରିଥିଲେ ଏହି ବ୍ୟକ୍ତି, ଏବେ ଅଛନ୍ତି ଇଡି

ନୂଆଦିଲ୍ଲୀ,୧୪।୧୨: ରତନ ଟାଟା ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଭାରତୀୟ ଶିଳ୍ପପତିମାନଙ୍କ ମଧ୍ୟରୁ ଅନ୍ୟତମ। ସାରା ବିଶ୍ୱରେ ସମସ୍ତେ ରତନ ଟାଟାଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରନ୍ତ। ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟ ଟାଟା ନାନୋ ସେତେବେଳ ସମୟରେ ମାର୍କେଟରେ ଖୁବ୍‌ ଲୋକପ୍ରିୟ ହୋଇଥିଲା। ଲୋକଙ୍କ ଚାହିଦା ଅନୁସାରେ ଏହାର ବିକ୍ରି ମଧ୍ୟ ଅଧିକ ହେଉଥିଲା। ତେବେ ରତନ ଟାଟାଙ୍କ ଏହି ଡ୍ରିମ ପୋଜେକ୍ଟର ସଫଳ ରୂପକାର କିଏ ଜାଣନ୍ତି। ସେ ହେଲେ ଗିରିଶ ୱାଗ। ସେ ହିଁ ଟାଟା ନାନୋକୁ ଡିଜାଇନ କରିଥିଲେ।

ବର୍ତ୍ତମାନ ସେ ଟାଟା ମୋଟର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେବା ସହ ଟାଟା ମୋଟର୍ସ କମର୍ସିଆଲ ଭେଇକିଲ୍ସର ଚେୟାରମ୍ୟାନ ମଧ୍ୟ ଅଛନ୍ତି। ରତନ ଟାଟାଙ୍କ ସ୍ବପ୍ନର କାର୍‌ ଡିଜାଇନ କରିଥିବା ଗିରିଶ ୱାଗ ପୁଣେର ମୂଳ ବାସିନ୍ଦା ଅଟନ୍ତି। ସେ ମହାରାଷ୍ଟ୍ର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ମେକାନିକାଲ ଇଞ୍ଜିନିୟର ଏବଂ ମୁମ୍ବାଇ ବି-ସ୍କୁଲ ଏସପି ଜୈନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ରିସର୍ଚ୍ଚରୁ ମ୍ୟାନୁଫ୍ୟାକ୍ଚରିଂରେ ମାଷ୍ଟର କରିଛନ୍ତି। ଟାଟା ନାନୋ ପୂର୍ବରୁ, ୱାଗ ଲୋକପ୍ରିୟ ଟାଟା ଏସ ମିନି ଟ୍ରକ ଡିଜାଇନ ପାଇଁ ଜଣାଶୁଣା ଥିଲେ। ୧୯୯୭ରେ ସେ ଇଣ୍ଡିକା ଭେଣ୍ଡର ଡେଭଲପଟିମର ଏକ ଅଂଶ ମଧ୍ୟ ଥିଲେ।

ଗିରିଶ ୱାଗ IDEA ଇନଷ୍ଟିଚ୍ୟୁଟ ଓ ଟାଟା ଡିଜାଇନ ଷ୍ଟୁଡିଓ ସହିତ ଟାଟା ନାନୋରେ କାମ କରିବା ଆରମ୍ଭ କରିଥିଲେ। ୨୦୦୮ରେ ସେ ଟାଟା ନାନୋ ଲଞ୍ଚ କରିଥିଲେ। ୨ ସିଲିଣ୍ଡର ଇଞ୍ଜିନ ଦ୍ୱାରା ଚାଳିତ ଟାଟା ନାନୋର ଦାମ ସେତେବେଳେ ୧ଲକ୍ଷ ଟଙ୍କା ଥିଲା। ଆରମ୍ଭରୁ ଏହି କାର ଭଲ ବିକ୍ରି ହୋଇଥିଲା। କିନ୍ତୁ ସମୟ ସାଥିରେ ଏହା ବିକ୍ରି ହ୍ରାସ ପାଇବାକୁ ଲାଗିଲା। ପରେ କମ୍ପାନୀ ଏହାକୁ ବନ୍ଦ କରିଦେଇଥିଲା। ତେବେ ଏହି ମଡେଲ ଆଗକୁ ନୂଆ ରୂପରେ ମାର୍କେଟରେ ଲଞ୍ଚ କରିବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri