Posted inଫୁରସତ

ପାଟନାର ଏହି ବ୍ୟକ୍ତି ହେଉଛନ୍ତି ଶାମ୍ପୁର ଜନକ, ଗୁଗୁଲ ବି କରିଛି ସଲାମ

ବର୍ତ୍ତମାନ ସମୟରେ ଆମେ ଚୁଟିରେ କ୍ଲିନିଂ ପ୍ଲସ, ଡୋଭ, ହେଣ୍ଡ ଆଣ୍ଡ ସେଲଣ୍ଡରର୍ସ ଭଳି ବିଦେଶୀ ଶାମ୍ପୁ ବ୍ୟବହାର କରୁଛେ। ହେଲେ କ’ଣ ଆପଣ ଜାଣନ୍ତି ଶାମ୍ପୁୁର ଆବିଷ୍କାର ଭାରତରେ ହିଁ ହୋଇଥିଲା। ୬୦୦ ବର୍ଷ ପୂର୍ବରୁ ଆମ ଦେଶରେ ଏହାର ବ୍ୟବହାର ହେଉଛି। ଏହାକୁ ଲୋକମାନଙ୍କ ପାଖକୁ ପହଞ୍ଚାଇବାର ଶ୍ରେୟ ଦୀନ ମହମ୍ମଦଙ୍କୁ ଯାଏ।

୧୭୫୯ରେ ପାଟନାର ଏକ ବାରିକ ପରିବାରରେ ଦୀନ ମହମ୍ମଦଙ୍କ ଜନ୍ମ। ସେ ସାଧାରଣ ଭାବେ ଚୁଟି କାଟିବାରେ ସନ୍ତୁଷ୍ଟ ହେଉ ନ ଥିଲେ। ଏଥିଲାଗି ସେ ହର୍ବାଲ ମିଶ୍ରଣ ଏବଂ ସାବୁନ ସହ ପରୀକ୍ଷାନିରୀକ୍ଷା କରିବା ଆରମ୍ଭ କରିଥିଲେ। ସେ ମୁଣ୍ଡରେ ତେଲ ମାଲିସ ଭଳି ଶାମ୍ପୁ ବାଥ୍‌ର ଆରମ୍ଭ କରିଥିଲେ। ଏହାଦ୍ୱାରା ସେ ଚୁଟିକୁ ହର୍ବାଲ ଉପାୟରେ ଉପଚାର କରୁଥିଲେ। ନିଜର କାମ ଯୋଗୁ ସେ ବ୍ରିଟେନ୍‌ର ଦୁଇଜଣ ରାଜାଙ୍କ ଶାମ୍ପୁ ସର୍ଜନ ମଧ୍ୟ ଥିଲେ।

ମହମ୍ମଦ ନିଜର ସ୍ତ୍ରୀ ଏବଂ ପିଲାଙ୍କୁ ନେଇ ଇଂଲଣ୍ଡ ଚାଲି ଯାଇଥିଲେ। ସେଠାରେ ସେ ମହମ୍ମଦ ବାଥ୍ସ ନାମକ ଏକ ସ୍ପା ଆରମ୍ଭ କରିଥିଲେ। ୨୦୧୯ରେ ଗୁଗୁଲ ଏହି ବ୍ୟକ୍ତିତ୍ୱଙ୍କ ଉପରେ ଡୁଡୁଲ୍‌ ପ୍ରସ୍ତୁତ କରି ତାଙ୍କୁ ମନେପକାଇଥିଲା। ସେ ‘ସାମ୍ପୁଇଂ ଅର୍‌ ଦ ବେନିଫିଟ୍ସ ରେଜଲ୍ଟିଂ ଫ୍ରମ୍‌ ଦ ୟୁଜ୍‌ ଅଫ୍‌ ଇଣ୍ଡିଆନ୍‌ ମେଡିକେଟେଡ୍‌ ଭେପର୍‌ ବାଥ’ ନାମକ ପୁସ୍ତକ ମଧ୍ୟ ଲେଖିଛନ୍ତି।
ତେବେ ଭାରତରେ ଦୁନିଆ ଭଳି କେମିକାଲ ଯୁକ୍ତ ଶାମ୍ପୁର ବ୍ୟବହାର ୧୯୦୦ରୁ ଆରମ୍ଭ ହୋଇଥିଲା। ପ୍ରଥମେ ‘ଚିକ୍‌’ ସାମ୍ପୁ ବଜାରକୁ ଆସିଥିଲା। ଏହା ଶସ୍ତା ଥିବା ଯୋଗୁ ଖୁବ୍‌ କମ୍‌ ଦିନରେ ଲୋକପ୍ରିୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri