Posted inଫୁରସତ

ଏକାସାଙ୍ଗରେ ହଜାର ହଜାର କୁମ୍ଭୀରଙ୍କୁ ଖାଇବାକୁ ଦିଅନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ…

କୁମ୍ଭୀର ଏମିତି ଏକ ପ୍ରାଣୀ ଯାହାକୁ ସମସ୍ତେ ଭୟ କରନ୍ତି। କେହି ତା’ ସାମ୍ନାକୁ ଯିବାକୁ ସାହସ କରନ୍ତି ନାହିଁ। ଭୁଲ୍‌ବଶତଃ ଯଦି କେହି ଚାଲିଯାଏ ତେବେ ତା’ର ଫେରିବା ବାଟ ମଧ୍ୟ ହୋଇଯାଏ। ମାତ୍ର ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଲୋକ ଗୋଟିଏ କି ଦୁଇଟି ନୁହେଁ, ଏକାସାଙ୍ଗରେ ହଜାର ହଜାର କୁମ୍ଭୀରଙ୍କୁ ନିର୍ଭୟରେ ଖାଇବାକୁ ଦେଉଛନ୍ତି। ଲୋକେ ଭିଡିଓ ଦେଖିବା ପରେ ଭୟଭୀତ ହୋଇପଡ଼ିଛନ୍ତି।

 

View this post on Instagram

 

A post shared by RRCAKE (@rizal.rayan_)

@ rizal.rayan_ ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପ୍ରାୟତଃ ପଶୁମାନଙ୍କ ସହିତ ଜଡ଼ିତ ଚମତ୍କାର ଭିଡିଓ ପୋଷ୍ଟ କରାଯାଏ। ବର୍ତ୍ତମାନ ଏହି ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ଏକାସାଙ୍ଗରେ ୧୦ ହଜାର କୁମ୍ଭୀରଙ୍କୁ ଖାଇବାକୁ ଦେଉଛନ୍ତି।

ଭିଡିଓଟି କେଉଁଠୁ ଆସିଛି ସେ ବିଷୟରେ ଯଦିଓ ଜଣାପଡ଼ିନାହିଁ। ମାତ୍ର ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସମସ୍ତ କୁମ୍ଭୀର ଏକ ଏନ୍‌କ୍ଲୋଜରରେ ପଡ଼ିଛନ୍ତି। ଏହା ଏକ ପ୍ରାଣୀ ଉଦ୍ୟାନ କିମ୍ବା କୁମ୍ଭୀର ପାର୍କ ପରି ଲାଗୁଛି। ସେହି ବ୍ୟକ୍ତିଙ୍କ କାମ ହେଉଛି କୁମ୍ଭୀରମାନଙ୍କୁ ଖାଇବାକୁ ଦେବା। ସେ ତାଙ୍କ ହାତରେ ଏକ ବାକ୍ସ ଧରିଛନ୍ତି ଯେଉଁଥିରେ ମାଂସ ଖଣ୍ଡ ଅଛି। ସେ ବାକ୍ସ ସହିତ ଭିତରକୁ ଯିବାବେଳେ ସମସ୍ତ କୁମ୍ଭୀରମାନେ ଏକତ୍ର ହୋଇ ତାଙ୍କ ଆଡ଼କୁ ଚାଲିଆସୁଛନ୍ତି। ଅନେକ କୁମ୍ଭୀର ବ୍ୟକ୍ତିଙ୍କ ପାଦ ଉପରେ ଚଢ଼ିଯାଉଛନ୍ତି। ଏହି ବ୍ୟକ୍ତି ଜୋତା ପିନ୍ଧିଥିଲେ ଯେପରି କୁମ୍ଭୀରମାନେ ତାଙ୍କର କ୍ଷତି କରିପାରିବେ ନାହିଁ।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୪ ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ଏହା କେତେ ବିପଜ୍ଜନକ କଥା! ଆଉ ଜଣେ କହିଛନ୍ତି, ଯଦି ଦିନେ ସେହି କୁମ୍ଭୀରମାନେ ତାଙ୍କୁ ଆକ୍ରମଣ କରନ୍ତି ତେବେ କ’ଣ ହେବ? ଅନ୍ୟ ଜଣେ କହିଛନ୍ତି, ବାହାରେ ଖାଦ୍ୟ ରଖିବା ଭଲ, ଭିତରକୁ ଯିବାର ଆବଶ୍ୟକତା କାହିଁକି?


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri