Odisha Elections 2024
Posted inଫୁରସତ

ଏକାସାଙ୍ଗରେ ହଜାର ହଜାର କୁମ୍ଭୀରଙ୍କୁ ଖାଇବାକୁ ଦିଅନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ…

କୁମ୍ଭୀର ଏମିତି ଏକ ପ୍ରାଣୀ ଯାହାକୁ ସମସ୍ତେ ଭୟ କରନ୍ତି। କେହି ତା’ ସାମ୍ନାକୁ ଯିବାକୁ ସାହସ କରନ୍ତି ନାହିଁ। ଭୁଲ୍‌ବଶତଃ ଯଦି କେହି ଚାଲିଯାଏ ତେବେ ତା’ର ଫେରିବା ବାଟ ମଧ୍ୟ ହୋଇଯାଏ। ମାତ୍ର ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଲୋକ ଗୋଟିଏ କି ଦୁଇଟି ନୁହେଁ, ଏକାସାଙ୍ଗରେ ହଜାର ହଜାର କୁମ୍ଭୀରଙ୍କୁ ନିର୍ଭୟରେ ଖାଇବାକୁ ଦେଉଛନ୍ତି। ଲୋକେ ଭିଡିଓ ଦେଖିବା ପରେ ଭୟଭୀତ ହୋଇପଡ଼ିଛନ୍ତି।

 

View this post on Instagram

 

A post shared by RRCAKE (@rizal.rayan_)

@ rizal.rayan_ ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପ୍ରାୟତଃ ପଶୁମାନଙ୍କ ସହିତ ଜଡ଼ିତ ଚମତ୍କାର ଭିଡିଓ ପୋଷ୍ଟ କରାଯାଏ। ବର୍ତ୍ତମାନ ଏହି ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ଏକାସାଙ୍ଗରେ ୧୦ ହଜାର କୁମ୍ଭୀରଙ୍କୁ ଖାଇବାକୁ ଦେଉଛନ୍ତି।

ଭିଡିଓଟି କେଉଁଠୁ ଆସିଛି ସେ ବିଷୟରେ ଯଦିଓ ଜଣାପଡ଼ିନାହିଁ। ମାତ୍ର ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସମସ୍ତ କୁମ୍ଭୀର ଏକ ଏନ୍‌କ୍ଲୋଜରରେ ପଡ଼ିଛନ୍ତି। ଏହା ଏକ ପ୍ରାଣୀ ଉଦ୍ୟାନ କିମ୍ବା କୁମ୍ଭୀର ପାର୍କ ପରି ଲାଗୁଛି। ସେହି ବ୍ୟକ୍ତିଙ୍କ କାମ ହେଉଛି କୁମ୍ଭୀରମାନଙ୍କୁ ଖାଇବାକୁ ଦେବା। ସେ ତାଙ୍କ ହାତରେ ଏକ ବାକ୍ସ ଧରିଛନ୍ତି ଯେଉଁଥିରେ ମାଂସ ଖଣ୍ଡ ଅଛି। ସେ ବାକ୍ସ ସହିତ ଭିତରକୁ ଯିବାବେଳେ ସମସ୍ତ କୁମ୍ଭୀରମାନେ ଏକତ୍ର ହୋଇ ତାଙ୍କ ଆଡ଼କୁ ଚାଲିଆସୁଛନ୍ତି। ଅନେକ କୁମ୍ଭୀର ବ୍ୟକ୍ତିଙ୍କ ପାଦ ଉପରେ ଚଢ଼ିଯାଉଛନ୍ତି। ଏହି ବ୍ୟକ୍ତି ଜୋତା ପିନ୍ଧିଥିଲେ ଯେପରି କୁମ୍ଭୀରମାନେ ତାଙ୍କର କ୍ଷତି କରିପାରିବେ ନାହିଁ।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୪ ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ଏହା କେତେ ବିପଜ୍ଜନକ କଥା! ଆଉ ଜଣେ କହିଛନ୍ତି, ଯଦି ଦିନେ ସେହି କୁମ୍ଭୀରମାନେ ତାଙ୍କୁ ଆକ୍ରମଣ କରନ୍ତି ତେବେ କ’ଣ ହେବ? ଅନ୍ୟ ଜଣେ କହିଛନ୍ତି, ବାହାରେ ଖାଦ୍ୟ ରଖିବା ଭଲ, ଭିତରକୁ ଯିବାର ଆବଶ୍ୟକତା କାହିଁକି?


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri