Categories: ଖେଳ

ଟିମ୍‌ ଇଣ୍ଡିଆର ବଡ ପ୍ରଶଂସକ ହେଲେ ପାକିସ୍ତାନର ଏହି ବ୍ୟକ୍ତି, ମ୍ୟାଚ୍‌ ଦେଖିବାକୁ ଧୋନି ଟିକେଟ ଦିଅନ୍ତି …

ବର୍ଷ ବର୍ଷ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଏହାର ପ୍ରଭାବ କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିଥାଏ। ଉଭୟ ଦଳ ମଧ୍ୟରେ କୌଣସି ମ୍ୟାଚ୍‌ ଅନୁଷ୍ଠିତ ହେଲେ ତାହା ହୃଦସ୍ପନ୍ଦନ ବଢ଼ାଇ ଦେଇଥାଏ। ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ପାକିସ୍ତାନୀ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ଭାରତୀୟ କ୍ରିକେଟ ଟିମ୍‌ର ସବୁଠାରୁ ବଡ଼ ପ୍ରଶଂସକ। ଆଗାମୀ ଦିନରେ ଭାରତରେ ବିଶ୍ୱକପ୍‌ ଖେଳାଯିବ। ଏହାପୂର୍ବରୁ ସେ ଭାରତରେ ପହଞ୍ଚି ସାରିଛନ୍ତି। ବ୍ୟକ୍ତିଜଣଙ୍କ ହେଲେ ବଶିର ଚାଚା।

ବଶିର କେବଳ ଭାରତୀୟ ଟିମ୍‌ର ବଡ ପ୍ରଶଂସକ ତାହା ନୁହେଁ, ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟ ବଡ ଫ୍ୟାନ୍‌। ସମସ୍ତେ ତାଙ୍କୁ ‘ଚାଚା ଚିକାଗୋ’ ନାମରେ ଜାଣନ୍ତି। ଧୋନୀ ତାଙ୍କୁ ମ୍ୟାଚ୍‌ ଦେଖିବା ଲାଗି ଟିକେଟ ଦେଇସାରିଛନ୍ତି। କେବଳ ଏତିକି ନୁହେଁ ଟିମ୍‌ର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ତାଙ୍କୁ ଚା’ ପିଆଇଛନ୍ତି।

‘ଚାଚା ବଶିର’ଙ୍କ ଜନ୍ମ ପାକିସ୍ତାନର କରାଚିରେ ହୋଇଥିଲା। ହେଲେ ଧୋନୀଙ୍କ ପ୍ରଶଂସକ ଭାବେ ସେ ଖ୍ୟାତ ହେବା ପରେ ନିଜ ଦେଶବାସୀଙ୍କଠାରୁ ଅଭଦ୍ର ଟିପ୍ପଣୀର ସାମ୍ନା କରିଥିଲେ। ଏହାସତ୍ତ୍ୱେ ସେ ଭାରତୀୟ ଟିମ୍‌କୁ ପସନ୍ଦ କରିଆସୁଛନ୍ତି।

Share