Posted inଖେଳ

ଅଧିନାୟକ ହେବା ଲାଗି ଏହି ପେସ୍‌ ବୋଲର ଆଗ୍ରହୀ

ନୂଆଦିଲ୍ଲୀ, ୨୩ା୩: ବିଶିଷ୍ଟ ପେସ୍‌ ବୋଲର କାଗିସୋ ରାବାଡା କହିଛନ୍ତି, ତାଙ୍କୁ ଯଦି ତାଙ୍କ ଦେଶ ଜାତୀୟ ଦଳର ଅଧିନାୟକ ପଦବୀ ଯଚା ଯାଏ ତେବେ ସେ ତାହାକୁ ଗ୍ରହଣ କରିବା ଲାଗି ଆଗ୍ରହୀ ଅଛନ୍ତି। ଯଶପ୍ରୀତ ବୁମ୍‌ରା ଓ ପ୍ୟାଟ୍‌ କୁମିନ୍ସଙ୍କ ସହିତ ରାବାଡା ବର୍ତ୍ତମାନ ସୟମର ଶ୍ରେଷ୍ଠ ପେସ୍‌ ବୋଲର ଭାବେ ବିବେଚନା କରାଯାଉଛି।

କୁମିନ୍ସ ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ଥିବା ବେଳେ ବୁମ୍‌ରା ଟେଷ୍ଟ ଓ ଅନ୍ତର୍ଜାତୀୟ ଟି୨୦ରେ ଭାରତ ପାଇଁ କାମଚଳା ନେତୃତ୍ୱ ନେଇଛନ୍ତି। ରାବାଡ଼ା ବର୍ତ୍ତମାନ ଏହି ସୁଯୋଗ ନେବାକୁ ଚାହୁଁଛନ୍ତି। ଦକ୍ଷିଣ ଆଫ୍ରିକୀୟ ପେସ୍‌ ବୋଲର କହିଛନ୍ତି, ତାଙ୍କୁ ଅନେକଥର ଏହି ବିଷୟରେ ପ୍ରଶ୍ନ କରାଯାଇଛି। ଫଳତଃ ତାଙ୍କୁ ଏବିଷୟରେ ଚିନ୍ତା କରିବାକୁ ପଡୁଛି। ତେବେ ଏହି ବିଷୟରେ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) କିମ୍ବା କୋଚ୍‌ ବିଚାର କରି ଦେଖିବେ ବୋଲି ରାବାଡ଼ା କହିଛନ୍ତି।

ସୂଚନାଯୋଗ୍ୟ, ରାବାଡ଼ା ଇତିମଧ୍ୟରେ ୭୦ ଟେଷ୍ଟ ମ୍ୟାଚ ଖେଳି ୩୨୭ ଉଇକେଟ ନେଇ ସାରିଛନ୍ତି। ସେ ଆହୁରି ୧୬୮ ଅନ୍ତର୍ଜାତୀୟ ଦିନିକିଆ ଉଇକେଟ ଓ ୭୧ ଅନ୍ତର୍ଜାତୀୟ ଟି୨୦ ଉଇକେଟ ହାସଲ କରିଛନ୍ତି। ରାବାଡ଼ା ସମସ୍ତ ଫର୍ମାଟରେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ସେ କହିଛନ୍ତି, ତାଙ୍କୁ ଯଦି ଅଧିନାୟକ ଭାର ସମ୍ଭାଳିବାକୁ ସୁଯୋଗ ଦିଆଯାଏ ତେବେ ସେ କୃତଜ୍ଞ ରହିବେ। ଭାରତୀୟ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ବିଷୟରେ ପଚରାଯିବାରେ ସେ ତାହାର ଉଚ୍ଚ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, ପ୍ରଥମତଃ ବୁମ୍‌ରାଙ୍କ ବୋଲିଂ ଖୁବ୍‌ ଶାଣିତ। ତାଙ୍କ ବୋଲିଂ ଶୈଳୀ ପାରମ୍ପରିକ ନୁହେଁ। ତାଙ୍କ ଆକ୍ସନ ଖୁବ୍‌ ଅକଓ୍ବାର୍ଡ। ଏହାଦ୍ୱାରା ସେ ବ୍ୟାଟରମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri