Posted inଖେଳ

ଅଧିନାୟକ ହେବା ଲାଗି ଏହି ପେସ୍‌ ବୋଲର ଆଗ୍ରହୀ

ନୂଆଦିଲ୍ଲୀ, ୨୩ା୩: ବିଶିଷ୍ଟ ପେସ୍‌ ବୋଲର କାଗିସୋ ରାବାଡା କହିଛନ୍ତି, ତାଙ୍କୁ ଯଦି ତାଙ୍କ ଦେଶ ଜାତୀୟ ଦଳର ଅଧିନାୟକ ପଦବୀ ଯଚା ଯାଏ ତେବେ ସେ ତାହାକୁ ଗ୍ରହଣ କରିବା ଲାଗି ଆଗ୍ରହୀ ଅଛନ୍ତି। ଯଶପ୍ରୀତ ବୁମ୍‌ରା ଓ ପ୍ୟାଟ୍‌ କୁମିନ୍ସଙ୍କ ସହିତ ରାବାଡା ବର୍ତ୍ତମାନ ସୟମର ଶ୍ରେଷ୍ଠ ପେସ୍‌ ବୋଲର ଭାବେ ବିବେଚନା କରାଯାଉଛି।

କୁମିନ୍ସ ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ଥିବା ବେଳେ ବୁମ୍‌ରା ଟେଷ୍ଟ ଓ ଅନ୍ତର୍ଜାତୀୟ ଟି୨୦ରେ ଭାରତ ପାଇଁ କାମଚଳା ନେତୃତ୍ୱ ନେଇଛନ୍ତି। ରାବାଡ଼ା ବର୍ତ୍ତମାନ ଏହି ସୁଯୋଗ ନେବାକୁ ଚାହୁଁଛନ୍ତି। ଦକ୍ଷିଣ ଆଫ୍ରିକୀୟ ପେସ୍‌ ବୋଲର କହିଛନ୍ତି, ତାଙ୍କୁ ଅନେକଥର ଏହି ବିଷୟରେ ପ୍ରଶ୍ନ କରାଯାଇଛି। ଫଳତଃ ତାଙ୍କୁ ଏବିଷୟରେ ଚିନ୍ତା କରିବାକୁ ପଡୁଛି। ତେବେ ଏହି ବିଷୟରେ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) କିମ୍ବା କୋଚ୍‌ ବିଚାର କରି ଦେଖିବେ ବୋଲି ରାବାଡ଼ା କହିଛନ୍ତି।

ସୂଚନାଯୋଗ୍ୟ, ରାବାଡ଼ା ଇତିମଧ୍ୟରେ ୭୦ ଟେଷ୍ଟ ମ୍ୟାଚ ଖେଳି ୩୨୭ ଉଇକେଟ ନେଇ ସାରିଛନ୍ତି। ସେ ଆହୁରି ୧୬୮ ଅନ୍ତର୍ଜାତୀୟ ଦିନିକିଆ ଉଇକେଟ ଓ ୭୧ ଅନ୍ତର୍ଜାତୀୟ ଟି୨୦ ଉଇକେଟ ହାସଲ କରିଛନ୍ତି। ରାବାଡ଼ା ସମସ୍ତ ଫର୍ମାଟରେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ସେ କହିଛନ୍ତି, ତାଙ୍କୁ ଯଦି ଅଧିନାୟକ ଭାର ସମ୍ଭାଳିବାକୁ ସୁଯୋଗ ଦିଆଯାଏ ତେବେ ସେ କୃତଜ୍ଞ ରହିବେ। ଭାରତୀୟ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ବିଷୟରେ ପଚରାଯିବାରେ ସେ ତାହାର ଉଚ୍ଚ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, ପ୍ରଥମତଃ ବୁମ୍‌ରାଙ୍କ ବୋଲିଂ ଖୁବ୍‌ ଶାଣିତ। ତାଙ୍କ ବୋଲିଂ ଶୈଳୀ ପାରମ୍ପରିକ ନୁହେଁ। ତାଙ୍କ ଆକ୍ସନ ଖୁବ୍‌ ଅକଓ୍ବାର୍ଡ। ଏହାଦ୍ୱାରା ସେ ବ୍ୟାଟରମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri