ଉବର କ୍ୟାବରେ ବସି ଆଶ୍ଚର୍ଯ୍ୟଜନକ ଭିଡିଓ ଶେୟାର କଲେ ଏହି ବ୍ୟକ୍ତି: କହିଲେ, ମୁଁ ଏହି ଡ୍ରାଇଭରଙ୍କ ସହ ସୁରକ୍ଷିତ ନୁହେଁ

ଆଜିକାଲି ସୋସିଆଲ ମିଡିଆରେ ଏକ ଉବର କ୍ୟାବ ଡ୍ରାଇଭରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉବର କ୍ୟାବରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଇଣ୍ଟରନେଟରେ ଭିଡିଓ ଷେୟାର କରି ବ୍ୟକ୍ତି ଜଣକ ଲେଖିଛନ୍ତି ଯେ, ସେ କ୍ୟାବରେ ଡ୍ରାଇଭରଙ୍କ ସହ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି। ବ୍ୟକ୍ତିଙ୍କ ଏହି ଭାଇରାଲ ଟୁଇଟ୍‌କୁ ନେଇ ଉବର ଏବଂ ମୁମ୍ବାଇ ପୋଲିସର ପ୍ରତିକ୍ରିୟା ମିଳିଛଝି। ଭିଡିଓରେ କ୍ୟାବ ଡ୍ରାଇଭର ଗାଡି ଚଳାଇବା ସମୟରେ ଫୋନରେ ଏକ ଭିଡିଓ ଦେଖୁଥିବାର ନଜର ଆସିଛନ୍ତି।
ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରାଯାଇଛି। ଭିଡିଓ ଶେୟାର କରିବାବେଳେ ଏଥିରେ କ୍ୟାପସନରେ ଲେଖାଯାଇଛି, ଆଜିକାଲି ଉବରରେ ଯାତ୍ରା କରିବା ସମୟରେ ମୁଁ ନିଜକୁ ସୁରକ୍ଷିତ ମଣୁନାହିଁ, ଏହାର ଡ୍ରାଇଭରମାନେ ବିପଦପୂର୍ଣ୍ଣ ଭାବେ ଗାଡି ଚଳାଉଛନ୍ତି। ଏହି ଡ୍ରାଇଭର କୋଳରେ ଫୋନରେ ଏକ ଭିଡିଓ ଦେଖୁଛନ୍ତି। ଏହା ମୁମ୍ବାଇରେ ଘଟିଛି।
ଗୋଟିଏ ପଟେ ଲୋକମାନେ ଭିଡିଓରେ ମନ୍ତବ୍ୟ ମାଧ୍ୟମରେ ଡ୍ରାଇଭରଙ୍କ ଏହି ଅସାବଧାନତା ଉପରେ ନିଜର ରାଗ ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେବାକୁ ମୁମ୍ବାଇ ପୋଲିସ ମଧ୍ୟ କହିଛି। ଅଧିକ ଘଟଣାର ତଦନ୍ତ କରାଯାଇପାରିବ ବୋଲି ପୋଲିସ ଘଟଣା ସ୍ଥଳର ଠିକଣା ମାଗିଛି।
ଉବର ଇଣ୍ଡିଆ ଏହି ପୋଷ୍ଟର ଭାଇରାଲ ହେବା ନେଇ ଉଦ୍‌ବେଗ ପ୍ରକାଶ କରିଛି ଏବଂ ଏପରି ଆଚରଣ ଗ୍ରହଣ କରାଯିବ ନାହିଁ ବୋଲି କହିଛି। ମାତ୍ର ୨୩ ସେକେଣ୍ଡର ଏହି ଭିଡିଓ ଏପର୍ଯ୍ୟନ୍ତ ୧.୫୮ ଲକ୍ଷରୁ ଅଧିକ ଥର ଦେଖାଯାଇଥିବାବେଳେ ୧ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି।

Share