Categories: ଫୁରସତ

୧୦ ସପ୍ତାହ ମଧ୍ୟରେ ଏହି ବ୍ୟକ୍ତି ୫ ଥର ନେଇ ସାରିଲେଣି କରୋନା ଟିକା, କାରଣ ଜାଣିଲେ…

କରୋନା ଭାଇରସ୍‌କୁ ଏଡ଼ାଇବା ପାଇଁ ଲୋକମାନେ ଅନେକ ସତର୍କତା ଅବଲମ୍ବନ କରୁଛନ୍ତି। ସୁଯୋଗ ପାଇବା ମାତ୍ରେ ଲୋକେ ଟିକା ନେଉଛନ୍ତି। ବିଶ୍ୱର ପ୍ରାୟ ସମସ୍ତ ଦେଶର ଲୋକମାନେ କରୋନା ଟିକା ଗ୍ରହଣ କଲେଣି। ଟିକା ଆସିବା ପରଠାରୁ ଲୋକମାନେ କରୋନା ଟିକା ନେଇ ଚାଲିଛନ୍ତି। ଭାରତରେ ପ୍ରାୟ ୬୨ କୋଟି ଲୋକଙ୍କୁ ଏହି ଟିକା ମିଳିସାରିଛି।

ନିର୍ଦ୍ଦେଶାବଳୀ ଅନୁଯାୟୀ, କରୋନା ଟିକାର ଦୁଇଟି ଡୋଜ୍‌ ସୁରକ୍ଷା ପାଇଁ ଉପଯୁକ୍ତ। କିନ୍ତୁ ଜଣେ ବ୍ୟକ୍ତି ଏପର୍ଯ୍ୟନ୍ତ ୫ଟି ଡୋଜ ନେଇସାରିଲେଣି। ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏକ ରିପୋର୍ଟ ଅନୁଯାୟୀ, ବ୍ରାଜିଲର ରିଓଡିଜେନେରିଓରେ ରହୁଥିବା ଜଣେ ବ୍ୟକ୍ତି ୧୦ ସପ୍ତାହ ମଧ୍ୟରେ ୫ଟି କରୋନା ଟିକା ନେଇଛନ୍ତି। ଯେତେବେଳେ ପ୍ରଶାସନ ଏହି ଖବର ବିଷୟରେ ସୂଚନା ପାଇଲା, ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ବ୍ୟକ୍ତି ଜାଣିଶୁଣି କରୋନା ଟିକାର ଅନେକ ଡୋଜ୍‌ ନେଉଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କରୋନା ଟିକାର ୫ ଡୋଜ୍‌ ନେବା ସତ୍ତ୍ୱେ ଏହି ବ୍ୟକ୍ତି ଭଲ ଅଛନ୍ତି। ତାଙ୍କର କୌଣସି ଅସୁବିଧା ନାହିଁ। କରୋନାର ପ୍ରଥମ ଲହର ଏବଂ ଦ୍ୱିତୀୟ ଲହରରେ ଏହା ଦେଖିବାକୁ ମିଳିଥିଲା ଯେ, ବ୍ରାଜିଲ କରୋନା ଦ୍ୱାରା ଅନେକ ଅସୁବିଧାରେ ପଡ଼ିଥିଲା। ବର୍ତ୍ତମାନ ଏଠାରେ ଟିକାର ଅଭାବ ବି ପରିଲକ୍ଷିତ ହୋଇଛି।

Share