Posted inଫୁରସତ

ଇଟା ପଥରରେ ଛେଚି ଅନେକ ଲୋକଙ୍କ ଜୀବନ ନେଇଛନ୍ତି ଏହି ବ୍ୟକ୍ତି

ଇସ୍‌ଲାମାବାଦ୍‌: ମାନବୀୟ ଇତିହାସରେ ସିରିୟଲ କିଲିଂ ଘଟଣା ସମ୍ପର୍କରେ ଅନେକ ଜାଣିଥିବେ। ଆଜି ସେହିପରି ଜଣେ ସିରିୟଲ କିଲରଙ୍କ କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ସେ ହେଉଛନ୍ତି ପାକିସ୍ତାନର ସିରିୟଲ କିଲର ଅମୀର କ୍ୱାୟାମ୍‌। ଯେ କି ପ୍ରତିଶୋଧ ନେବାକୁ ପ୍ରତିଦିନ ଲୋକଙ୍କୁ ମାରି ଚାଲିଥିଲେ। ବିଶେଷକରି ରାତିରେ ଫୁଟ୍‌ପାଥ୍‌ରେ ଶୋଇଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଅମୀର ୧୪ ଲୋକଙ୍କ ଜୀବନ ନେଇଥିଲେ। ତାହା ପୁଣି କେବଳ ଇଟା ପଥରେ ଛେଚି। କୁହାଯାଏ, ଅମୀରଙ୍କ ପିତା ଅନ୍ଧ ଥିଲେ। ଅମୀର ପିଲାଦିନରୁ ହିଂସୁକ ଥିଲେ। ଏହି କାରଣରୁ ତାଙ୍କୁ ସ୍କୁଲରୁ ମଧ୍ୟ ବାହାର କରି ଦିଆଯାଇଥିଲା। ଏହା ପରେ ତାଙ୍କ ନିଜ ଭାଇ ଭଉଣୀ ମଧ୍ୟ ତାଙ୍କୁ ଘରୁ କାଢ଼ି ଦେଇଥିଲେ। ପରେ ଅମୀର ତାଙ୍କ ମାମୁଙ୍କ ନିକଟରେ ରହୁଥିଲେ। ୨୦୦୩ରେ କେତେକ ଦୁର୍ବୃତ୍ତ ତାଙ୍କ ମାମୁ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ହତ୍ୟା କରିଥିଲେ। ସେହିଦିନଠାରୁ ଅମୀର ପ୍ରତିଶୋଧ ପରାୟଣ ହୋଇଉଠିଲେ। ୨୦୦୪ରେ ରାସ୍ତା ଉପରେ ଶୋଉଥିବା କିଛି ଲୋକଙ୍କୁ ହତ୍ୟା କରିବା ଆରମ୍ଭ କଲେ। ଅମୀର ପ୍ରାୟ ୧୪ ଜଣଙ୍କୁ ଇଟା ପଥରରେ ଛେଚି ହତ୍ୟା କରିଛନ୍ତି।
ଲାହୋରରେ ଲଗାତର ଏପରି ଘଟଣା ଘଟୁଥିବାରୁ ଏଠାରେ ରହୁଥିବା ପ୍ରାୟ ୨ ଲକ୍ଷ ଲୋକ ଭୟରେ ଘର ଛାଡ଼ି ଚାଲିଯାଇଥିଲେ। ଅମୀର ଯେଉଁ ଲୋକମାନଙ୍କୁ ହତ୍ୟା କରିଥିଲେ ସେମାନଙ୍କ ମୃତଦେହ ନିକଟରୁ ୧୦ରୁ ୩୫ କିଲୋଗ୍ରାମ ଓଜନର ପଥର ମିଳିଥିଲା। ଅମୀରଙ୍କୁ ଯେଉଁଦିନ ପୋଲିସ ଗିରଫ କଲା ସେହିଦିନ ସେ ଦୁଇ ଜଣଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ। ଏହି ଘଟଣାରେ ତତ୍‌କାଳୀନ ପୋଲିସ ଅଧୀକ୍ଷକ ଡା. ଉସ୍ମାନ୍‌ ଅନଓ୍ବର୍‌ କହିଥିଲେ, ଅମୀରଙ୍କୁ ଯେଉଁଦିନ ଗିରଫ କରାଗଲା ସେହି ରାତିରେ ସେ ଦେଖିଥିଲେ କି ଜଣେ ବ୍ୟକ୍ତି ଫୁଟପାଥରେ ଶୋଇଥିଲେ। ଅମୀର ତାଙ୍କୁ ମାରିବା ପାଇଁ ଏକ ବଡ଼ ପଥର ଉଠାଇବା ସମୟରେ ପୋଲିସ ପହଞ୍ଚି ଯାଇଥିଲା। ଫଳରେ ତାଙ୍କର ଏହି ଉଦ୍ୟମ ବିଫଳ ହୋଇଥିଲା। ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା।
ପୋଲିସ ଯେତେବେଳେ ଅମୀରଙ୍କୁ ପଚାରିଥିଲା ତୁମେ ଲୋକଙ୍କୁ କାହିଁକି ଇଟା ପଥରରେ ଛେଚି ମାରୁଛ? ସେ ତା’ର ଉତ୍ତରରେ କହିଥିଲେ, ରାସ୍ତାରେ ମାଗଣାରେ ହାତ ହତିଆର ପଡ଼ିଛି। ତେଣୁ କ’ଣ ପାଇଁ ପଇସା ଖର୍ଚ୍ଚ କରିବି? କହିରଖୁଛୁ ଅମୀରଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri