Categories: ଫୁରସତ

ମୁଣ୍ଡରେ ଫୁଟ୍‌ବଲ ରଖି ଟାଓ୍ବାର ଉପରେ ଚଢ଼ି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି, ଭିଡିଓ ଦେଖିଲେ…

ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ପ୍ରକାରର ରେକର୍ଡ ହାସଲ କରିବାକୁ ପସନ୍ଦ କରନ୍ତି। ନାଇଜେରିଆର ଜଣେ ବ୍ୟକ୍ତି ଏକ ବିଶ୍ୱ ରେକର୍ଡ କରିଛନ୍ତି। ଏହି ବ୍ୟକ୍ତି ତାଙ୍କ ମୁଣ୍ଡରେ ବଲ୍‌ ରଖି ଏକ ରେଡିଓ ଟାଓ୍ବାର ଉପରକୁ ଚଢ଼ି ବିଶ୍ୱ ରେକର୍ଡ କରିଥିଲେ।

ଗିନିଜ ଓ୍ବାଲର୍‌ଡ ରେକର୍ଡର ରିପୋର୍ଟ ଅନୁଯାୟୀ, ନାଇଜେରିଆର ଟୋନି ସୋଲମନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମୁଣ୍ଡରେ ଫୁଟବଲ ରଖି ସର୍ବାଧିକ ସଂଖ୍ୟକ ପାହାଚ ଚଢ଼ିବାର ଏହା ହେଉଛି ରେକର୍ଡ। ଏହି ରେକର୍ଡ ହାସଲ କରିବାକୁ ସେ ରେଡିଓ ଟାଓ୍ବାର ଚଢ଼ିବାକୁ ଯୋଜନା କରିଥିଲେ। କିନ୍ତୁ ଏହି ରେକର୍ଡ କରିବା ଏତେ ସହଜ ନ ଥିଲା। କାରଣ ଏହାପୂର୍ବରୁ ସେ ନିଜ ମୁଣ୍ଡରେ ଏକ ବଲ୍‌ ଧରି ଦୀର୍ଘ ଦୂରତା ଚାଲିବାର ରେକର୍ଡ କରିଥିଲେ, ଯାହାକୁ କେହି ବିଶ୍ୱାସ କରି ନ ଥିଲେ। ଟୋନି ତାଙ୍କ ମୁଣ୍ଡରେ ଏକ ଫୁଟବଲ ଧରି ପ୍ରାୟ ୬୦ କିଲୋମିଟର ଯାତ୍ରା କରିଥିଲେ। ସେ ନାଇଜେରିଆର ଆମାସୋମାଠାରୁ ୟେନାଗୋଆ ପର୍ଯ୍ୟନ୍ତ ଚାଲିଥିଲେ।

ସେତେବେଳେ କୌଣସି ସରକାରୀ ଅନୁଷ୍ଠାନ ତାଙ୍କୁ ଏପରି କରୁଥିବାର ଦେଖି ନ ଥିଲେ। ଏହି କାରଣରୁ ସେ ନିଷ୍ପତ୍ତି ନେଇଥିଲେ ଯେ, ଗିନିଜ ଓ୍ବାଲର୍‌ଡ ରେକର୍ଡ ମାଧ୍ୟମରେ ସେ ମୁଣ୍ଡରେ ଫୁଟବଲ ରଖି ସର୍ବାଧିକ ସଂଖ୍ୟକ ପାହାଚ ଚଢ଼ି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବେ। ଗତ ମାସରେ ସେ ତାଙ୍କ ନାମରେ ଏହି ରେକର୍ଡ କରିଥିଲେ। ସେ ମୁଣ୍ଡରେ ଫୁଟବଲ ଧରି ୧୫୦ ପାହାଚ ଚଢ଼ିଥିଲେ। ସେ ଫୁଟବଲ୍‌କୁ ଧରି ସମୁଦାୟ ୨୫୦ ଫୁଟ ଉଚ୍ଚତା ଅତିକ୍ରମ କରିଥିଲେ।

ଟୋନି କହିଛନ୍ତି, ସେ ଏହି ରେକର୍ଡ ହାସଲ କରି ଅନ୍ୟମାନଙ୍କୁ ପ୍ରେରଣା ଦେବାକୁ ଚାହୁଁଛନ୍ତି। ଯାହା ଦ୍ୱାରା ସେମାନେ ମଧ୍ୟ ବହୁତ ଭଲ କାମ କରିପାରିବେ। ସେ ଦୁଇ ମାସ ପ୍ରଶିକ୍ଷଣରେ ବିତାଇଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ମାତ୍ର ସାଢ଼େ ୧୨ ମିନିଟ୍‌ରେ ଏତେ ପାହାଚ ଚଢ଼ି ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଟୋନି କହିଛନ୍ତି, ଏହା କରିବା ସହଜ ନୁହେଁ, କିନ୍ତୁ ସେ ଏହା କରିଛନ୍ତି।

Share