Posted inଜାତୀୟ

ସୁପ୍ରିମକୋର୍ଟ ବିଚାରପତି ପଦ ପାଇଁ ମନା କରିଥିଲେ ଏହି ଓକିଲ…

ନୂଆଦିଲ୍ଲୀ,୧୯।୫: ବରିଷ୍ଠ ଓକିଲ କେ.ଭି ବିଶ୍ୱନାଥନ ଶୁକ୍ରବାର ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଛନ୍ତି। ବାର୍‌ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିବା ଓକିଲଙ୍କ ମଧ୍ୟରେ ସେ ହେଉଛନ୍ତି ଦଶମ। ତେବେ ଜଷ୍ଟିସ କୁଲଦୀପ ସିଂଙ୍କ ନାମ ପୂର୍ବରୁ ଯେଉଁ ନଅ ଜଣ ଓକିଲଙ୍କ ନାଁ ସାମିଲ ଅଛି ସେଥିରେ ଜଷ୍ଟିସ କୁଲଦୀପ ସିଂ ନାମ ମଧ୍ୟ ରହିଛି। ସେ ୧୪ ଡିସେମ୍ବର ୧୯୮୮ରେ ସୁପ୍ରିମକୋର୍ଟରେ ନିଯୁକ୍ତି ହୋଇଥିଲେ। ସେହି ଦିନ ଜଷ୍ଟିସ ଏ.ଏମ୍‌ ଅହମ୍ମଦି ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ।

ଜଷ୍ଟିସ କୁଲଦୀପ ସିଂଙ୍କୁ ବାର୍‌ରୁ ନିଯୁକ୍ତ କରାଯାଇଥିଲା। ଯଦିଓ ତାଙ୍କୁ ପୂର୍ବରୁ ହାଇକୋର୍ଟର ବିଚାରପତି ହେବା ପାଇଁ ଅଫର ମିଳିଥିଲା କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଅନ୍ୟପକ୍ଷରେ ଜଷ୍ଟିସ ଅହମ୍ମଦି ଗୁଜୁରାଟ ହାଇକୋର୍ଟର ବିଚାରପତି ଥିଲେ। ସେହି ସମୟର ପରମ୍ପରା ଅନୁଯାୟୀ, ହାଇକୋର୍ଟ ବିଚାରପତିଙ୍କ ତୁଳନାରେ ବାର୍‌ରୁ ନିଯୁକ୍ତ ହୋଇଥିବା ବିଚାରପତିଙ୍କୁ ବରିଷ୍ଠ ବୋଲି ବିବେଚନା କରାଯାଉଥିଲା। ଏହା ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ, ଜଷ୍ଟିସ କୁଲଦୀପ ଆନୁଷ୍ଠାନିକ ଭାବେ ଜଷ୍ଟିସ ଅହମ୍ମଦିଙ୍କଠାରୁ ୨ମାସ ବଡ଼ ଥିଲେ।

ସୁପ୍ରିମକୋର୍ଟା ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ପୁଅ ଆଇନଜୀବୀ ଅଭିନଭ ଚନ୍ଦ୍ରଚୂଡ ପେଙ୍ଗୁଇନ ପବ୍ଲିକେସନ୍ସ ଦ୍ୱାରା ପ୍ରକାଶିତ ତାଙ୍କ ପୁସ୍ତକ ‘ସୁପ୍ରିମ ୱିସପର୍ସ’ରେ ଲେଖିଛନ୍ତି ଯେ, ଜଷ୍ଟିସ ଅହମ୍ମଦି ଏବଂ ଜଷ୍ଟିସ କୁଲଦୀପ ସିଂ ଜଷ୍ଟିସ ଭେଙ୍କଟଚଲିୟାଙ୍କ ଠାରୁ ସାନ ଥିଲେ ଯିଏ କି ଅକ୍ଟୋବର ୧୯୯୪ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବାକୁ ଯାଉଥିଲେ। ଅଭିନବ ତାଙ୍କ ବହିରେ କହିଛନ୍ତି ଯେ, ଯଦି ଜଷ୍ଟିସ କୁଲଦୀପଙ୍କୁ ଜଷ୍ଟିସ ଅହମ୍ମଦିଙ୍କ ଠାରୁ ବରିଷ୍ଠ ବୋଲି ଗଣା ଯାଉଥିଲା, ତେବେ ସେ ଅକ୍ଟୋବର ୧୯୯୪ରୁ ଡିସେମ୍ବର ୧୯୯୬ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ହୋଇଥାନ୍ତେ। ତାଙ୍କ ଅବସର ପରେ ଜଷ୍ଟିସ ଅହମଦିଙ୍କୁ କିଛି ମାସ ପାଇଁ ପ୍ରଧାନ ବିଚାରପତି ପଦ ମିଳିଥାନ୍ତା

ସେ ଲେଖିଛନ୍ତି ଯେ, ସୁପ୍ରିମକୋର୍ଟରେ ନିଯୁକ୍ତ ହେବାର କିଛି ମାସ ପୂର୍ବରୁ ଅଗଷ୍ଟ ୧୯୮୮ରେ ଜଷ୍ଟିସ କୁଲଦୀପ ସିଂଙ୍କୁ ତତ୍କାଳୀନ ପ୍ରଧାନ ବିଚାରପତି ପାଠକଙ୍କଠାରୁ ଏକ କଲ୍‌ ଆସିଥିଲା। ଜଷ୍ଟିସ ପାଠକ ତାଙ୍କୁ କହିଥିଲେ ଯେ, ଆମେ ଆପଣଙ୍କୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତ କରିବାକୁ ଚାହୁଁଛୁ। ଜଷ୍ଟିସ କୁଲଦୀପଙ୍କୁ ସେ ଆଶ୍ୱସନା ଦେଲେ ଯେ, ଶପଥ ଗ୍ରହଣ ସମାରୋହରେ ତାଙ୍କୁ ପ୍ରଥମେ ଶପଥ ଗ୍ରହଣ କରାଯିବ ଏବଂ ସେ ବରିଷ୍ଠ ରହିବେ। କିନ୍ତୁ ଶେଷ ମୁହୂର୍ତ୍ତରେ ଶପଥ ଗ୍ରହଣ କରିବାର କ୍ରମ ପରିବର୍ତ୍ତନ ହୋଇଥିଲା। ଜଷ୍ଟିସ କୁଲଦୀପଙ୍କ ପୂର୍ବରୁ ଜଷ୍ଟିସ ଅହମ୍ମଦ ଶପଥ ଗ୍ରହଣ କରିଥିଲେ।

ଶପଥ ଗ୍ରହଣ କ୍ରମ ପରିବର୍ତ୍ତନ କରିବାରେ ଗୁଜୁରାଟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏମ୍‌ପି ଠାକୁରଙ୍କ ହାତ ଥିଲା ବୋଲି ଜଷ୍ଟିସ ପାଠକ ଏବଂ ଜଷ୍ଟିସ କୁଲଦୀପ ଦୁହେଁ ସନ୍ଦେହ କରିଥିଲେ। ଜଷ୍ଟିସ ଅହମ୍ମଦିଙ୍କ ସୁପ୍ରିମକୋର୍ଟରେ ବରିଷ୍ଠ ବିବେଚନା କରିବା ପାଇଁ ସେ ଏପରି ଯୋଜନା କରିଥିଲେ। ଏହି ଘଟଣାରେ ଜଷ୍ଟିସ କୁଲଦୀପ ଏତେ ରାଗି ଯାଇଥିଲେ ଯେ ସେ ବିଚାରପତି ପଦ ପାଇଁ ଶପଥ ଗ୍ରହଣ କରିବାକୁ ମନା କରି ଦେଇଥିଲେ। କିନ୍ତୁ ପ୍ରଧାନ ବିଚାରପତି ପାଠକ ତାଙ୍କୁ କୌଣସି ପ୍ରକାରେ ବୁଝାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri