କୋଲକାତାରେ ମିଳୁଛି ବିଶ୍ୱର ସବୁଠୁ ଦାମୀ ଚା’ : ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଭିନ୍ନ କାରଣକୁ ନେଇ କୋଲକତା ଏବେ ଚର୍ଚ୍ଚାରେ ରହିଛି। ରାଜନୈତିକ ଉତ୍‌ଥାନପତନ ମଧ୍ୟରେ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି ଏହି ସହର। ଏଠାରେ ଦୁନିଆର ସବୁଠାରୁ ଦାମୀ ଚା’ ମିଳୁଛି। ଗୋଟିଏ କପ୍‌ ଚା’ର ମୂଲ୍ୟ ହେଉଛି ୧ ହଜାର ଟଙ୍କା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
ଏହି ମହଙ୍ଗା ଚା’ କୌଣସି କାଫେ ବା ରେଷ୍ଟୁରାଣ୍ଟରେ ନୁହେଁ ବରଂ ରାସ୍ତାକଡ଼ର ଏକ ଠେଲାରେ ବିକ୍ରି ହେଉଛି। କୋଲକାତାର ମୁକୁନ୍ଦପୁରର ରାସ୍ତା କଡ଼ର ଏକ ଠେଲାରେ ପାର୍ଥ ପ୍ରତିମ ମାଙ୍ଗୁଲି ଚା’ ବିକ୍ରି କରୁଛନ୍ତି। ଏହି ଚାକୁ ନେଇ ପାର୍ଥ ଏବେ ଚର୍ଚ୍ଚାରେ। ପାର୍ଥ ‘ନିରଜସ’ ନାମରେ ଏହି ଟି ଷ୍ଟଲ ଚଲାଉଛନ୍ତି। ଏହି ଟି ଷ୍ଟଲରେ ୧୨ ଟଙ୍କାରୁ ୧ ହଜାର ମୂଲ୍ୟର ଚା ମିଳୁଛି। ଏଠାରେ ଭିନ୍ନ ଭିନ୍ନ ପ୍ରକାରର ଚା’ ମିଳିଥାଏ।
୨୦୧୪ରେ ଚାକିରି ଛାଡି ପାର୍ଥ ଏହି ଟି ଷ୍ଟଲ ଆରମ୍ଭ କରିଥିଲେ। ଏଥିପାଇଁ ଅନେକ ଲୋକ ତାଙ୍କର ମଜାକ୍‌ ଉଡାଇଥିଲେ। ଆଜି ଏହି ଟି ଷ୍ଟଲ ପାଇଁ ଲୋକପ୍ରିୟ ହୋଇଛନ୍ତି। ଏଠାରେ ଯେଉଁ ଚାର ମୂଲ୍ୟ ୧ ହାଜ ଟଙ୍କା ତାହା ହେଉଛି ବୋ-ଲେ ଟି। ଏହି ଚାରେ ଯେଉଁ ପତି ବ୍ୟବହାର ହୋଇଥାଏ ତାର କିଲୋପ୍ରତି ବଜାର ମୂଲ୍ୟ ୩ ଲକ୍ଷ ଟଙ୍କା। ତେବେ ପାର୍ଥଙ୍କ ଟି ଷ୍ଟଲରେ ମିଳୁଥିବା ଚା ମଧ୍ୟରେ ରହିଛି, ସିଲଭର ନିଡ୍‌ଲେ, ହ୍ବାଇଟ୍‌ ଟି, ଲାଭେଣ୍ଡର ଟି, ଓ୍ବାଇନ୍‌ ଟି ଆଦି।

Share