ଏହି କାରଣରୁ ଫ୍ଲପ୍‌ ହୋଇଥିଲା ଫିଲ୍ମ ‘ଶମଶେରା’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କର ନୂଆ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏବେ ଚର୍ଚ୍ଚାରେ। ଫିଲ୍ମଟି ଆସନ୍ତା ୯ରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ନେଇ ଜୋରଦାର ପ୍ରମୋଶନରେ ଲାଗିପଡିଛନ୍ତି ଷ୍ଟାର୍‌କାଷ୍ଟ। ନିକଟରେ ରଣବୀର କପୁରଙ୍କ ଫିଲ୍ମ ‘ଶମ୍‌ଶେରା’ ରିଲିଜ୍‌ ହୋଇଥିଲା। କୁହାଯାଉଥିଲା ଫିଲ୍ମଟି ଭଲ ପଦର୍ଶନ କରିବା ସହ ଆଶାନୁଯାୟୀ ଆୟ ମଧ୍ୟ କରିବ। ହେଲେ ତାହା ହୋଇ ନ ଥିଲା। ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍‌ ବୋଲି ପ୍ରମାଣିତ ହୋଇଥିଲା। ତେବେ ଫିଲ୍ମ ଫ୍ଲପ୍‌ ହେବାର କାରଣ କ’ଣ ତାହାକୁ ନେଇ ରଣବୀର ଏବେ ମୁହଁ ଖୋଲିଛନ୍ତି। କହିଛନ୍ତି କି, ଫିଲ୍ମର କଣ୍ଟେଣ୍ଟ୍‌ ଭଲ ନଥିଲା। ଯାହା ଫିଲ୍ମ ଫ୍ଲପ୍‌ ହେବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ସେ ଦର୍ଶାଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆମେ ଫିଲ୍ମରେ ଭଲ କଣ୍ଟେଣ୍ଟ୍‌ ଦେବା ତେବେ ଦର୍ଶକ ଏହାକୁ ପସନ୍ଦ କରିବେ। ଲକ ଫିଲ୍ମରେ ଇମୋଶନ, ଏନ୍‌ଣ୍ଟରଟେନ୍‌ମେଣ୍ଟ, ହସ, କାନ୍ଦ ଦର୍ଶକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ଯଦି କଣ୍ଟେଣ୍ଟ୍‌ରେ ଏସବୁ ନାହିଁ ତେବେ ଫିଲ୍ମ ଚାଲିବା ମୁସ୍କିଲ।
ଚଳିତ ବର୍ଷ ରଣବୀରଙ୍କ ଆଉ ଏକ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ନେଇ ନିର୍ମାତାଙ୍କଠାରୁ ଆରମ୍ଭ କରି ଷ୍ଟାର୍‌କାଷ୍ଟଙ୍କ ମଧ୍ୟରେ ଫ୍ଲପ୍‌କୁ ନେଇ ଭୟ ରହୁଛି। ହେଲେ ‘ବ୍ରହ୍ମାସ୍ତ୍ର’କୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଦର୍ଶକ। ତେବେ ଫିଲ୍ମଟି ରିଲିଜ୍‌ ହେବା ପରେ ତାହା ଜଣାପଡିବ।

Share