Categories: ଖେଳ

ରୋହିତ ଶର୍ମାଙ୍କୁ ଥଟ୍ଟାରେ ଏମିତି କହିଦେଲେ ସ୍ତ୍ରୀ

ସାଉଥାମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ହାଇ ଭୋଲଟେଜ ଫାଇନାଲ ମ୍ୟାଚ ସାଉଥାମ୍ପଟନ୍‌ରଠାରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ଦେଇଥିଲା। ଭାରତ ପାଇଁ ରୋହିତ ଶର୍ମା ଏବଂ ଶୁବମନ ଗିଲ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମ ଉଇକେଟ ପଡ଼ିବା ପୂର୍ବରୁ ରୋହିତ ଏବଂ ଶୁଭମନ ଓପନିଂ ଉଇକେଟ ପାଇଁ ୬୨ ରନ ଯୋଡିଥିଲେ। ପ୍ରଥମ ୱିକେଟ ରୋହିତ ଶର୍ମାଙ୍କ ରୂପରେ ପଡିଥିଲା। ସେ ୬୮ବଲରେ ୩୨ ରନ ସ୍କୋର କରିବା ପରେ ରୋହିତ ପାଭିଲିୟନକୁ ଫେରିଥିଲେ। ଡ୍ରେସିଂ ରୁମ୍‌କୁ ଆସିବା ପରେ ରୋହିତ ଶର୍ମାଙ୍କୁ ଦୂରବିକ୍ଷଣ ଯନ୍ତ୍ର ସହିତ ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ରୋହିତଙ୍କ ସ୍ତ୍ରୀ ରିତିକା  ସ୍ବାମୀଙ୍କୁ ଥଟ୍ଟାରେ ଉଡାଇଥିଲେ। ରୋହିତଙ୍କ ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ଶେୟାର କରି ସେ ଲେଖିଛନ୍ତି, ଖେଳ ଦେଖୁଥିଲ ନା ଆମ ଉପରେ ନଜର ପକାଇବାକୁ ଚେଷ୍ଟା କରୁଥିଲ।

ସୂଚନାଯୋଗ୍ୟ,କିୱି ବୋଲରମାନେ ୨୧୭ ରନରେ ଭାରତୀୟ ଇନିଂସକୁ ସୀମିତ ରଖିଥିଲେ। ଭାରତ ପାଇଁ ଉପ-ଅଧିନାୟକ ଅଜିଙ୍କେ ରାହାନେ ସର୍ବାଧିକ ୪୯ ରନ ସଂଗ୍ରହ କରିଥିବାବେଳେ ଅଧିନାୟକ ବିରାଟ କୋହଲି ୪୪ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ରୋହିତ ଶର୍ମା ୩୪ ଏବଂ ଶୁଭମନ ଗିଲ ୨୮ ରନ ସ୍କୋର କରିଥିଲେ। ଅଶ୍ୱିନ ୨୨ ରନ କରିଥିଲେ ଏବଂ ଶେଷ ଉଇକେଟ ଭାବରେ ପାଭିଲିୟନକୁ ଫେରିଥିବା ରବିନ୍ଦ୍ର ଜାଡେଜା ୧୫ ରନ ସଂଗ୍ରହ କରିଥିଲେ।

Share