Categories: ଫୁରସତ

ବିବାହ ପରେ ଫଟୋ ପାଇଁ ପୋଜ୍‌ ଦେଉଥିବାବେଳେ ଘଟିଲା ଏମିତି

ଆଜିକାଲି ବିବାହରେ ଫଟୋଶୁଟ୍‌ ଏକ ଅଭିଚ୍ଛେଦ୍ୟ ଟ୍ରେଣ୍ଡ ହୋଇଗଲାଣି। ଏବେ ବିବାହ ପୂର୍ବରୁ ମଧ୍ୟ ଯୁବକ-ଯୁବତୀ ଫଟୋଶୁଟ୍‌ କରୁଥିବାର ଦେଖାଯାଏ। ଏହି ଫଟୋଶୁଟଗୁଡ଼ିକ ଦମ୍ପତିଙ୍କ ସମ୍ପର୍କର ସବୁଠାରୁ ସ୍ମରଣୀୟ ମୂହୁର୍ତ୍ତ ହୋଇଥାଏ। ନିକଟରେ ବିବାହ ଫଟୋଶୁଟ୍‌ରେ ଏକ ମଜାଳିଆ ଘଟଣା ଦେଖିବାକୁ ମିଳିଥିଲା। ଫଟୋ ପାଇଁ ପୋଜ୍‌ ଦେଉଥିବାବେଳେ ବର ଏବଂ କନ୍ୟାଙ୍କ ଗୋଡ ଖସିଯିବାରୁ ଦୁହେଁ କାଦୁଅରେ ପଡିଯାଇଥିଲେ। ସୋସିଆଲ ମିଡିଆରେ ଏହାର କିଛି ଫଟୋ ଭାଇରାଲ ହେବାରେ ଲାଗିଛ। ଫଟୋରେ ବର ଏବଂ କନ୍ୟା ବିବାହ ପୋଷାକ ପିନ୍ଧି ଠିଆ ହୋଇଥିବାର ଦେଖାଯାଇଥିଲା। ପର୍ବତର ଏକ ସୁନ୍ଦର ପୃଷ୍ଠଭୂମିରେ ସେ ଫଟୋ ପାଇଁ ପୋଜ କରୁଥିବାବେଳେ ହଠାତ୍‌ ଖସିପଡି କାଦୁଅରେ ପଡ଼ିଯାଇଥିଲେ। ମୁରାଟ ଖୁରାଇଭ ଏବଂ କାମିଲା ନାମକ ଏହି ଦମ୍ପତି କାଜାଖସ୍ତାନର ବୋଲି ଜଣାପଡିଛି। ଇନଷ୍ଟାଗ୍ରାମରେ ସେମାନଙ୍କ ବିବାହ ଫଟୋଗ୍ରାଫର ଓସ୍କାର ବୁମାଗା ଫଟୋ ଶେୟାର କରିଛନ୍ତି।

Share