Categories: ଫୁରସତ

ନିର୍ବନ୍ଧ ପରେ ଯୁବତୀଙ୍କ ସହ ଘଟିଲା ଏମିତି, ବାଧ୍ୟ ହୋଇ…

ସାଧାରଣତଃ ଲୋକମାନେ ସେମାନଙ୍କର ବିବାହକୁ ନେଇ ବହୁତ ଉତ୍ସାହିତ ଥାନ୍ତି। ଏଥିପାଇଁ ବିବାହର ପ୍ରସ୍ତୁତିରେ ମଧ୍ୟ ବହୁତ ଖର୍ଚ୍ଚ କରନ୍ତି। କିନ୍ତୁ ବ୍ରିଟେନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଭାବି ସ୍ବାମୀ ପ୍ରତାରଣା କରିବାରୁ ଜଣେ ଯୁବତୀ ତାଙ୍କ ନିର୍ବନ୍ଧ ମୁଦିକୁ ବିକି ଦେଇଛନ୍ତି। ମହିଳା ଜଣକ ସୋସିଆଲ ମିଡିଆ ସାଇଟରେ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ, ବିବାହ ପ୍ରସ୍ତୁତି ପାଇଁ ସେ ବହୁତ ରୁଣ ନେଇଛନ୍ତି। କିନ୍ତୁ ଭାବି ସ୍ବାମୀ ତାଙ୍କୁ ପ୍ରତାରଣା କରିବା ଜାଣିବା ପରେ ସେ ବିବାହ ଭାଙ୍ଗି ଦେଇଥିଲେ। କେବଳ ଏତିକି ନୁହେଁ, ଯୁବତୀ ଜଣକ ନିର୍ବନ୍ଧରେ ହୋଇଥିବା ଖର୍ଚ୍ଚ ଫେରିପାଇବା ପାଇଁ ତାଙ୍କ ନିର୍ବନ୍ଧ ମୁଦିକୁ ବିକ୍ରି କରିଦେଇଥିଲେ। ଯୁବତୀ ଜଣକ କହିଛନ୍ତ, ତାଙ୍କ ସାଥୀ ମେସନ ତାଙ୍କୁ ଏକ ପାରିବାରିକ ଐତିହ୍ୟର ଏକ ମୁଦି ଦେଇଥିଲେ। ଯାହାର ମୂଲ୍ୟ ୧୮,୫୦୦ ୟୁରୋ ଅର୍ଥାତ୍‌ ପ୍ରାୟ ସାଢେ ୧୫ ଲକ୍ଷ ଟଙ୍କା। ଏହାକୁ ଅନଲାଇନ୍‌ରେ ବିକ୍ରି କରି ସେ ରୁଣ ପ୍ରତିଶୋଧ କରିପାରିବେ ବୋଲି କହିଛନ୍ତି।

Share