ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏମିତି କହିଲେ ଅଜୟ ଦେବଗନ

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହି ବକ୍ସ ଅଫିସ୍‌ରେ ହିଟ୍‌ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ ହେବାର ଦୁଇ ସପ୍ତାହ ବିତିଥିଲେ ସୁଦ୍ଧା ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛି । ବର୍ତ୍ତମାନ ବଲିଉଡର ଅଭିନେତା ଅଜୟ ଦେବଗନ ଫିଲ୍ମକୁ ନେଇ ମୁହଁ ଖୋଲିଛନ୍ତି। ତାଙ୍କର ଆଗାମୀ ଫିଲ୍ମ ‘ରନୱେ ୩୪’ର ଟ୍ରେଲର ଲଞ୍ଚ ସମୟରେ ଅଜୟ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମର ସଫଳତା ଉପରେ ନିଜର ମତ ରଖିଛନ୍ତି।
‘ରନୱେ ୩୪’ର ଟ୍ରେଲର ଲଞ୍ଚରେ ଅଜୟ ଦେବଗନଙ୍କୁ ‘ଦ କଶ୍ମୀର ଫାଇଲ୍ସ’ ସଫଳତାର ରହସ୍ୟ ବିଷୟରେ ପଚରାଯାଇଥିଲା। କୁହାଯାଇଥିଲା କି ବର୍ତ୍ତମାନ କେବଳ ପ୍ରକୃତ ଘଟଣା ଉପରେ ଆଧାରିତ କାହାଣୀକୁ ନେଇ ଦର୍ଶକଙ୍କୁ ଥିଏଟରକୁ ଆଣିପାରିବ କି? ଏହି ପ୍ରଶ୍ନ ଉପରେ ଅଜୟ ଦେବଗନ କହିଛନ୍ତି, ‘ନା ନା, ସେମିତି କିଛି ନୁହେଁ, ଏହା କେବଳ ଭାରତରେ ହିଁ ନୁହେଁ।, ଏହା ସମଗ୍ର ବିଶ୍ୱରେ ଅଛି। ଯେପରି ମୁଁ ‘ଦି ଲିଜେଣ୍ଡ ଅଫ ଭଗବତ ସିଂ’ ଭଳି ଚଳଚ୍ଚିତ୍ରରେ କରିସାରିଛି । କିଛି କାହାଣୀ ଏତେ ପ୍ରେରଣାଦାୟକ ଥାଏ ଏବଂ ବେଳେବେଳେ ସତ୍ୟତା ରହିପାରେ ।

Share