Posted inଫୁରସତ

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ଭାରତମାତା

ବୌଦ୍ଧ ଜିଲାର ଚର୍ଚ୍ଚିତ ବନପାଲି ଗ୍ରାମ। ଏଠାରେ ରହିଛି ଭାରତ ମାତାଙ୍କ ମନ୍ଦିର। ମନ୍ଦିର ଭିତରେ ଥିବା ସିଂହାସନରେ ହାତରେ ତ୍ରିରଙ୍ଗା ଧରି ଭାରତମାତା ପୂଜା ପାଉଛନ୍ତି। ପ୍ରତିବର୍ଷ ସ୍ବାଧୀନତା ଓ ସାଧାରଣତନ୍ତ୍ର ଦିବସରେ ସ୍ଥାନୀୟ ଲୋକଙ୍କ ଭିତରେ ଜାଗି ଉଠେ ଦେଶପ୍ରେମ ଭାବନା। ସକାଳୁ ସନ୍ଧ୍ୟା ଯାଏ ଗ୍ରାମ ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ ଲାଗିଥାଏ। ସମସ୍ତଙ୍କଠାରେ ଉତ୍ସାହ ଏଠାରେ ଏକ ଭିନ୍ନ ମାହୋଲ ସୃଷ୍ଟିକରିଥାଏ। ୧୯୪୨ ମସିହାରୁ ଏହି ଗ୍ରାମରେ ପୂଜା ପାଇ ଆସୁଛନ୍ତି ଭାରତମାତା। ଏହି ଗ୍ରାମର ଗୋପୀନାଥ ମେହେର, ଡମଣ ମେହେର ଓ ରଘୁନାଥ ମେହେର ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ସେମାନଙ୍କ ଦ୍ୱାରା ଏଠାରେ ପ୍ରଥମେ ଭାରତମାତାଙ୍କ ମୂର୍ତ୍ତି ସ୍ଥାପନା ହୋଇଥିବା ଅନୁମାନ କରାଯାଏ। ତେବେ ବର୍ତ୍ତମାନ ଏହି ମନ୍ଦିରର ପୂଜକ ବୃଷଭ ମେହେର(୮୦ବର୍ଷ) କୁହନ୍ତି‘ପ୍ରଥମେ ଭାରତମାତାଙ୍କ ମନ୍ଦିର ଗ୍ରାମ ଭିତରେ ଥିଲା। ସମୟକ୍ରମେ ସେଠାରୁ ଦୁଇଟି ସ୍ଥାନକୁ ସ୍ଥାନାନ୍ତର ହେବା ପରେ ୫ ବର୍ଷ ତଳେ ଗାଁ ମୁଣ୍ଡ ପୋଖରୀ ନିକଟରେ ନୂତନ ମନ୍ଦିର ନିର୍ମାଣ କରାଯାଇଛି। ଅନ୍ୟ ଦେବା ଦେବୀ ମନ୍ଦିର ଭଳି ଏହି ମନ୍ଦିରରେ ସବୁ ପର୍ବପର୍ବାଣୀରେ ପୂଜାର୍ଚ୍ଚନା କରାଯାଏ। ପାଖ ପଡୋଶୀ ଗ୍ରାମରୁ ଶ୍ରଦ୍ଧାଳୁମାନେ ହାତରେ ଭୋଗଥାଳି ନେଇ ଦର୍ଶନ ପାଇଁ ଆସିଥାନ୍ତି। ମନ୍ଦିରରେ ପ୍ରତ୍ୟେକ ମଙ୍ଗଳବାର ଦିନ ଗ୍ରାମବାସୀ ସମବେତ ହୋଇ ପୂଜାର୍ଚ୍ଚନା ସହ ସଂକୀର୍ତ୍ତନ କରିଥାନ୍ତି। ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ମନ୍ଦିର ନିକଟରେ ଜାତୀୟ ପତାକା ଉତ୍ତୋଳନ ସହ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଳିତ ହୋଇଥାଏ। ଅନ୍ୟ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଧ୍ୱଜା ଚଢ଼ା ଯିବାର ପରମ୍ପରା ରହିଥିବା ବେଳେ ଏଠାରେ ଭାରତମାତାଙ୍କୁ ତ୍ରିରଙ୍ଗା ଚଢ଼ାଇବାର ପରମ୍ପରା ମଧ୍ୟ ରହିଛି। ବର୍ଷ ତମାମ ଯେ କୌଣସି ଶ୍ରଦ୍ଧାଳୁ ଚାହିଁଲେ ମାତାଙ୍କ ପାଇଁ ନୂତନ ତ୍ରିରଙ୍ଗା ପତାକା ପ୍ରଦାନ କରିଥାନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଏଠାରେ ଭାରତମାତାଙ୍କ ନିକଟରେ ପ୍ରଥମେ ନବାହ୍ନ ଲାଗି ହେବା ପରେ ଗ୍ରାମବାସୀ ଖାଇଥାନ୍ତି’।
ଭାରତମାତାଙ୍କ ମନ୍ଦିର ପାଇଁ ଗ୍ରାମରେ ସର୍ବଦା ଶାନ୍ତ ବାତାବରଣ ରହିଥିବା ବୟସ୍କମାନେ କୁହନ୍ତି। ଏଥିସହିତ ମା’ଙ୍କ ପୂଜାର୍ଚ୍ଚନାରେ ହେଳା ନ କରିବା ଲାଗି ନୂଆପିଢିକୁ ପରାମର୍ଶ ଦେଇଥାନ୍ତି। ବନପାଲି ଗ୍ରାମବାସୀଙ୍କ ସମସ୍ତ ଦୁଃଖ, ସୁଖ, ପର୍ବପର୍ବାଣୀରେ ମୂକସାକ୍ଷୀ ଭାବେ ଦୀର୍ଘବର୍ଷ ହେଲା ପୂଜା ପାଇଆସୁଛନ୍ତି ଭାରତ ମାତା। ରାଜ୍ୟ ସରକାର ବର୍ତ୍ତମାନ ଅନେକ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନେଇଥିବା ବେଳେ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ବନପାଲି ଗ୍ରାମବାସୀ ଦାବି କରନ୍ତି। ସତରେ ଏଇ ଗଁାଲୋକଙ୍କର ରାଷ୍ଟ୍ରଭକ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ।
– ଅଜିତ୍‌ ବାରିକ


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri