Posted inଫୁରସତ

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ଭାରତମାତା

ବୌଦ୍ଧ ଜିଲାର ଚର୍ଚ୍ଚିତ ବନପାଲି ଗ୍ରାମ। ଏଠାରେ ରହିଛି ଭାରତ ମାତାଙ୍କ ମନ୍ଦିର। ମନ୍ଦିର ଭିତରେ ଥିବା ସିଂହାସନରେ ହାତରେ ତ୍ରିରଙ୍ଗା ଧରି ଭାରତମାତା ପୂଜା ପାଉଛନ୍ତି। ପ୍ରତିବର୍ଷ ସ୍ବାଧୀନତା ଓ ସାଧାରଣତନ୍ତ୍ର ଦିବସରେ ସ୍ଥାନୀୟ ଲୋକଙ୍କ ଭିତରେ ଜାଗି ଉଠେ ଦେଶପ୍ରେମ ଭାବନା। ସକାଳୁ ସନ୍ଧ୍ୟା ଯାଏ ଗ୍ରାମ ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ ଲାଗିଥାଏ। ସମସ୍ତଙ୍କଠାରେ ଉତ୍ସାହ ଏଠାରେ ଏକ ଭିନ୍ନ ମାହୋଲ ସୃଷ୍ଟିକରିଥାଏ। ୧୯୪୨ ମସିହାରୁ ଏହି ଗ୍ରାମରେ ପୂଜା ପାଇ ଆସୁଛନ୍ତି ଭାରତମାତା। ଏହି ଗ୍ରାମର ଗୋପୀନାଥ ମେହେର, ଡମଣ ମେହେର ଓ ରଘୁନାଥ ମେହେର ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ସେମାନଙ୍କ ଦ୍ୱାରା ଏଠାରେ ପ୍ରଥମେ ଭାରତମାତାଙ୍କ ମୂର୍ତ୍ତି ସ୍ଥାପନା ହୋଇଥିବା ଅନୁମାନ କରାଯାଏ। ତେବେ ବର୍ତ୍ତମାନ ଏହି ମନ୍ଦିରର ପୂଜକ ବୃଷଭ ମେହେର(୮୦ବର୍ଷ) କୁହନ୍ତି‘ପ୍ରଥମେ ଭାରତମାତାଙ୍କ ମନ୍ଦିର ଗ୍ରାମ ଭିତରେ ଥିଲା। ସମୟକ୍ରମେ ସେଠାରୁ ଦୁଇଟି ସ୍ଥାନକୁ ସ୍ଥାନାନ୍ତର ହେବା ପରେ ୫ ବର୍ଷ ତଳେ ଗାଁ ମୁଣ୍ଡ ପୋଖରୀ ନିକଟରେ ନୂତନ ମନ୍ଦିର ନିର୍ମାଣ କରାଯାଇଛି। ଅନ୍ୟ ଦେବା ଦେବୀ ମନ୍ଦିର ଭଳି ଏହି ମନ୍ଦିରରେ ସବୁ ପର୍ବପର୍ବାଣୀରେ ପୂଜାର୍ଚ୍ଚନା କରାଯାଏ। ପାଖ ପଡୋଶୀ ଗ୍ରାମରୁ ଶ୍ରଦ୍ଧାଳୁମାନେ ହାତରେ ଭୋଗଥାଳି ନେଇ ଦର୍ଶନ ପାଇଁ ଆସିଥାନ୍ତି। ମନ୍ଦିରରେ ପ୍ରତ୍ୟେକ ମଙ୍ଗଳବାର ଦିନ ଗ୍ରାମବାସୀ ସମବେତ ହୋଇ ପୂଜାର୍ଚ୍ଚନା ସହ ସଂକୀର୍ତ୍ତନ କରିଥାନ୍ତି। ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ମନ୍ଦିର ନିକଟରେ ଜାତୀୟ ପତାକା ଉତ୍ତୋଳନ ସହ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଳିତ ହୋଇଥାଏ। ଅନ୍ୟ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଧ୍ୱଜା ଚଢ଼ା ଯିବାର ପରମ୍ପରା ରହିଥିବା ବେଳେ ଏଠାରେ ଭାରତମାତାଙ୍କୁ ତ୍ରିରଙ୍ଗା ଚଢ଼ାଇବାର ପରମ୍ପରା ମଧ୍ୟ ରହିଛି। ବର୍ଷ ତମାମ ଯେ କୌଣସି ଶ୍ରଦ୍ଧାଳୁ ଚାହିଁଲେ ମାତାଙ୍କ ପାଇଁ ନୂତନ ତ୍ରିରଙ୍ଗା ପତାକା ପ୍ରଦାନ କରିଥାନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଏଠାରେ ଭାରତମାତାଙ୍କ ନିକଟରେ ପ୍ରଥମେ ନବାହ୍ନ ଲାଗି ହେବା ପରେ ଗ୍ରାମବାସୀ ଖାଇଥାନ୍ତି’।
ଭାରତମାତାଙ୍କ ମନ୍ଦିର ପାଇଁ ଗ୍ରାମରେ ସର୍ବଦା ଶାନ୍ତ ବାତାବରଣ ରହିଥିବା ବୟସ୍କମାନେ କୁହନ୍ତି। ଏଥିସହିତ ମା’ଙ୍କ ପୂଜାର୍ଚ୍ଚନାରେ ହେଳା ନ କରିବା ଲାଗି ନୂଆପିଢିକୁ ପରାମର୍ଶ ଦେଇଥାନ୍ତି। ବନପାଲି ଗ୍ରାମବାସୀଙ୍କ ସମସ୍ତ ଦୁଃଖ, ସୁଖ, ପର୍ବପର୍ବାଣୀରେ ମୂକସାକ୍ଷୀ ଭାବେ ଦୀର୍ଘବର୍ଷ ହେଲା ପୂଜା ପାଇଆସୁଛନ୍ତି ଭାରତ ମାତା। ରାଜ୍ୟ ସରକାର ବର୍ତ୍ତମାନ ଅନେକ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନେଇଥିବା ବେଳେ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ବନପାଲି ଗ୍ରାମବାସୀ ଦାବି କରନ୍ତି। ସତରେ ଏଇ ଗଁାଲୋକଙ୍କର ରାଷ୍ଟ୍ରଭକ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ।
– ଅଜିତ୍‌ ବାରିକ


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri