Categories: ଖେଳ

ରାସ୍ତାକଡ଼ରେ ଚଣା ବିକୁଛନ୍ତି ଏହି ଦ୍ରୁତତମ ବୋଲର

ଆଜିକାଲି ପାକିସ୍ତାନର ଦ୍ରୁତତମ ବୋଲର ଓ୍ବହାବ ରିୟାଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରିୟାଜ ରାସ୍ତାକଡ଼ରେ ଚଣା ବିକୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ କେତେକ ପାକିସ୍ତାନୀ ଖେଳାଳି ମଧ୍ୟ କମେଣ୍ଟ ଦେଇଛନ୍ତି। ୩୬ ବର୍ଷୀୟ ରିୟାଜ ଦୀର୍ଘଦିନ ହେବ ଅନ୍ତର୍ଜାତୀୟ କ୍ରିକେଟ ଖେଳରୁ ଦୂରେଇ ଯାଇଛନ୍ତି। ସେ ୨୦୨୦ ଡିସେମ୍ବରରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ୨୦୧୮ ପରେ ରିୟାଜ ରାଷ୍ଟ୍ରୀୟ ଟିମ୍‌ ପାଇଁ କିଛି ଟେଷ୍ଟ ମ୍ୟାଚ୍‌ ଖେଳିନାହାନ୍ତି।

 

ଭିଡିଓଟିକୁ ରିୟାଜ ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଭିଡିଓ ଶେୟାର କରି ଏଥିରେ ସେ କ୍ୟାପଶନ ଲେଖିଛନ୍ତି, କ’ଣ ତିଆରି କରିବି ଅର୍ଡର କରନ୍ତୁ। ଏଥିସହିତ ସେ ଲେଖିଛନ୍ତି, ପିଲାଦିନ କଥା ମନେ ପଡ଼ିଗଲା। ତାଙ୍କର ଏହି ଭିଡିଓକୁ ୟୁଜରମାନେ ବେଶ୍‌ ପସନ୍ଦ କରିଛନ୍ତି।

Share