ଏହା ଇତିହାସ ନୁହେଁ

କେନ୍ଦ୍ର ସରକାରଙ୍କ ଅଧୀନ ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (ଏନ୍‌ସିଇଆର୍‌ଟି) ମୁଖ୍ୟତଃ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଅନୁବନ୍ଧିତ ସ୍କୁଲଗୁଡ଼ିକ ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥାଏ। ଏହି କ୍ରମରେ ବିଶେଷକରି ସିଲାବସ ବଦଳାଯିବା ସହ ବିଭିନ୍ନ ଶ୍ରେଣୀର ପାଠ୍ୟ ପୁସ୍ତକର ବିଷୟଗୁଡ଼ିକରେ ପରିବର୍ତ୍ତନ କିମ୍ବା ସଂଶୋଧନକୁ ନେଇ ଏହା ୭୦ ଦଶକରୁ ଅଧିକାଂଶ ସମୟରେ ବିବାଦରେ ରହିଆସିଛି। ଚଳିତ ଶିକ୍ଷାବର୍ଷ ପ୍ରାରମ୍ଭରେ ଏନ୍‌ସିଇଆର୍‌ଟି ଇଂଲିଶ ନାମ ଥିବା କେତେକ ବହିର ହିନ୍ଦୀ ନାମକରଣ କରିଥିଲା ଏବଂ ଏହାକୁ ନେଇ ଭାଷାବିତ୍‌ମାନେ ପ୍ରଶ୍ନ ଉଠାଇଥିଲେ। ଉଦାହରଣ ସ୍ବରୂପ, ସିବିଏସ୍‌ଇ ଷଷ୍ଠ ଶ୍ରେଣୀର ଇଂଲିଶ ପୁସ୍ତକର ନାମ ‘ହନିସକଲ୍‌’କୁ ବଦଳାଇ ହିନ୍ଦୀରେ ପୂର୍ବୀ ଏବଂ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଇଂଲିଶ ପୁସ୍ତକ ‘ମେରିଗୋଲ୍ଡ ଓ୍ବାନ୍‌ ଆଣ୍ଡ୍‌ ଟୁ’ର ନାମ ‘ମୃଦଙ୍ଗ’ ଏବଂ ତୃତୀୟ ଶ୍ରେଣୀ ଇଂଲିଶ ବହି ‘ମେରିଗୋଲ୍ଡ-ଥ୍ରି’ର ନାମ ‘ସନ୍ତୁର’ କରାଯାଇଥିଲା। ପୂର୍ବୀ ଶାସ୍ତ୍ରୀୟ ସଙ୍ଗୀତ ରାଗର ନାମ ହୋଇଥିବାବେଳେ ଓ ଅନ୍ୟସବୁ ବାଦ୍ୟଯନ୍ତ୍ରର ନାମ । ଏହାସହ ଅତୀତରେ ଦ୍ୱାଦଶ ଶ୍ରେଣୀର ଇତିହାସ ବହିର ଗୋଟିଏ ଅଧ୍ୟାୟରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ବିଷୟରେ ଏବଂ ସପ୍ତମ ଶ୍ରେଣୀ ଇତିହାସ ବହିରେ ମୋଗଲ ସମ୍ରାଟଙ୍କ ସଫଳତାର କାହାଣୀରେ ପରିବର୍ତ୍ତନ କରାଯାଇଥିଲା। ଦଶମ ଶ୍ରେଣୀର ପାଠ୍ୟପୁସ୍ତକରୁ ‘ଇଭୋଲ୍ୟୁଶନ’ ବା କ୍ରମବିବର୍ତ୍ତନ ବିଷୟକୁ ବଦଳାଯାଇ ଇତିହାସର ବିକୃତୀକରଣ କରାଯାଇଥିଲା। ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ବହିରୁ ଗୁଜରାଟ ଦଙ୍ଗା ଓ ବାବ୍ରୀ ମସ୍‌ଜିଦ ଭଙ୍ଗ ବିଷୟକୁ ମଧ୍ୟ ବାଦ୍‌ ଦିଆଯାଇଥିଲା।
ଏବେ ଏନ୍‌ସିଆରଟି ଦ୍ୱାରା ପ୍ରକାଶିତ ଅଷ୍ଟମ ଶ୍ରେଣୀର ନୂଆ ଇତିହାସ ବହି ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ୍‌ ବିଅଣ୍ଡ୍‌’ରେ ଓଡ଼ିଶାର ପାଇକ ବିଦ୍ରୋହ ସମ୍ପର୍କିତ ଲେଖାକୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ପକାଇ ଦିଆଯାଇଛି, ଯେଉଁଥିପାଇଁ ଭବିଷ୍ୟତ ପିଢ଼ି ଓଡ଼ିଆ ଜାତି ସମ୍ପର୍କରେ ଏକ ଭ୍ରମ ଧାରଣା ପାଇବେ। ସତେଯେମିତି ଏହି ଉପମହାଦେଶର ଇତିହାସରେ ଓଡ଼ିଆ ଜାତିର କୌଣସି ଅବଦାନ ନାହିଁ। ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବିଷୟ ବାଦ୍‌ ପଡ଼ିବାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୨୧ ଜୁଲାଇ ୨୦୨୫ରେ ଏନ୍‌ସିଇଆର୍‌ଟି ସ୍ପଷ୍ଟୀକରଣ ଦେଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ସେପ୍ଟେମ୍ବର ଆଡ଼କୁ ଆସିବାକୁ ଥିବା ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ୍‌ ବିଅଣ୍ଡ୍‌’ର ଦ୍ୱିତୀୟ ଭାଗରେ ପାଇକ ବିଦ୍ରୋହକୁ ସ୍ଥାନିତ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଏନ୍‌ସିଇଆର୍‌ଟି ୨୦୧୭ରେ ଅଷ୍ଟମ ଶ୍ରେଣୀ ଇତିହାସ ବହିରେ ପାଇକ ବିଦ୍ରୋହକୁ ସ୍ଥାନିତ କରିଥିଲା। ଏବେ କ’ଣ ଏମିତି ହେଲା ଯେ, ଗତ ସପ୍ତାହରେ ପ୍ରକାଶ ପାଇଥିବା ଅଷ୍ଟମ ଶ୍ରେଣୀ ନୂଆ ଇତିହାସ ବହିରେ ବଙ୍ଗଳାର ସନ୍ନ୍ୟାସୀ ବିଦ୍ରୋହ, ବିହାରର କୋଲ ଓ ସାନ୍ତାଳ ବିଦ୍ରୋହ ଥିବାବେଳେ ଓଡ଼ିଶାର ପାଇକ ବିଦ୍ରୋହକୁ ବାଦ୍‌ ଦିଆଗଲା ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଏହା ପାଇକଙ୍କ ବଳିଦାନ ପ୍ରତି ଚରମ ଉପହାସ ବୋଲି କେତେକେ କହୁଥିବା ବେଳେ ଆଉ କିଛି ଓଡ଼ିଆ ଅସ୍ମିତା କଥା ଉଠାଇଲେଣି। ୧୮୧୭ର ପାଇକ ବିଦ୍ରୋହରେ ଖୋର୍ଦ୍ଧାର ପାଇକମାନେ ଇଂରେଜ ବିରୋଧରେ ରକ୍ତାକ୍ତ ସଂଗ୍ରାମ କରିଥିଲେ। ଏଠାରେ ମନେ ପକାଇ ଦିଆଯାଇପାରେ ଯେ, ଓଡ଼ିଶାରେ ବିଗତ ବର୍ଷଗୁଡ଼ିକରୁ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ସ୍ବୀକୃତି ଲାଗି ଦାବି କରାଯାଇଆସୁଛି। କେବଳ ଏତିକି ନୁହେଁ, ୨୪ ଡିସେମ୍ବର ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ଭୁବନେଶ୍ୱର ଗସ୍ତ ବେଳେ ସେହିଠାରୁ ପାଇକ ବିଦ୍ରୋହ ସମ୍ପର୍କିତ ସ୍ମାରକ ଡାକ ଟିକେଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ। ବିଦ୍ରୋହର ସ୍ମୃତି ଉଜାଗର କରିବା ସକାଶେ ଏଥିଲାଗି ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଏଥିପାଇଁ ୧୦୦ କୋଟି ଟଙ୍କା ଓ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆଇଓସିଏଲ୍‌ ୯୦ କୋଟି ଟଙ୍କା ଦେଇଥିବା ବେଳେ ଓଡ଼ିଶା ସରକାର ପାଇକ ବିଦ୍ରୋହ ସ୍ମୃତି ସ୍ମାରକୀ ପ୍ରତିଷ୍ଠା ସକାଶେ ବରୁଣେଇ ପାଦଦେଶରେ ୧୦ ଏକର ଜାଗା ଦେଇଛନ୍ତି। ଏପରି କି ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡିସେମ୍ବର ୨୦୧୯ରେ ବରୁଣେଇ ପାହାଡ଼ ପାଦଦେଶରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିଥିଲେ। ପାଇକ ବିଦ୍ରୋହ ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ଆସୁଥିବା ବେଳେ ଏନ୍‌ସିଇଆର୍‌ଟି ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ଇତିହାସ ବହିରୁ ତାହାକୁ ବାଦ୍‌ ଦିଆଯିବା ଓ ବିରୋଧ ପରେ ତାହାକୁ ସାମିଲ କରିବା ନେଇ ଦିଆଯାଇଥିବା ସ୍ପଷ୍ଟୀକରଣ ସୂଚାଉଛି ଯେ, ସଂସ୍ଥାର ଏଭଳି ମାନସିକତା ବାସ୍ତବ ଇତିହାସକୁ ନିଶ୍ଚିହ୍ନ କରିବା ଲାଗି ଗୋଟେ ଷଡ଼ଯନ୍ତ୍ର ଚାଲିଛି। ମନେହେଉଛି ଯେପରି କିଛି ଲୋକଙ୍କ ଇଚ୍ଛା ଅନୁଯାୟୀ ଓଡ଼ିଶାର ଅତୀତକୁ ନୂତନ ଭାବେ ସୃଷ୍ଟି କରାଯିବାର ପ୍ରୟାସ ହେଉଛି। ପୁଣି ଯାହାକୁ ଯାହା ସୁହାଉଛି ସେହି ଅନୁଯାୟୀ ଇତିହାସର ବିକୃତୀକରଣ କରାଯାଉଛି। ଲାଗୁଛି ଯେମିତି ଏନ୍‌ସିଇଆର୍‌ଟି ଏସବୁ ପାଇଁ ମାଧ୍ୟମ ପାଲଟି ଯାଇଛି। ଓଡ଼ିଶାର ଏହି ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦାବି କରାଯାଉଥିବାବେଳେ ଏହାକୁ ସମ୍ପୂର୍ଣ୍ଣ ଭାବେ ଇତିହାସ ପୃଷ୍ଠାରୁ ନିଶ୍ଚିହ୍ନ କରିଦେବାର ପ୍ରୟାସ ଏକ ମନ୍ଦ ଉଦ୍ଦେଶ୍ୟର ପରିଚୟ ଦେଉଛି। ଯଦି ଜଣାଶୁଣା ଏବଂ ତଥ୍ୟ ଥିବା ଭଳି ପାଇକ ବିଦ୍ରୋହର ଇତିହାସକୁ ଏଭଳି କରାଯାଉଛି, ସେଥିରୁ ବୁଝିବାକୁ ହେବ ଦେଶବ୍ୟାପୀ ଅନେକ ବିଷୟକୁ ଏହିପରି ବିକୃତ କରାଯାଇଛି। ଏହା କରିକୁଲମ୍‌ ପ୍ରସ୍ତୁତକର୍ତ୍ତାଙ୍କ ମୂର୍ଖାମିର ପରିଚୟ ହୋଇପାରେ, ନଚେତ୍‌ ଦୁଷ୍ଟ ଓ କ୍ଷତିକାରକ ମାନସିକତାର ଲକ୍ଷଣ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଲୋକ ଅଦାଲତ: ୨୪୬ ମାମଲା ଫଇସଲା ସହ ଏତିକି ଟଙ୍କା ଜରିମାନା ଆଦାୟ

ଭଞ୍ଜନଗର,୧୪ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପ୍ରାଙ୍ଗଣରେ ତାଲୁକ ଆଇନ ସେବା କମିଟି ଭଞ୍ଜନଗରଙ୍କ ପକ୍ଷରୁ ୨୦୨୬ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ…

ଶ୍ରୀଲଙ୍କା ଛାଡିଲା ୮୪ ଇରାନୀ ନାବିକଙ୍କ ମୃତଦେହ ନେଇ ଯାଉଥିବା ତୁର୍କୀ ବିମାନ, ପ୍ରତିଶୋଧର ଶପଥ ନେଲା…

କଲମ୍ବୋ,୧୪।୩: ଭାରତ ମହାସାଗରରେ ଆମେରିକୀୟ ଆକ୍ରମଣର ଶିକାର ହୋଇଥିବା ଇରାନୀ ଯୁଦ୍ଧଜାହାଜ IRIS ଡେନା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଏହି ଆକ୍ରମଣରେ…

ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟଙ୍କ ଭିତରେ ବିରାଟ ଫାଟ, ବୈଠକ ଆରମ୍ଭରୁ ସାମ୍ନାକୁ ଆସିଲା…

ଧର୍ମଶାଳା,୧୪ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ ଗୋକର୍ଣ୍ଣେଶ୍ୱର ପୀଠରେ ଅନୁଷ୍ଠିତ ହେଉଥିବା ବେଳେ ସଂଗଠନ ମଧ୍ୟରେ ବିରାଟ…

ନବୀନଙ୍କ ପୋଲ୍‌ ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଅତୀତରେ ମୋତେ ଅଫର ଦେଇଥିବା କହି…

ଭୁବନେଶ୍ୱର,୧୪ା୩: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୋଲ୍‌ ଖୋଲି ଦେଇଛନ୍ତି ଏମ୍‌ପି ପ୍ରତାପ ଷଡ଼ଙ୍ଗୀ(ନନା)। ସେ କହିଛନ୍ତି, ନବୀନ ଘୋଡ଼ା ବେପାରରେ ମାହିର। ଅତୀତରେ ମୋତେ…

LPG ସଙ୍କଟ ମଧ୍ୟରେ ଚାକିରି ହରାଇଲେଣି ବହୁ ଡେଲିଭରି ବୟ! ଅନେକ ପରିବାର ଉପବାସରେ, ସରକାରଙ୍କୁ ଗୁହାରି କଲେ…

ନୂଆଦିଲ୍ଲୀ,୧୪।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଯୋଗୁ ବିଶ୍ୱବ୍ୟାପୀ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ସିଧାସଳଖ ଭାରତର ଖାଦ୍ୟ ଯୋଗାଣ ଏବଂ ଗିଗ କର୍ମଚାରୀମାନଙ୍କୁ ପ୍ରଭାବିତ କରିଛି। ପୁଣେରୁ…

ଗୋଟିଏ ଦିନରେ ବାରୁଣୀ ସ୍ନାନ ସହ ତାରାତାରିଣୀଙ୍କ ଚୈତ୍ର ଯାତ୍ରା, ମିଳିତ ଭାବରେ କାର୍ଯ୍ୟ କରିବା ନେଇ…

ପୁରୁଷୋତ୍ତମପୁର,୧୪ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ଗୋଟିଏ ଦିନରେ ବାରୁଣୀସ୍ନାନ ଓ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ରହିଥିବା ନେଇ କିଭଳି ଏହାର ମୁକାବିଲା…

ବିଜେଡି ସହ ବୁଝାମଣାକୁ ନେଇ ଏମିତି କହିଲେ ସୋଫିଆ, କଂଗ୍ରେସର ସ୍ଥିତି ଆଜି କେବଳ…

ଭୁବନେଶ୍ୱର,୧୪ା୩: ବିଧାୟିକା ସୋଫିଆ ଫିର୍ଦ୍ଦୋସ ଖୋଲାଖୋଲି ଭାବେ ତାଙ୍କର ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି ସହ ବୁଝାମଣାକୁ ନେଇ ଉଠୁଥିବା କଥା ଉପରେ ସେ ଖୁବ୍‌ ରାଗିଯାଇଛନ୍ତି। ସେ…

ଏପ୍ରିଲ ୧ରୁ ବଦଳିଯିବ ଏସବୁ ନିୟମ: ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ,୧୪।୩: ଚଳିତବର୍ଷ କେନ୍ଦ୍ରୀୟ ବଜେଟରେ ଆୟକର ଆଇନରେ ଅନେକ ସଂଶୋଧନ କରାଯାଇଥିଲା, ଯାହାର ଲକ୍ଷ୍ୟ ନିୟମକୁ ସରଳ କରିବା ଏବଂ କରଦାତାଙ୍କ ପାଇଁ ପ୍ରକ୍ରିୟାଗତ ବୋଝ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri