୪୦୦ଟି ଭାଷାରେ ପଢ଼ି ଓ ଲେଖି ପାରୁଛନ୍ତି ତାମିଲନାଡୁ ଚେନ୍ନାଇର ୧୯ ବର୍ଷୀୟ ମହମ୍ମଦ ଆକ୍ରାମ। ଏଭଳି ଦକ୍ଷତା ପାଇଁ ସେ ବିଶ୍ୱ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଆକ୍ରାମ ୪୬ଟି ଭାଷା ଅତି ପ୍ରାଞ୍ଜଳ ଭାବେ କହିପାରୁଛନ୍ତି। ଆକ୍ରାମଙ୍କ ପିତା ଶିଲ୍ବି ମୋଝିପ୍ରିୟାନ୍ ମଧ୍ୟ ୧୬ଟି ଭାଷା କହିପାରନ୍ତି ଏବଂ କଗ୍ନିଟିଭ୍ ସାଇକୋଲୋଜିରେ ପିଏଚ୍ଡି କରିଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ଆକ୍ରାମ ଏତେସବୁ ଭାଷ ଶିଖିପାରିଛନ୍ତି। ତାଙ୍କୁ ଯେତେବେଳେ ୪ ବର୍ଷ ହୋଇଥିଲା ସେତେବେଳେ ସେ ବିଭିନ୍ନ ଭାଷା ଶିଖିବା ଆରମ୍ଭ କରିଥିଲେ। ବୟସ ୬ରୁ ୮ ବର୍ଷ ମଧ୍ୟରେ ସେ ୫୦ଟି ଭାଷା ଜାଣିସାରିଥିଲେ। ଆକ୍ରାମ ୭୦ ଜଣ ଭାଷା ବିଶେଷଜ୍ଞଙ୍କ ସହ ପ୍ରତିଯୋଗିତା କରି ଜର୍ମାନୀ ୟଙ୍ଗ୍ ଟ୍ୟାଲେଣ୍ଟ ଆଓ୍ବାର୍ଡ ହାସଲ କରିଛନ୍ତି। ସେ ଟ୍ୟାଲେଣ୍ଟ ଶୋ’ରେ ଭାଗନେବା ସହ ବିଭିନ୍ନ ଦେଶର ଏକାଧିକ ଡିଗ୍ରୀ କୋର୍ସ କରୁଛନ୍ତି। ତାଙ୍କ ପିତା ଚେନ୍ନାଇର ଶେନୟ ନଗରରେ ‘ଆକ୍ରାମ ଗ୍ଲୋବାଲ ଲାଙ୍ଗୁଏଜ୍ ଇନ୍ଷ୍ଟିଚ୍ୟୁଟ୍’ ପ୍ରତିଷ୍ଠା କରି ଉଭୟ ଅନ୍ଲାଇନ ଓ ଅଫ୍ଲାଇନ ଶିକ୍ଷା ଦେଉଛନ୍ତି । ଆକ୍ରାମ ସେଠାରେ ପିଲାମାନଙ୍କୁ ମଧ୍ୟ ପଢ଼ାଉଛନ୍ତି।


