ବଲିଉଡ୍‌ ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ କହୁଥିବା ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ଏତିକି ଟଙ୍କା

ଆଜିକାଲି ଭାରତୀୟ ସିନେମାରେ ବଲିଉଡ ବନାମ ସାଉଥ ଇଣ୍ଡଷ୍ଟ୍ରିର ଯୁଦ୍ଧ ଦେଖିବାକୁ ମିଳୁଛି। ଏହି ବିବାଦ ଉପରେ ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ମହେଶ ବାବୁ ନିଜ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ହିନ୍ଦୀ ଫିଲ୍ମରେ କାମ କରିବାକୁ ସେ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। କେବଳ ଏତିକି ନୁହେଁ, ବଲିଉଡ୍‌ ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ ଏବଂ ସେ ହିନ୍ଦୀ ସିନେମା ପ୍ରତି ମଧ୍ୟ ଆଗ୍ରହୀ ନୁହଁନ୍ତି ବୋଲି କହିଛନ୍ତି।
ସାଉଥ ଇଣ୍ଡଷ୍ଟ୍ରିର ପ୍ରମୁଖ ଅଭିନେତାମାନଙ୍କ ମଧ୍ୟରୁ ମହେଶ ବାବୁ ଅନ୍ୟତମ। ସେ ସାଉଥ ଇଣ୍ଡଷ୍ଟ୍ରିର ରାଜା ଭାବେ ଜଣାଶୁଣା। ତାଙ୍କର ପ୍ରଶଂସକ ସଖ୍ୟା ମଧ୍ୟ ଢେର୍‌ ଅଧିକ। ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ରୋଜଗାର କ୍ଷେତ୍ରରେ ମଧ୍ୟ ସେ ବଲିଉଡ ଷ୍ଟାରଠାରୁ କମ ନୁହଁନ୍ତି। ସେ ସାଉଥ ସିନେମାରେ ସର୍ବାଧିକ ଫି’ ଆଦାୟ କରୁଥିବା ଅଭିନେତା ତାଲିକାରେ ସାମିଲ୍‌ ଅଛନ୍ତି। ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ ୫୫ କୋଟି ଟଙ୍କା ଆଦାୟ କରୁଥିଲେ କିନ୍ତୁ ଏବେ ସେ ତାଙ୍କ ଫି’ ବଢାଇଛନ୍ତି। ଏବେ ସେ ଏକ ଫିଲ୍ମ ପାଇଁ ୮୦ କୋଟି ଟଙ୍କା ଆଦାୟ କରୁଛନ୍ତି।
ମହେଶ ବାବୁଙ୍କ ନିଟ ମୂଲ୍ୟ କୋଟି କୋଟି ଟଙ୍କା ରହିଛି। ତାଙ୍କ ମୋଟ ନେଟ ମୂଲ୍ୟ ପ୍ରାୟ ୨୪୪ କୋଟି ଟଙ୍କା। ତାଙ୍କର ଅଧିକାଂଶ ରୋଜଗାର ଫିଲ୍ମ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ଆସିଥାଏ
ଅନ୍ୟ ସେଲିବ୍ରିଟିଙ୍କ ପରି ମହେଶ ବାବୁ ମଧ୍ୟ ମହଙ୍ଗା ଗାଡିକୁ ଭଲ ପାଆନ୍ତି। ତାଙ୍କର ଏକରୁ ଅଧିକ ଦାମୀ ଗାଡି ଅଛି। ମହେଶ ବାବୁ ଟୟୋଟା ଲ୍ୟାଣ୍ଡ କ୍ରୁଜର ଭି୮, ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଭୋଗ, ବିଏମଡବ୍ଲୁ ୭୩୦ ଏଲ୍‌ଡି, ମର୍ସିଡିଜ-ବେଞ୍ଜ ଜିଏଲଏସ୪୫୦, ଅଡି ଏ୮ଏଲ୍‌ ପରି ଅନେକ ଗାଡିର ମାଲିକ ଅଟନ୍ତି। ଏହା ବ୍ୟତୀତ ମହେଶ ବାବୁଙ୍କର ମଧ୍ୟ ନିଜର ଭ୍ୟାନିଟି ଭ୍ୟାନ ଅଛି ଯାହା ପଞ୍ଚ ତାରକା ହୋଟେଲରୁ କମ ନୁହେଁ। ଏହି ଭ୍ୟାନିଟି ଭ୍ୟାନଗୁଡ଼ିକ ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ରହିଛି। ଏହି ଭ୍ୟାନିଟିର ମୂଲ୍ୟ ୬ କୋଟି ଟଙ୍କା।
ମହେଶ ବାବୁ ମାତ୍ର ଚାରି ବର୍ଷ ବୟସରେ ଫିଲ୍ମ ଜଗତରେ ପାଦ ଦେଇଥିଲେ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି। ମହେଶ ବାବୁଙ୍କୁ ଶେଷଥର ପାଇଁ ସରିଲେରୁ ନୀକେଭାରୁରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କର ଫିଲ୍ମ ‘ସରକାରୁସାକୁ ଭାରି ପାଟା’ ରିଲିଜ ପାଇଁ ପ୍ରସ୍ତୁତ ଅଛି। ଏହି ଫିଲ୍ମଟି ମେ ୧୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Share