ଶାଶୁଙ୍କ ପାଇଁ ଶ୍ରୀଦେବୀଙ୍କ ନିକଟତର ହୋଇଥିଲେ ବୋନି କପୁର

ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଆଜି ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ନଭେମ୍ବର ୧୧, ୧୯୫୫ରେ ଉତ୍ତରପ୍ରଦେଶର ମିରୁଟରେ ଜନ୍ମଗ୍ରହଣ କରିଥିଲେ। ବୋନି କପୁର ମିଷ୍ଟର ଇଣ୍ଡିଆ, ଜୁଦାଇ ଏବଂ ନୋ ଏଣ୍ଟ୍ରି ପରି ସୁପରହିଟ ବଲିଉଡ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ୧୯୮୭ରେ, ବୋନି କପୁର ମିଷ୍ଟର ଇଣ୍ଡିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଥିଲେ ଏବଂ ଏହା ତାଙ୍କର ସ୍ବପ୍ନର ପ୍ରୋଜେକ୍ଟ ଥିଲା। ଏହି ଚଳଚ୍ଚିତ୍ରରୁ ତାଙ୍କର ବହୁତ ଆଶା ଥିଲା ଏବଂ ସେ ମଧ୍ୟ ଏଥିରେ ସଫଳତା ପାଇଥିଲେ। ଫିଲ୍ମ କେବଳ ବକ୍ସ ଅଫିସରେ ହିଟ୍‌ ହେଲା ନାହିଁ, ବୋନି କପୁର ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲେ। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତାଲିକାରେ ତାଙ୍କ ନାଁ ଯୋଡାଗଲା।

ଏହି ଚଳଚ୍ଚିତ୍ରରେ ସେ ସମୟରେ ପ୍ରମୁଖ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମୁଖ୍ୟ ଚରିତ୍ରରେ ନେବାକୁ ଚାହୁଁଥିଲେ। ଏଥିପାଇଁ ସେ ଚେନ୍ନାଇରେ ଥିବା ଶ୍ରୀଦେବୀଙ୍କ ଘରକୁ ଭେଟିବାକୁ ଯାଇଥିଲେ। କିନ୍ତୁ ସେ ଶ୍ରୀଦେବୀଙ୍କୁ ଭେଟି ପାରି ନ ଥିଲେ, ତାଙ୍କୁ ୭ ଦିନ ପରେ ସମୟ ଦିଆଯାଇଥିଲା। ବୋନି କପୁର ବୁଝିପାରିଲେ ଯେ ତାଙ୍କୁ ଅଣଦେଖା କରାଯାଉଛି। କିନ୍ତୁ ସେ ହାର୍‌ ମାନି ନ ଥିଲେ। ସେ ଚେନ୍ନାଇର ଏକ ହୋଟେଲରେ ୭ ଦିନ ରହିଲେ ଏବଂ ପ୍ରତିଦିନ ଶ୍ରୀଦେବୀଙ୍କ ଘରକୁ ଯିବା ଆରମ୍ଭ କଲେ। ଶେଷରେ ଶ୍ରୀଦେବୀଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ଶ୍ରୀଦେବୀ ମିଷ୍ଟର ଇଣ୍ଡିଆ କରିବାକୁ ରାଜି ହୋଇଥିଲେ। ମିଷ୍ଟର ଇଣ୍ଡିଆ ସୁପରହିଟ ହେବାପରେ ଶ୍ରୀଦେବୀ ବୋନି କପୁରଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିଲେ। ତା’ପରେ ସେ ଶ୍ରୀଦେବୀଙ୍କ ସହ ଆଉ ଏକ ଚଳଚ୍ଚିତ୍ର ନିର୍ମାଣ କଲେ, ଯାହାର ନାମ ରୂପ କି ରାନୀ ଚୋରୋଂ କା ରାଜା, କିନ୍ତୁ ଏହି ଚଳଚ୍ଚିତ୍ର ସଫଳତା ହାସଲ କରିପାରିଲା ନାହିଁ। ଏହାପରେ ଉଭୟ ଭଲ ପନ୍ଧୁ ହୋଇଯାଇଥିଲେ। ଏହି ସମୟରେ ଶ୍ରୀଦେବୀଙ୍କ ମା ରାଜେଶ୍ୱରୀଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା, ତାଙ୍କୁ ଚିକିତ୍ସା ପାଇଁ ଆମେରିକା ନିଆଯାଇଥିଲା। ଏଭଳି ପରିସ୍ଥିତିରେ ଶ୍ରୀଦେବୀଙ୍କୁ ସହାୟତା କରିଥିଲେ ବୋନି କପୁର। ଶ୍ରୀଦେବୀଙ୍କ ପରିବାର ବନ୍ଧୁ ପରି ସର୍ବଦା ଛିଡା ହୋଇଥିଲେ। ଏହି କାରଣରୁ ଶ୍ରୀଦେବୀ ବୋନିଙ୍କୁ ମନ ଦେଇ ବସିଥିଲେ। ପରେ ବୋନି ନିଜ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ଶ୍ରୀଦେବୀ ବିବାହ କରିଥିଲେ।

Share