ଏ ହେଉଛି ଦୀପିକାଙ୍କ ଫିଟ୍‌ନେସ ମନ୍ତ୍ର, ଜାଣନ୍ତୁ ପତଳା ରହିବାକୁ ନେଇ କ’ଣ ରହିଛି ତାଙ୍କ ଜୀବନଚର୍ଯ୍ୟା

ଫିଟ୍‌ ରହିବା ପାଇଁ ଅଭିନେତା ତଥା ଅଭିନେତ୍ରୀମାନେ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ଏଣୁ ଆଜିର ଯୁବପୀଢ଼ି ଅଭିନୟ ସାଙ୍ଗକୁ ସେମାନଙ୍କ ଫିଟ୍‌ନେଟ୍‌ ରହିବାର ଫର୍ମୁଲା ବିଷୟରେ ଜାଣିବାକୁ ବେଶ ଇଚ୍ଛୁକ ଥାନ୍ତି। ସେପରି ଜଣେ ଅଭିନେତ୍ରୀ ହେଲେ ଦୀପିକା ପାଦୁକୋନ। ସେ ପତଳା ରହିବା ପାଇଁ ଛୋଟ ଛୋଟ ଜିନିଷ ଉପରେ ଧ୍ୟାନ ଦେଇଥାନ୍ତି। ଜାଣନ୍ତୁ ଦୀପିକାଙ୍କ ଡାଏଟ୍‌ ପ୍ଲାନ ବିଷୟରେ:-

ବ୍ରେକ୍‌ଫାଷ୍ଟ(ସକାଳ ଭୋଜନ): କମ୍‌ ଫ୍ୟାଟ୍‌ଯୁକ୍ତ କ୍ଷୀର, ଦୁଇଟି ଅଣ୍ଡା(କେବଳ ଧଳା ଅଂଶ), ଦୋସା, ସୁଜି ଉପମା

ଲଞ୍ଚ(ଦ୍ୱିପ୍ରହର ଭୋଜନ): ରୁଟି, ସବୁଜ ପନିପରିବା, ପୋଡା ମାଛ

ଅପରାହ୍ନ ଭୋଜନ: ଫିଲ୍‌ଟର କଫି, ବାଦାମ, ଡ୍ରାଏ ଫ୍ରୁଟ୍‌ସ

ଡିନର୍‌(ରାତ୍ର ଭୋଜନ): ତରକାରୀ, ରୁଟି, ଗ୍ରୀନ ସାଲାଡ୍‌, କିଛି ଫଳ। ଏହା ସହ ସେ ପଇଡ ପାଣି ଏବଂ ତାଜା ଫଳର ଜୁସ୍‌ ପିଇଥାନ୍ତି। ଚକୋଲେଟ୍‌ ଖାଇବାକୁ ଇଚ୍ଛା ହେଲେ ସେ ଡାର୍କ ଗକୋଲେଟ୍‌ ଖାଇଥାନ୍ତି।

କେବଳ ଖାଦ୍ୟ ପଦାର୍ଥ ଉପରେ ନିୟନ୍ତ୍ରଣ ନୁହେଁ ଦୀପିକା ନିଜକୁ ଏକ ପର୍‌ଫେକ୍ଟ ସେପ୍‌ ଦେବା ପାଇଁ ନିୟମିତ ବ୍ୟାୟାମ ଏବଂ ଯୋଗ କରିଥାନ୍ତି। ଯଦି କେବେ ସେ ଅଧିକ ଭୋଜନ କରିନିଅନ୍ତି ତେବେ ସେ ତାର ପରଦିନ ତାହାକୁ ସୁଧାରି ନିଅନ୍ତି। ତାଙ୍କୁ ଭୋକ ଲାଗିଲେ ମଧ୍ୟ ସେ ହାଲକା ଖାଦ୍ୟ ଗ୍ରହଣ କରିଥାନ୍ତି।