Categories: ଫୁରସତ

ଏମିତି ଦେଶ, ଯାହାର ନୌସେନା ନାହିଁ କି ବାୟୁସେନା, ଏପରି ହୋଇଥାଏ ଦେଶ ସୁରକ୍ଷା

ସାଧାରଣତଃ ଦେଶର ସୁରକ୍ଷା ପାଇଁ ଜଳ, ସ୍ଥଳ, ବାୟୁ ସେନା ଗଠନ କରାଯାଇଥାଏ। କାରଣ ଶତ୍ରୁ ଦେଶ ସହ କଡ଼ା ମୁକାବିଲା କରିବା ପାଇଁ ଏପରି କରାଯାଇଥାଏ। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ଅଛି, ଯାହାର ନୌସେନା ନାହିଁ କି ବାୟୁସେନା ନାହିଁ। ଏଥିପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ିଥାଏ।

ଏପରି ଦେଶ ହେଉଛି ଭୁଟାନ। ଯାହା ଦକ୍ଷିଣ ଏସିଆର ଏକ ଛୋଟ ଦେଶ। ଯାହା ହିମାଳୟ ଉପରେ ଅବସ୍ଥିତ। ଭୁଟାନର ସବୁ ସ୍ଥାନରେ କେବଳ ପର୍ବତ ଏବଂ ପାହାଡ଼ ରହିଛି। ଏହାର ପୃଷ୍ଠଭୂମି ଦୁନିଆର ସବୁଠୁ ଦୁର୍ଗମ ଅଟେ। ଭୁଟାନର ସ୍ଥାନୀୟ ନାମ ହେଉଛି ‘ଡ୍ରକ୍‌ ୟୁଲ୍‌’। ଯାହାର ଅର୍ଥ ହେଉଛି ଅଜଗର।

ଭୁଟାନ ସ୍ବାଧୀନତା ପାଇବାର ଶହେ ବର୍ଷ ଚାଲିଛି। ଏହାର ଇତିହାସରେ ଏହା କେବେବି ଉପନିବେଶ କରାଯାଇନାହିଁ। ଭୁଟାନରେ ନୌସେନା ନ ରହିବାର କାରଣ ହେଉଛି ତିଦ୍ଦତ ଏବଂ ଭାରତ ମଧ୍ୟରେ ଅବସ୍ଥିତ ଭୂମିହୀନ ଦେଶ। ଏଥିସହିତ ବାୟୁସେନା କ୍ଷେତ୍ରରେ ଭାରତ ଭୁଟାନର ଧ୍ୟାନ ରଖେ।

Share