ମୁମ୍ବାଇ, ୪ା୬- ଉଇକେଟକିପର ବ୍ୟାଟର କେଏସ୍ ଭରତ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଇନ୍ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏହି ନେଇ ସୂଚନା ଦେଇଛନ୍ତି।
ଭାରତ ପାଇଁ ଖେଳିବା ତାଙ୍କ ଜୀବନର ସବୁଠୁ ବଡ଼ ସମ୍ମାନ ବୋଳି ସେ ପ୍ରକାଶ କରିଛନ୍ତି। ୩୨ ବର୍ଷୀୟ ଭରତ ଅନ୍ତର୍ଜାତୀୟସ୍ତରରେ ୨୦୨୩ରୁ ୨୦୨୪ ମଧ୍ୟରେ ୭ ଟେଷ୍ଟ ଖେଳି ୨୦.୦୯ ଆଭରେଜ ଓ ୪୪ ରନର ସର୍ବାଧିକ ସ୍କୋର ସହ ୨୨୧ ରନ କରିଥିଲେ।
ସେ ଆହତ ଥିବା ରିଷଭ ପନ୍ତଙ୍କ ବଦଳରେ ୨୦୨୩ରେ ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଖେଳିଥିଲେ। ସେ ଅନ୍ତିମ ଥର ବିଶାଖାପାଟଣାରେ ୨୦୨୪ ଫେବୃଆରୀରେ ଭାରତ ପାଇଁ ଖେଳିଥିଲେ।