Posted inଖେଳ

ଗ୍ରାମରେ ନେଟ୍‌ଓ୍ବର୍କ ସମସ୍ୟା ସମାଧାନ କଲେ ଏହି ଭାରତୀୟ ଅମ୍ପାୟର

ନୂଆଦିଲ୍ଲୀ, ୧୪।୭- ମହାମାରୀ କରୋନା ଭାଇରସ ଲାଗି ବିଶ୍ୱରେ କ୍ରୀଡ଼ା ପ୍ରତିଯୋଗିତା ବିଶେଷ ଭାବେ ପ୍ରଭାବିତ ହୋଇଛି। ଦୀର୍ଘ ୪ ମାସର ବ୍ୟବଧାନ ପରେ ନିକଟରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। କରୋନା ସମୟରେ କ୍ରିକେଟ୍‌ ପ୍ରତିଯୋଗିତା ବନ୍ଦ ରହିଥିବାରୁ ଅମ୍ପାୟରମାନେ ମଧ୍ୟ ଚୌକା, ଛକା, ଆଉଟ୍‌ ସିଗ୍‌ନାଲ ଦେବାରୁ ବିରତି ପାଇଥିଲେ। ଏଥିରୁ ବାଦ୍‌ ପଡ଼ି ନ ଥିଲେ ଆଇସିସି ପ୍ୟାନେଲ ଅମ୍ପାୟର ଅନିଲ ଚୌଧୁରୀ। ଭାରତୀୟ ଅମ୍ପାୟର ଅନିଲ ପଡ଼ିଆରେ ସିନା ସିଗ୍‌ନାଲ ଦେବାରୁ ବିରତି ପାଇଥିଲେ କିନ୍ତୁ ନିଜ ଗ୍ରାମର ଲୋକଙ୍କ ନିକଟରେ ମୋବାଇଲ୍‌ ନେଟ୍‌ଓ୍ବର୍କ ସିଗ୍‌ନାଲ ପହଞ୍ଚାଇବାରେ ସଫଳ ହୋଇଛନ୍ତି। କରୋନା ଲାଗି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ସ୍ଥଗିତ ରଖାଯିବା ପରେ ଅନିଲ ସମୟ ଅତିବାହିତ କରିବା ପାଇଁ ନିଜ ଗ୍ରାମ ଉତ୍ତର ପ୍ରଦେଶର ଶାମଲି ଜିଲା ଅନ୍ତର୍ଗତ ଡାଙ୍ଗରୋଲକୁ ପଳାଇଥିଲେ। ଯାହାକି ଜାତୀୟ ରାଜଧାନୀଠାରୁ ୮୦ କିଲୋମିଟର ଦୂର। ଗ୍ରାମରେ ପହଞ୍ଚତ୍ବା ପରେ ଅନିଲ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଗ୍ରାମକୁ ମୋବାଇଲ ଟାଓ୍ବାର ଆସୁ ନ ଥିବାରୁ ସେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲେ। ଏପରିକି ଆଇସିସିର କେତେକ କର୍ମଶାଳାରେ ମଧ୍ୟ ଯୋଗ ଦେଇପାରି ନ ଥିଲେ। ଗ୍ରାମବାସୀମାନେ ବଡ଼ ବଡ଼ ଗଛରେ ଚଢ଼ି କଥା ହେଉଥିବାର ଅନିଲ ଦେଖିବାକୁ ପାଇଲେ। ଯାହା ତାଙ୍କୁ ଅଧିକ ବିସ୍ମିତ କରିଥିଲା। ଏହି ସମସ୍ୟାକୁ ଅନିଲ ଏକ ଖବର ସରବରାହ ସଂସ୍ଥାକୁ ଜଣାଇଥିଲେ। ଏହା ଜଣାପଡ଼ିବା ପରେ ଏକ ଟେଲିକମ୍‌ କମ୍ପାନୀ ତାଙ୍କ ସହ ଯୋଗାଯୋଗ କରି ଗ୍ରାମରେ ମୋବାଇଲ୍‌ ଟାଓ୍ବାର ସ୍ଥାପନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା। ଶେଷର କମ୍ପାନୀ ଏହାର ପ୍ରତିଶ୍ରୁତି ରକ୍ଷା କରି ଅନିଲଙ୍କ ଗ୍ରାମରେ ମୋବାଇଲ ଟାଓ୍ବାର ସ୍ଥାପନ କରିଛି। ଫଳରେ ଗ୍ରାମବାସୀଙ୍କ ବହୁ ବର୍ଷର ସମସ୍ୟା ଅନିଲ ସମାଧାନ କରିପାରିଛନ୍ତି। ଅନିଲ ଏହି ଅବସରରେ କହିଛନ୍ତି, ‘ମୁଁ ବହୁତ ଖୁସି ଯେ ଗ୍ରାମବାସୀମାନେ ବର୍ତ୍ତମାନ ନିରବଚ୍ଛିନ୍ନ ଭାବେ ମୋବାଇଲରେ କଥା ହୋଇପାରିବେ। ସେହିଭଳି ଯେଉଁ ପିଲାମାନେ ଏକାଡେମୀ କାର୍ଯ୍ୟ ପାଇଁ ମୋବାଇଲ ବ୍ୟବହାର କରନ୍ତି ସେମାନେ ମଧ୍ୟ ଏହାର ସୁବିଧା ପାଇପାରିବେ।’


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri