Categories: ଖେଳ

ଅଷ୍ଟ୍ରେଲିଆ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୨: ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ରତିଯୋଗିତାମୂଳକ କ୍ରିକେଟରେ ଏକ ଡ୍ରିମ୍‌ କମ୍‌ବ୍ୟାକ୍‌ କରିଛନ୍ତି। ପ୍ରାୟ ୫ ମାସ ପରେ କ୍ରିକେଟ ପଡ଼ିଆକୁ ଫେରିଥିବା ଜାଡେଜା କଙ୍ଗାରୁଙ୍କୁ ତାଙ୍କ ଚମତ୍କାର ବୋଲିଂ ଧୂଳି ଚଟାଇ ଦେଇଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଜାଡେଜା ୧୦ ଉଇକେଟ ନେଇ ଭାରତର ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଜାଡେଜାଙ୍କ ସ୍ପିନ୍‌ରେ ଗୋଟିଏ ପରେ ଗୋଟିଏ କଙ୍ଗାରୁ ବ୍ୟାଟ୍ସମ୍ୟାନ ନିଜ ଫାଶରେ ପଡ଼ିଥିଲେ। ଫଳସ୍ବରୂପ, କଙ୍ଗାରୁ ଦଳ ଦ୍ୱିତୀୟ ଇନିଂସରେ ୧୧୩ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ବାମହାତୀ ସ୍ପିନର ଜାଡେଜା ଦ୍ୱିତୀୟ ଇନିଂସରେ ୧୨.୧ ଓଭରରେ ରବିନ୍ଦ୍ର ଜାଡେଜା ୪୨ ରନ ଦେଇ ୭ଟି ଉଇକେଟ୍‌ ନେଇଥିଲେ। ଟେଷ୍ଟର ଗୋଟିଏ ଇନିଂସରେ ଏହା ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ। ଏହାପୂର୍ବରୁ ସେ ୪୮ ରନ ଦେଇ ୭ଟି ଉଇକେଟ ନେଇଥିଲେ। ଦିଲ୍ଲୀ ଟେଷ୍ଟର ପ୍ରଥମ ଇନିଂସରେ ଜାଡେଜା ୩ ଉଇକେଟ ନେଇଥିଲେ।
ଆଘାତ ପରେ ଜାଡେଜା ନାଗପୁର ଟେଷ୍ଟ ମ୍ୟାଚରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। ନାଗପୁର ଟେଷ୍ଟ ମ୍ୟାଚରେ ଜାଡେଜା ୭ଟି ଉଇକେଟ୍‌ ନେଇଥିଲେ। ଏହି ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ୫ଟି ଉଇକେଟ ନେଇଥିଲେ।
ଆଣ୍ଠୁରେ ଆଘାତ ଲାଗିଥିବାରୁ ଅଗଷ୍ଟ ୨୦୨୨ରୁ ରବିନ୍ଦ୍ର ଜାଡେଜା କ୍ରିକେଟରୁ ଦୂରରେ ଥିଲେ। ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବା ପୂର୍ବରୁ ରଣଜୀ ଟ୍ରଫିରେ ଖେଳି ସେ ନିଜର ଫିଟନେସ ପ୍ରମାଣ କରିଥିଲେ। ରଣଜୀରେ ସୌରାଷ୍ଟ୍ର ପାଇଁ ଖେଳିବାବେଳେ ଜାଡେଜା ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।

Share