ଦକ୍ଷିଣ ଚଳଚ୍ଚିତ୍ରର ଏହି ହିନ୍ଦୀ ରିମେକ୍‌ ଚଳିତ ବର୍ଷ ରହିଥିଲା ଫ୍ଲପ୍‌: ନିର୍ମାତାଙ୍କୁ ସହିବାକୁ ପଡିଥିଲା କୋଟି କୋଟି ଟଙ୍କା କ୍ଷତି

ବଲିଉଡ୍‌ ଇଣ୍ଡଷ୍ଟ୍ରି ଖରାପ ସମୟ ଦେଇ ଗତି କରୁଛି। ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ବଡ ବଡ ତାରକାଙ୍କ ଫିଲ୍ମ ଫ୍ଲପ୍‌ ହୋଇଯାଇଛି। ଆଜି ଆମେ ଆପଣଙ୍କୁ ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ କହିବୁ ଯାହା ଦକ୍ଷିଣରେ ହିଟ୍‌ ହୋଇଥିଲା, କିନ୍ତୁ ବଲିଉଡ ରିମେକ୍‌ରେ ଫ୍ଲପ୍‌ ହୋଇଥିଲା।

ବଚ୍ଚନ ପାଣ୍ଡେ: ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ତାମିଲ ଚଳଚ୍ଚିତ୍ର ‘ଜିଗରଥାଣ୍ଡା’ର ରିମେକ୍‌ ଅଟେ। ଯାହା ୨୦୧୪ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ସୁପରହିଟ୍‌ ହୋଇଥିଲା। ହେଲେ ଏହାର ରିମେକ୍‌ ‘ବଚ୍ଚନ ପାଣ୍ଡେ’ ବକ୍ସ ଅଫିସରେ ଭଲ ଆୟ କରିପାରି ନ ଥିଲା। ୧୮୦ କୋଟି ବଜେଟ୍‌ରେ ନିର୍ମିିତ ଏହି ଚଳଚ୍ଚିତ୍ରଟି କେବଳ ୭୩ କୋଟି ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଏହି ସିନେମାରେ ଅକ୍ଷୟ କୁମାରଙ୍କ ବ୍ୟତୀତ କ୍ରିତି ସାନନ, ଅର୍ଶଦ ୱାର୍ସି, ପ୍ରତୀକ ବାବର ଅଭିନୟ କରିଛନ୍ତି।


ବିକ୍ରମଭେଧା: ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ ହ୍ରିତିକ ରୋଶନଙ୍କ ଫିଲ୍ମ ‘ବିକ୍ରମଭେଧା’ ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିପାରି ନ ଥିଲା। ଏହା ହେଉଛି ତାମିଲ ଚଳଚ୍ଚିତ୍ର ‘ବିକ୍ରମଭେଧା’ର ରିମେକ। ଯାହା ୨୦୧୭ରେ ରିଲିଜ୍‌ ହୋଇଥିଲା।


ଜର୍ସି: ଶହିଦ କପୁରଙ୍କ ଫିଲ୍ମ ‘ଜର୍ସି’ ୨୨ ଏପ୍ରିଲରେ ମୁକ୍ତିଲାଭ କରିଥିଲା। କିନ୍ତୁ ବକ୍ସ ଅଫିସରେ ଭଲ ଆୟ କରିପାରି ନ ଥିଲା। ଫଳରେ ଫ୍ଲପ୍‌ ହୋଇଥିଲା। ‘ଜର୍ସି’ ତେଲୁଗୁ ଫିଲ୍ମ ‘ଜର୍ସି’ର ରିମେକ୍‌। ଯାହା ୨୦୧୯ରେ ରିଲିଜ୍‌ ହୋଇଥିଲା।

ହିଟ୍‌: ଦ ଫାଷ୍ଟ କେସ୍‌- ଅଭିନେତା ରାଜକୁମାର ରାଓ ଏବଂ ସାନିଆ ମାଲହୋତ୍ରା ଅଭିନୀତ ‘ହିଟ୍‌: ଦ ଫାଷ୍ଟ କେସ୍‌’ ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିଲା। ଏହି ଚଳଚ୍ଚିତ୍ରଟି ତେଲୁଗୁ ଚଳଚ୍ଚିତ୍ର ‘ହିଟ୍‌: ଦ ଫାଷ୍ଟ କେସ୍‌’ର ରିମେକ ଅଟେ। ଯାହା ବକ୍ସ ଅଫିସରେ ବଜେଟ ତୁଳନାରେ ତିନି ଗୁଣ ଅଧିକ ବ୍ୟବସାୟ କରିଥିଲା। ରିପୋର୍ଟ ଅନୁଯାୟୀ, ରାଜକୁମାରଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ମାତ୍ର ୧୧.୭୮ କୋଟି ଟଙ୍କା ସଂଗ୍ରହ କରିଥିଲା।

Share