Categories: ଫୁରସତ

ନାଗସାପ ମୁଣ୍ଡରେ ଚୁମ୍ବନ ଦେଉଥିଲେ ଯୁବକ, ଘଟିଲା ଏମିତି

ବେଙ୍ଗାଲୁରୁ,୧୦।୧୦: କର୍ନାଟକର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ଯୁବକ ନାଗସାପକୁ ଉଦ୍ଧାର କରିବା ପରେ ତା’ ମୁଣ୍ଡରେ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିଲେ। ତେବେ ସାପ ସେହି ଯୁବକଙ୍କ ଓଠକୁ କାମୁଡ଼ି ଦେଇଥିଲା। ଏହି ଘଟଣା ଶିବାମୋଗା ଜିଲାର ଭଦ୍ରାବତୀର ବମାନକାକେଟରେ ଘଟିଛି। ଯୁବକ ଜଣଙ୍କ ସରୀସୃପ ଉଦ୍ଧାରକାରୀ ଭାବେ କାର୍ଯ୍ୟ କରନ୍ତି। ଯୁବକଙ୍କ ଓଠକୁ କାମୁଡିବା ପରେ ସେ ସାପକୁ ଛାଡି ଦିଅନ୍ତି। ସାପଟି ସେଠାରୁ ପଳାଏ। ୩୦ ସେକେଣ୍ଡର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ସେହି ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ଭର୍ତ୍ସନା କରିଥିବାବେଳେ ଯୁବକଙ୍କୁ ଥଟ୍ଟା କରିଛନ୍ତି।

Share