Posted inଖେଳ

ଦିନିକିଆ କ୍ରିକେଟ୍‌ରେ ପ୍ରଥମଥର ଘଟିଲା ଏମିତି…୨ ବୋଲର୍‌ କଲେ ବଡ଼ କୀର୍ତ୍ତିମାନ

ନୂଆଦିଲ୍ଲୀ,୩।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ୨ ମାର୍ଚ୍ଚରେ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ମୁହାଁମୁହିଁ ହେବେ। ଯଦିଓ ଉଭୟ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ, କିନ୍ତୁ ଏହି ମ୍ୟାଚ୍‌ରେ ଫଳାଫଳ ସ୍ପଷ୍ଟ କରିଦେଇଛି ସେମିଫାଇନାଲରେ କେଉଁ ଦଳ କାହା ସହିତ ମୁକାବିଲା କରିବ। ଭାରତ ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରି ଟୁର୍ନାମେଣ୍ଟରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି ଏବଂ ଗ୍ରୁପ ଏରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଏହା ସହିତ ଏହା ସ୍ଥିର ହୋଇଛି ଯେ, ଏବେ ଟିମ ଇଣ୍ଡିଆ ସେମିଫାଇନାଲରେ ବିଶ୍ୱ ଚାମ୍ପିଅନ ଅଷ୍ଟ୍ରେଲିଆକୁ ଭେଟିବ ଏବଂ ନ୍ୟୁଜିଲାଣ୍ଡ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିବ।
ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୫୦ ଓଭରରେ ୯ ଉଇକେଟ ହରାଇ ମାତ୍ର ୨୪୯ ରନ କରିପାରିଥିଲା। ଶ୍ରେୟସ ଆୟର ସର୍ବାଧିକ ୭୯ ରନର ଇନିଂସ ଖେଳିଥିଲେ। ନ୍ୟୁଜିଲାଣ୍ଡ ପାଇଁ ମ୍ୟାଟ ହେନରୀ ଚମତ୍କାର ବୋଲିଂ କରିଥିଲେ ଏବଂ ୫ ଜଣ ଭାରତୀୟ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ମ୍ୟାଟ ହେନରୀ ଯୁବ ଓପନର ଶୁଭମନ ଗିଲ, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମିଙ୍କ ଉଇକେଟ ନେଇଥିଲେ। ଭାରତର ୨୪୯ ରନ ଜବାବରେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫ ରନ କରି ଅଲଆଉଟ ହୋଇଗଲା। ନ୍ୟୁଜିଲାଣ୍ଡ ପାଇଁ କେବଳ କେନ ୱିଲିୟମସନ ଏକ ବଡ଼ ଇନିଂସ ଖେଳିପାରିଥିଲେ। ସେ ୮୧ ରନ କରିଥିଲେ। ନ୍ୟୁଜିଲାଣ୍ଡକୁ ଏତେ କମ ସ୍କୋରରେ ସୀମିତ ରଖିବାରେ ବରୁଣ ଚକ୍ରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବରୁଣ ପ୍ରଥମ ଥର ପାଇଁ ICC ଦିନିକିଆ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ସମୟରେ ୫ ଉଇକେଟ ନେବାର ମହାନ କୃତିତ୍ୱ ହାସଲ କରିଥିଲେ। ଏହିପରି ଏକଦିବସୀୟ କ୍ରିକେଟ ଇତିହାସରେ ଏକ ନୂତନ ରେକର୍ଡ ସୃଷ୍ଟି ହେଲା।

ବରୁଣ ଚକ୍ରବର୍ତ୍ତୀ ୧୦ ଓଭରରେ ୪୨ ରନ ଦେଇ ୫ଟି ଉଇକେଟ ନେଇଥିଲେ। ସେହି ସମୟରେ ମ୍ୟାଟ ହେନରୀ ମଧ୍ୟ ୮ ଓଭରରେ ୪୨ ରନ ଦେଇ ୫ ଜଣ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଆଉଟ କରିଥିଲେ। ଏହିପରି ଏକଦିବସୀୟ କ୍ରିକେଟ ଇତିହାସରେ ଏକ ଆଶ୍ଚର୍ଯ୍ୟଜନକ ରେକର୍ଡ ସୃଷ୍ଟି ହୋଇଛି। ଦିନିକିଆ କ୍ରିକେଟରେ ଏହା ପ୍ରଥମ ଥର ପାଇଁ ଘଟିଛି, ଗୋଟିଏ ମ୍ୟାଚ୍‌ରେ ଦୁଇଜଣ ବୋଲର ସମାନ ରନ ଦେଇଥିଲେ ଏବଂ ସମାନ ଉଇକେଟ ନେଇଥିଲେ। ବରୁଣ ଏବଂ ହେନରୀ ଉଭୟେ ୪୨ ରନ ଦେଇ ୫ଟି ଲେଖାଏ ଉଇକେଟ ନେଇଥିଲେ। ଏପର୍ଯ୍ୟନ୍ତ ୪୮୫୨ଟି ଦିନିକିଆ ମ୍ୟାଚ ଖେଳାଯାଇଛି ଏବଂ ପ୍ରଥମ ଥର ପାଇଁ କୌଣସି ମ୍ୟାଚ୍‌ରେ ଏପରି ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି।

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମାର୍ଚ୍ଚରେ ଦୁବାଇ ନ୍ୟାଶନାଲ୍‌ ଷ୍ଟାଡିୟମରେ ଖେଳାଯିବ। ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ୫ ମାର୍ଚ୍ଚରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଦ୍ୱିତୀୟ ସେମିଫାଇନାଲରେ ପରସ୍ପରକୁ ମୁହାଁମୁହିଁ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?