Categories: ଖେଳ

ଧୋନୀଙ୍କୁ ନେଇ ଏମିତି ଭବିଷ୍ୟବାଣୀ କଲେ ଏହି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୦ା୫: ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍‌ ୨୦୨୩ର ପ୍ଲେ ଅଫ୍‌ରେ ପହଞ୍ଚିବାଠାରୁ ମାତ୍ର କିଛି ପାଦ ଦୂରରେ ରହିଛି। ଗତ ସିଜନରେ ବିପର୍ଯ୍ୟୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଏହି ସିଜନରେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ଏହି ସିଜନରେ କ୍ରମାଗତ ପ୍ରଦର୍ଶନ ପାଇଁ ଗୋଟିଏ କାରଣ ହେଉଛି ସେମାନଙ୍କର ଘରୋଇ ଫର୍ମ।

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଲରାଉଣ୍ଡର ଇର୍‌ଫାନ ପଠାନ କହିଛନ୍ତି, ଘରୋଇ ପିଚ୍‌ରେ ଦମ୍‌ଦାର ପ୍ରଦର୍ଶନ ସହିତ ଚେନ୍ନାଇ ଫ୍ରାଞ୍ଚାଇଜ ଚେପାକକୁ ସେମାନଙ୍କର ଦୁର୍ଗ କରିପାରିଛି। ସେ କହିଛନ୍ତି, ‘ଚାଚା ଚୌଧୁରୀ’ ଏମ୍‌ଏସ୍‌ ଧୋନୀଙ୍କ ମୁଣ୍ଡ ଏହା ପଛରେ କାମ କରୁଛି। ତାଙ୍କ ବ୍ୟତୀତ କେହି ଏମିତି କରିପାରିବେ ନାହିଁ।

ଷ୍ଟାର୍‌ ସ୍ପୋଟର୍‌ସର ଏକ କାର୍ଯ୍ୟକ୍ରମରେ ଇରଫାନ କହିଛନ୍ତି, ପ୍ଲେ ଅଫ୍‌ ପାଇଁ ସିଏସ୍‌କେ ନିଶ୍ଚିତ।ବର୍ତ୍ତମାନ ସିଏସ୍‌କେ ଏହାକୁ ଟପ୍‌-୨ରେ ପହଞ୍ଚାଇବାକୁ ଚେଷ୍ଟା କରିବ। ମୁଁ ସବୁବେଳେ କହୁଛି, ଯେତେବେଳେ କୌଣସି ଟିମ୍‌ ନିଜ ଘରୋଇ ମୈଦାନକୁ ଆସନ୍ତି, ‘ଚାଚା ଚେଧୁରୀ’ ଏମ୍‌ଏସ୍‌ଡି ତାଙ୍କ ଷ୍ଟାଡିୟମର ଡୋର ବନ୍ଦ କରିଦିଅନ୍ତି। ଅର୍ଥାତ୍‌ଦର୍ଶକଙ୍କ ସାମ୍ନାରେ ବିପକ୍ଷ ଦଳ ପରାଜୟ ବରଣ କରିଥାଏ।

Share