Categories: ଫୁରସତ

ଏହି ଫୁଲରେ ବସେ ନାହିଁ ଭଅଁର

ଫୁଲ ଭଗବାନଙ୍କ ଏକ ଅନବଦ୍ୟ ସୃଷ୍ଟି। ଫୁଲରେ ଭଅଁର ବସିଲେ ଏହାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ। ମାତ୍ର ଏମିତି ଫୁଲ ଅଛି, ଯାହା ଉପରେ ଭଅଁର ବସେ ନାହିଁ। ଏପରି ଫୁଲ ହେଉଛି ଚମ୍ପା। ଏହା ଉପରେ ଭଅଁର ବସେ ନାହିଁ। ଚମ୍ପାଫୁଲ ୫ ପ୍ରକାରର। ସ୍ବର୍ଣ୍ଣଚମ୍ପା, କନକଚମ୍ପା, ନାଗ ଚମ୍ପା, ସୁଲତାନ ଚମ୍ପା ଏବଂ କଟହରି ଚମ୍ପା। ଏହି ଫୁଲ ଔଷଧିୟ ଗୁଣରେ ଭରପୂର। ଏହାର ଭିନ୍ନ ଗନ୍ଧ ପାଇଁ ପରାଗ ହୁଏନାହିଁ। ତେଣୁ ପରାଗ ନ ହେବାରୁ ଭଅଁର ଏବଂ ଅନ୍ୟ କୀଟପତଙ୍ଗମାନେ ଏହା ଉପରେ ବସନ୍ତି ନାହିଁ। ଏହି ଫୁଲ ଧଳା, ହଳଦିଆ ଏବଂ ଫିକା ଗୋଲାପୀ ରଙ୍ଗର ହୋଇଥାଏ। ଚମ୍ପାଫୁଲରୁ ସୁଗନ୍ଧ ତେଲ ବି ପ୍ରସ୍ତୁତ କରାଯାଏ।

Share