Posted inଖେଳ

ସଚିନଙ୍କ ସ୍ବପ୍ନକୁ ଭାଙ୍ଗିଦେଇଥିଲେ ଅଷ୍ଟ୍ରେଲିଆର ଏହି ଦ୍ରୁତ ବୋଲର

ସିଡ଼ନୀ,୯।୨: ମହାନ ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ ମ୍ୟାକଗ୍ରାଥ ତାଙ୍କ କ୍ୟାରିୟର ସମୟରେ ଅନେକ ଥର ମ୍ୟାଚ ଓ୍ବିନିଙ୍ଗ୍‌ ପ୍ରଦର୍ଶନ ଦେଇଛନ୍ତି। ବିଶ୍ୱ କ୍ରିକେଟର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ମ୍ୟାକଗ୍ରାଥ ସାମିଲ। ସେ ଏପରି ଅନେକ ରେକର୍ଡ କରିଛନ୍ତି, ଯାହା କୌଣସି ଖେଳାଳିଙ୍କ ପକ୍ଷେ ତାହା ଭାଙ୍ଗିବା ସହଜ ହେବ ନାହିଁ । ମ୍ୟାକଗ୍ରାଥ ବିଶ୍ୱକପ୍‌ ୨୦୦୩ରେ ଚମତ୍କାର ବୋଲିଂ କରିଥିଲେ। ତାଙ୍କ ଯୋଗୁ ଟିମ ଇଣ୍ଡିଆ ଏବଂ ସଚିନ ତେନ୍ଦୁଲକରଙ୍କ ଟାଇଟଲ ଜିତିବାର ସ୍ବପ୍ନ ଭାଙ୍ଗିଯାଇଥିଲା। ମ୍ୟାକଗ୍ରାଥ ଆଜି ତାଙ୍କର ୫୪ ତମ ଜନ୍ମଦିନ ପାଳନ କରୁଛନ୍ତି।

ବାସ୍ତବରେ, ବିଶ୍ୱକପ୍‌ ୨୦୦୩ର ଫାଇନାଲ ମ୍ୟାଚ ୨୩ ମାର୍ଚ୍ଚରେ ଜୋହାନ୍ସବର୍ଗରେ ଖେଳାଯାଇଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨ ଉଇକେଟ୍‌ ହରାଇ ୩୫୯ ରନ୍‌ ସଂଗ୍ରହ କରିଥିଲା। ଦଳ ପାଇଁ ଓପନିଙ୍ଗ୍‌ କରିବାକୁ ଆଡାମ ଗିଲକ୍ରିଷ୍ଟ ଏବଂ ମାଥ୍ୟୁ ହେଡେନ ଆସିଥିଲେ। ଗିଲକ୍ରିଷ୍ଟ ୪୮ବଲ ସମ୍ମୁଖରେ ୫୭ ରନ ସ୍କୋର କରିଥିଲେ। ଯେଉଁଠାରେ ହେଡେନ ୩୭ରନ ସ୍କୋର କରିବା ପରେ ଆଉଟ ହୋଇଯାଇଥିଲେ। ଏହା ପରେ ଅଧିନାୟକ ରିକି ପଣ୍ଟିଙ୍ଗ ବ୍ୟାଟିଂ କରିବାକୁ ଆସିଥିବା ବେଳେ ପଣ୍ଟିଂ ୧୨୧ ବଲ ସମ୍ମୁଖରେ ଅପରାଜିତ ୧୪୦ ରନ୍‌ ସ୍କୋର କରିଥିଲେ। ତାଙ୍କ ଇନିଂସରେ ୪ ଚୌକା ଓ ୮ ଛକା ଅନ୍ତର୍ଭୁକ୍ତ ହୋଇଥିଲା।

ଅଷ୍ଟ୍ରେଲିଆ ଦେଇଥିବା ଟାର୍ଗେଟକୁ ପଛରେ ପକାଇ ଟିମ ଇଣ୍ଡିଆ ପାଇଁ ଓପନିଙ୍ଗ୍‌ କରାବାକୁ ସଚିନ ଏବଂ ବିରେନ୍ଦର ସେହୱାଗ ପହଞ୍ଚିଥିଲେ। ମ୍ୟାକଗ୍ରାଥ ଏଠାରେ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲେ। ସେ ସଚିନଙ୍କୁ ଆଉଯ୍‌ କରିଦେଇଥିଲେ। ସଚିନ ମାତ୍ର ୪ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଏହା ପରେ ସେହୱାଗ ଏହାର ଦାୟିତ୍ୱ ଗ୍ରହଣ କଲେ। ସେ ୧୦ ଚୌକା ଓ ୩ ଛକା ସହାୟତାରେ ୮୪ ରନ ସ୍କୋର କରିଥିଲେ। ରାହୁଲ ଦ୍ରାବିଡ ୨ ଚୌକା ସହାୟତାରେ ୪୭ ରନ ସଂଗ୍ରହ କରିଥିଲେ। ଏମାନଙ୍କ ବ୍ୟତୀତ କୌଣସି ଭାରତୀୟ ବ୍ୟାଟର୍‌ ବିଶେଷ କିଛି କରିପାରନଥିଲେ। ଟିମ ଇଣ୍ଡିଆ ୨୩୪ ସ୍କୋରରେ ଆଉଟ ହୋଇଥିଲା। ଆଉ ଅଷ୍ଟ୍ରେଲିଆ ୧୨୫ ରନରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri