Posted inଖେଳ

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ପଛରେ ପକାଇଲେ ଆର୍‌. ଅଶ୍ୱିନ୍‌

ଚେନ୍ନାଇ,୧୪।୨: ଭାରତ ଏବଂ ଇଂଲଣ୍ଠ ମଧ୍ୟ ଦ୍ୱିତୀୟ ଟେଷ୍ଟ ଚେନ୍ନାଇରେ ଖେଳାଯାଉଛି। ପ୍ରଥମ ଇନିଂସରେ ଭାରତର ୩୨୯ ରନ୍‌ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୧୩୪ ରନ ସଂଗ୍ରହ କରିଥିଲା। ଏହି ପରିପ୍ରେକ୍ଷୀରେ ଭାରତ ପ୍ରଥମ ଇନିଂସରେ ୧୯୫ରନର ଆଗୁଆ ରହିଛି। ଇଂଲଣ୍ଡ ପାଇଁ ଉଇକେଟ କିପର ବ୍ୟାଟ୍ସମ୍ୟାନ ବେନ ଫକ୍ସ ସର୍ବାଧିକ ଅପରାଜିତ ୪୨ ରନ ସଂଗ୍ରହ କରିଥିଲେ। ଭାରତ ପାଇଁ ରବିଚନ୍ଦ୍ରନ ଅଶ୍ୱିନ ୪୩ ରନ ପାଇଁ ୫ଟି ଉଇକେଟ ନେଇଥିଲେ। ଅକ୍ଷର ପଟେଲ ଏବଂ ଇଶାନ୍ତ ଶର୍ମା ଦୁଇଟି ଲେଖାଏ ଉଇକେଟ ନେଇଥିବାବେଳେ ମହମ୍ମଦ ସିରାଜ ଗୋଟିଏ ଉଇକେଟ ନେଇଥିଲେ। ପ୍ରଥମ ଟେଷ୍ଟରେ ନଅ ଉଇକେଟ ନେଇଥିବା ଅଶ୍ୱିନ ଚେନ୍ନାଇ ଟେଷ୍ଟରେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ସେ ୫ଟି ଉଇକେଟ ନେଇ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମାଖାୟା ଆଣ୍ଟିନି ଏବଂ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂଙ୍କୁ ପଛରେ ପକାଇତତ୍ଲେ। ରବିଚନ୍ଦ୍ରନ ଅଶ୍ୱିନ ଏପର୍ଯ୍ୟନ୍ତ ୭୬ଟି ଟେଷ୍ଟ ମ୍ୟାଚରେ ୩୯୧ ଉଇକେଟ ନେଇଛନ୍ତି। ସର୍ବାଧିକ ଉଇକେଟ ଦୃଷ୍ଟିରୁ ସେ ୧୭ ନମ୍ବରରେ ଅଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମାଖାୟା ଆଣ୍ଟିନିଙ୍କୁ ଟେଷ୍ଟରେ ୩୯୦ ଉଇକେଟ ନେଇଥିଲେ। ଭାରତରେ ସର୍ବାଧିକ ଉଇକେଟ ନେଇ ରବିଚନ୍ଦ୍ରନ ଅଶ୍ୱିନ ହରଭଜନ ସିଂଙ୍କୁ ପଛରେ ପକାଇ ଦେଇଛନ୍ତି।

ଅଶ୍ୱିନ ଘରୋଇ ମାଟିରେ ୪୫ଟି ଟେଷ୍ଟରେ ୨୬୮ ଉଇକେଟ ନେଇଥିବାବେଳେ ହରଭଜନ ୫୫ଟି ଟେଷ୍ଟରେ ୨୬୫ ଉଇକେଟ ନେଇଛନ୍ତି। ଏହି ମାମଲାରେ ଅନିଲ କୁମ୍ବଲେ ଏକ ନମ୍ବର ସ୍ଥାନରେ ଅଛନ୍ତି। ସେ ୬୩ଟି ଟେଷ୍ଟରେ ୩୫୦ ଉଇକେଟ ନେଇଛନ୍ତି। ଭାରତରୁ ସର୍ବାଧିକ ଉଇକେଟ ନେଇ ଅଶ୍ୱିନ ଚତୁର୍ଥ ସ୍ଥାନରେ ଅଛନ୍ତି। ସେମାନଙ୍କ ଅପେକ୍ଷା କେବଳ ଅନିଲ କୁମ୍ବଲେ (୬୧୯), କପିଲ ଦେବ (୪୩୪) ଏବଂ ହରଭଜନ ସିଂ (୪୧୭) ଅଧିକ ଉଇକେଟ ନେଇଛନ୍ତି। ଅଶ୍ୱିନଙ୍କ ଫର୍ମକୁ ଦେଖିଲେ ଏହା କୁହାଯାଇପାରେ ଯେ ସେ ଏହି ଟେଷ୍ଟ ସିରିଜରେ ୪୦୦ ଉଇକେଟ ନେଇ ରେକର୍ଡ ଗ୍ରହଣ କରିବେ। ଟେଷ୍ଟ କ୍ରିକେଟରେ ୨୯ତମ ଥର ପାଇଁ ରବିଚନ୍ଦ୍ରନ ଅଶ୍ୱିନ ଏକ ଇନିଂସରେ ୫କିମ୍ବା ଅଧିକ ଉଇକେଟ ନେଇଛନ୍ତି। ସେ ଗ୍ଲେନ ମ୍ୟାକଗ୍ରାଥଙ୍କ ସହ ସମାନ ହୋଇଥିଲେ। କେବଳ ଅଶ୍ୱିନଙ୍କଠାରୁ ଆଗରେ ଅଛନ୍ତି ମୁଥିୟା ମୁରଲୀଥରନ (୬୭), ସେନ୍‌ ୱାର୍ନ (୩୭), ଅନିଲ କୁମ୍ବଲେ (୩୫) ଏବଂ ଜେମ୍ସ ଏଣ୍ଡସନ (୩୦)। ଏହା ବ୍ୟତୀତ ଅଶ୍ୱିନ ୭ଥର ଗୋଟିଏ ମ୍ୟାଚରେ ୧୦ କିମ୍ବା ଅଧିକ ଉଇକେଟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri