ଚତୁର୍ଥ ଥର ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା, ନୂଆ ଅତିଥି ସ୍ବାଗତ ପାଇଁ ରହିଛି ସ୍ବତନ୍ତ୍ର ପ୍ଲାନ୍‌

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସୈଫ୍‌ଙ୍କ ସ୍ତ୍ରୀ ତଥା କରିନା କପୁର ନିଜ ଦ୍ୱିତୀୟ ସନ୍ତାନଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି। ଏଥିପୂର୍ବରୁ ନୂଆ ଅତିଥିଙ୍କୁ ସ୍ବାଗତ ପାଇଁ ସୈଫ୍‌ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ସୈଫଙ୍କ ଅନୁଯାୟୀ ସେ ଫେବୃୟାରୀରେ ପୁଣି ଥରେ ପିତା ହେବାକୁ ଯାଉଛନ୍ତି। ଚତୁର୍ଥ ଥର ପାଇଁ ପିତା ହେବା ପାଇଁ ଅଭିନେତା ବହୁତ ଉତ୍ସାହିତ ଏବଂ ସେ ବହୁତ ଯୋଜନା କରିଛନ୍ତି। ସୈଫ କହିଛନ୍ତି ଯେ ସନ୍ତାନ ଏହି ଦୁନିଆକୁ ଆସିବା ପୂର୍ବରୁ ସେ ପୈତୃକ ଛୁଟି ନେବାକୁ ଯାଉଛନ୍ତି। ଯାହାଦ୍ୱାରା ସେ ନବଜାତ ଶିଶୁ ସହିତ ସମୟ ବିତାଇ ପାରିବେ। ଏହାପୂର୍ବରୁ ମଧ୍ୟ ୩ ପିଲାଙ୍କ ଜନ୍ମବେଳେ ମୁଁ ଛୁଟି ନେଇଥିଲି ବୋଲି ସେ କହିଛନ୍ତି। ସୈଫ ଅଲି ଖାନ ଏବେ ୩ ସନ୍ତାନ ସାରା ଅଲି ଖାନ-ଇବ୍ରାହିମ ଅଲି ଖାନ ଏବଂ ତୈମୁର ଅଲି ଖାନଙ୍କ ପିତା। ସାରା ଏବଂ ଇବ୍ରାହିମ ସୈଫଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ସନ୍ତାନ ହୋଇଥିବାବେଳେ ତୈମୁର ଅଲି ଖାନ ତାଙ୍କର ଦ୍ୱିତୀୟ ସ୍ତ୍ରୀ କରୀନା କପୁରଙ୍କ ସନ୍ତାନ। କରୀନା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି।

Share