ଏହି ପ୍ରସିଦ୍ଧ ଅଭିନେତା ଗିରଫ

ଲୁଧିୟାନା,୨୮।୪: କରୋନା ଗାଇଡଲାଇନର ଉଲ୍ଲଂଘନ ଅଭିଯୋଗରେ ଅଭିନେତା ଜିମି ଶେରଗିଲଙ୍କୁ ବୁଧବାର ପଞ୍ଜାବର ଲୁଧିଆନାରେ ଗିରଫ କରାଯାଇଛି। ଏହାପୂର୍ବରୁ ମଙ୍ଗଳବାର ସେ ଫିଲ୍ମର ଶୁଟିଂ କରିବା ଅଭିଯୋଗରେ ତାଙ୍କୁ ଅଟକା ଯାଇଥିଲା। ଅଭିଯୋଗ ହୋଇଛି ଯେ ଜିମି ଶୁଟିଂ ସମୟରେ ସାମାଜିକ ଦୂରତା ତଥା ଅନ୍ୟାନ୍ୟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁ ନ ଥିଲେ। ଅନେକ ଚାରି ଚକିଆ ଯାନ ଗୋଟିଏ ପରେ ଗୋଟିଏ ଲୁଧିଆନାର ଆର୍ଯ୍ୟ ବିଦ୍ୟାଳୟରେ ପ୍ରବେଶ କରୁଥିବାର ଦେଖାଯାଇଥିଲା। ଭିତରେ ଏକ ପଞ୍ଜାବୀ ଫିଲ୍ମର ଶୁଟିଂ ଚାଲିଥିବାର ଦେଖିବାକୁ ମିଳିଥିଲା। ପୋଲିସ ଏ ବିଷୟରେ ଜାଣିବାକୁ ପାଇବା ପରେ ସେଠାରେ ପହଞ୍ଚି ଶୁଟିଂ ବନ୍ଦ କରିଦେଇଥିଲେ।

Share