ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ…

ଲସ୍‌ ଏଞ୍ଜେଲସ୍‌ , ୨୯।୮: ହଲିଉଡ୍‌ ଫିଲ୍ମ ‘ବ୍ଲାକ୍‌ ପାନ୍ଥର’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଚାଦ୍‌ଓ୍ବିକ୍‌ ବୋସ୍‌ମ୍ୟାନ୍‌ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା। ସେ ଦୀର୍ଘ ୪ ବର୍ଷ ଧରି ଅନ୍ତଃନଳୀ କର୍କଟ ରୋଗରେ ପୀଡ଼ିତ ଥିଲେ। ଲସ୍‌ ଏଞ୍ଜେଲସ୍‌ ସ୍ଥିତ ବାସଭବନରେ ବୋସ୍‌ମ୍ୟାନ୍‌ ପରିବାର ସଦସ୍ୟ ଏବଂ ସ୍ତ୍ରୀଙ୍କ ଉପସ୍ଥିତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କର୍କଟ ରୋଗ ହୋଇଥିବା ଜଣାପଡ଼ିବା ପରେ ମଧ୍ୟ ବୋସମ୍ୟାନ୍‌ ଜଣେ ଯୋଦ୍ଧା ଭଳି ବିଭିନ୍ନ ଫିଲ୍ମର ଶୁଟିଂ ସେଟରେ ଯୋଗଦେଇଥିବା ପରିବାର ପକ୍ଷରୁ କୁହାଯାଇଛି। ଫିଲ୍ମ ଶୁଟିଂ ସମୟରେ ତାଙ୍କର କେତେକ ସର୍ଜରୀ ଏବଂ କେମୋଥେରାପି ମଧ୍ୟ ହୋଇଥିଲା। ୨୦୧୮ରେ ମାର୍ବଲ ଷ୍ଟୁଡ଼ିଓ ଦ୍ୱାରା ନିର୍ମିତ ହୋଇଥିବା ଫିଲ୍ମ ‘ବ୍ଲାକ୍‌ ପାନ୍ଥର’ ବୋସ୍‌ମ୍ୟାନ୍‌ଙ୍କୁ ସୁପରଷ୍ଟାରର ପରିଚିତି ଆଣି ଦେଇଥିଲା। ତାଙ୍କର ଶେଷ ଫିଲ୍ମ ‘ଦା ୫ ବ୍ଲଡସ୍‌’ ( ଦା ଫାଇଭ୍‌ ବ୍ଲଡସ୍‌) ଚଳିତ ବର୍ଷ ରିଲିଜ୍‌ ହୋଇଥିଲା।

Share