ଦେଇନାହାନ୍ତି ଏହି ଡକ୍ୟୁମେଣ୍ଟ, ଜମା ଆସିବନି ସୁଭଦ୍ରା ଟଙ୍କା, ଜାଣି ନିଅନ୍ତୁ…

ଭୁବନେଶ୍ୱର,୨୬।୯: ଭାଜପା ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ମହିଳାଙ୍କୁ ୫ହଜାର ଟଙ୍କାର ଭାଉଚର୍‌ ଆସିଛି। ଆଗାମୀ ବର୍ଷ ମହିଳା ଦିବସରେ ଦ୍ୱିତୀୟ କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ବୁଧବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରଭାତୀ କେଉଁଦିନ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୨ ଦିନ ତଳେ ଯାହା ରଭ୍ୟୁ ନେଇଥିଲି ୯୨ ଲକ୍ଷ ପାଖା ପାଖି ଲୋକେ ସୁଭଦ୍ରା ଯୋଜନା ପାଇଁ ଆବଦେନ କରିଥିଲେ। ଆମେ ୨୫ ଲକ୍ଷ ୧୧ ହଜାର ଲୋକଙ୍କୁ ଦେଇଛୁ। ଆଉ ଗୋଟିଏ ସପ୍ତାହ ଭିତରେ ୧ କୋଟି ଲୋକଙ୍କ ଆବଦେନ ବୋଧେ ଆସିଯାଇଥିବ। ସୁଭଦ୍ରା ଯୋଜନା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୧ରୁ ସ୍ଲାବ ହେବ ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। କିଛିଦିନ ମଧ୍ୟରେ ୨୫ ଲକ୍ଷ ୧୧ ହଜାର ଲୋକଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯିବ। ଯଦି ପ୍ରଥମ କିସ୍ତି ଯାଇ ନ ଥିବ ତେବେ ମାର୍ଚ୍ଚ ୮ରେ ସମସ୍ତଙ୍କୁ ଏକକାଳୀନ ୨ଟି କିସ୍ତି ଟଙ୍କା ମିଳିବ।

ତେବେ ୧୭ ତାରିଖ ମୋଦିଙ୍କ ଜନ୍ମଦିନ ଦିବସରେ ଅଧିକାଂଶ ମହିଳାଙ୍କ ଖାତାକୁ ସୁଭଦ୍ରାର ପ୍ରଥମ କିସ୍ତି ଆସିଥିବାବେଳେ ଅନେକଙ୍କୁ ଏହି ଟଙ୍କା ମିଳିନାହିଁ । ଯାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ସୂଚନା ଅନୁସାରେ, ୧୭ ତାରିଖ ଅର୍ଥାତ ଆଜି ପରେ ଆବେଦନ କରୁଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ । ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବାକ ର୍ନିଦ୍ଦିଷ୍ଟ କୌଣସି ସମୟ ସୀମା ନାହିଁ । ଜଣେ ଚାହିଁଲେ ଯେତେବେଳେ ବି ରେଜିଷ୍ଟ୍ରେସନ କରିପାରିବେ ।

ସୁଭଦ୍ରାର ଫର୍ମ ପୂରଣବେଳେ ତାର ପଞ୍ଜିକରଣ ଫର୍ମ ସହ ଆପଣଙ୍କୁ କିଛି ଜରୁରୀ ଡକ୍ୟୁମେଣ୍ଟ ଦେବାକୁ ପଡିବ। ଯଦି ଆପଣ ଏହି ଦରକାରୀ ଡକ୍ୟୁମେଣ୍ଟ ଦାଖଲ କରି ନ ଥିବେ ଓ ଫର୍ମରେ ଠିକ୍‌ ସୂଚନା ଦେଇ ନ ଥିବେ ତେବେ ଆପଣଙ୍କ ଆବେଦନ କଟି ଯାଇପାରେ। ଏହାପରେ ବି ଆପଣ ପୁନଃ ଆବେଦନ କଲେ ଆପଣଙ୍କୁ ଟଙ୍କା ମିଳିବ ନାହିଁ। ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା’ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ । ଏଥିସହ ସୁଭଦ୍ରା ଫର୍ମ ଦାଖଲବେଳେ ଆପଣଙ୍କୁ ଆଧାରର ଜେରକ୍ସ ସହ ରାଶନ କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଖାତାର ଜେରକ୍ସ ଦାଖଲ କରିବା ଜରୁରୀ। ଏଥିସହ ବାୟୋମେଟ୍ରିକ ବି ସଠିକ୍‌ ଭାବେ ଦେଇଥିବା ଦରକାର। ଏହାପରେ ଆପଣଙ୍କୁ ଜନସେବା କେନ୍ଦ୍ର ଅଡ଼ିକାରୀ ଏକ ରସିଦ କାର୍ଡ ଦେବେ। ଯେଉଁଥିରେ ଆପଣଙ୍କ ସିରିଆଲ ନମ୍ବର ଲେଖାଯାଇଥିବ। ଏସବୁ ଜରୁରୀ ଡକ୍ୟୁମେଣ୍ଟ ଦାଖଲ କରି ନ ଥିଲେ ଆପଣଙ୍କ ଆବେଦନ କଟିଯିବ। ଆଉ ଆପଣ ଟଙ୍କାଟିଏ ମଧ୍ୟ ପାଇବେନି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri