ସଲମାନଙ୍କ ସହ ଆକ୍ସନ ମୁଭି କରିବାକୁ ଚାହୁଁଛନ୍ତି ଏହି ନିର୍ଦ୍ଦେଶକ

ମୁମ୍ବାଇ: ସୁଲତାନ, ଟାଇଗର ଜିନ୍ଦା ହୈ ଓ ଭାରତ ଭଳି ବ୍ଲକବୁଷ୍ଟର ମୁଭି ଭେଟି ଦେଇଥିବା ନିର୍ଦ୍ଦେଶକ ଅଲି ଅବ୍ୱାସ ଜଫର ଏବେ ସଲମାନଙ୍କ ସହ ଆକ୍ସନ ମୁଭି କରିବାକୁ ଚାହୁଁଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ ଏହି ସୂଚନା ଦେଇଛନ୍ତି । ଏବେ ପୁଣିଥରେ ଏହି ଯୋଡିଙ୍କୁ ଦର୍ଶକେ ଦେଖିବାକୁ ପାଇବେ । ଏଥର ଏକ ବିଗ ବଜେଟର ଆକ୍ସନ ମୁଭିରେ ନିର୍ଦ୍ଦେଶକ ଜଫର ଭାଇଜାନଙ୍କୁ ନେଇ କାମ ଆରମ୍ଭ କରିବେ ବୋଲି କହିଛନ୍ତି ।
ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଜଫର କହିଛନ୍ତି ଏହି ଆକ୍ସନ ମୁଭିକୁ ନେଇ ସ୍କ୍ରିପ୍ଟ କାମ ଆରମ୍ଭ ହୋଇଗଲାଣି । ଖୁବଶୀଘ୍ର ମୁଁ ଏହାକୁ ସଲମାନଙ୍କ ସହ ଶେୟାର କରିବି । ଯଦି ଏହି ଫିଲ୍ମ ନିର୍ମାଣ କରାଗଲା ତେବେ ଅଲ୍ଲି ଅବ୍ୱାସ ଜଫରଙ୍କ ସହ ଚତୁର୍ଥଥର ପାଇଁ ସଲମାନ କାମ କରିବାକୁ ଯାଉଛନ୍ତି । ହେଲେ ଏପର୍ଯ୍ୟନ୍ତ ଏହାକୁ ନେଇ ସଲମାନଙ୍କର କୌଣସି ରିଆକ୍ସନ ମିଳିପାରି ନାହିଁ ।

Share