ଏହି ଦିନ ରିଲିଜ ହେବ ‘ବ୍ରହ୍ମାସ୍ତ୍ର: ପାର୍ଟ ୨’

ମୁମ୍ବାଇ: ନିର୍ଦ୍ଦେଶକ ଆର୍ୟନ ମୁଖାର୍ଜୀଙ୍କ ସୁପରହିଟ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଗତ ବର୍ଷ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା। ଯାହା ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରିଥିଲା। ଦର୍ଶକଙ୍କ ପାଖରୁ ଭଲ ପ୍ରତିକ୍ରିୟା ମଧ୍ୟ ପାଇଛି ‘ବ୍ରହ୍ମାସ୍ତ୍ର’। ତେବେ ‘ବ୍ରହ୍ମାସ୍ତ୍ର’ର ପ୍ରଥମ ଭାଗର ସଫଳତା ପରେ ଦର୍ଶକ ଏବଂ ପ୍ରଶଂସକମାନେ ଦ୍ୱିତୀୟ ଚଳଚ୍ଚିତ୍ରକୁ ନେଇ ଉତ୍ସାହିତ ଅଛନ୍ତି। ଏଥର ନିର୍ଦ୍ଦେଶକ ଦ୍ୱିତୀୟ ପାର୍ଟ ‘ବ୍ରହ୍ମାସ୍ତ୍ର: ପାର୍ଟ ୨ – ଦେବ’ ଉପରେ ନଜର ରଖିଛନ୍ତି। ଏହି ଫିଲ୍ମଟି
ଆସନ୍ତା ବର୍ଷ ରିଲିଜ ହେବ। ବର୍ତ୍ତମାନ ନିର୍ଦ୍ଦେଶକ କହିଛନ୍ତି ଯେ, ଫ୍ରାଞ୍ଚାଇଜର ଦ୍ୱିତୀୟ ଚଳଚ୍ଚିତ୍ର ୨୦୨୫ ସୁଦ୍ଧା ମୁକ୍ତିଲାଭ ହେବ। ବର୍ତ୍ତମାନ ଖବର ଅଛି ଯେ, ପ୍ରଥମ ପାର୍ଟ ପରି ଦ୍ୱିତୀୟ ପାର୍ଟ ରିଲିଜ ମଧ୍ୟ ବିଳମ୍ବ ହୋଇପାରେ। ନିର୍ଦ୍ଦେଶକ ଆହୁରି କହିଛନ୍ତି, ଦ୍ୱିତୀୟ ଚଳଚ୍ଚିତ୍ର ପାଇଁ ଆମେ ୧୦ ବର୍ଷ ନେବୁ ନାହିଁ। ଯଦି ଦ୍ୱିତୀୟ ଭାଗ ୧୦ବର୍ଷ ପରେ ରିଲିଜ ହୁଏ, ତେବେ ସେହି ଫିଲ୍ମ କେହି ଦେଖିବେ ନାହିଁ।
‘ବ୍ରହ୍ମାସ୍ତ୍ର: ପାର୍ଟ ୨ – ଦେବ’ଘୋଷଣା ହେବା ପରେ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ତେବେ ଦେବ ଭୂମିକାରେ ରଣବୀର ସିଂ, ହ୍ରିତିକ ରୋଶନ, ୟଶଙ୍କ ନାମ ସାମ୍ନାକୁ ଆସିଛି। ହେଲେ କାହାକୁ ଦେବ ଭୂମିକାରେ ଦେଖିବାକୁ ମିଳିବ ତାହାକୁ ନେଇ ନିର୍ଦ୍ଦେଶକ କିଛି ଘୋଷଣା କରିନାହାଁନ୍ତି। ନାମ ଜାଣିବାକୁ ହେଲେ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶକ କହିଛନ୍ତି।

 

Share