ଏହି ଦିନ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର,୧।୩: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । କାଳିଆ ଯୋଜନାକୁ ନେଇ ବଡ ଘୋଷଣା କରାଯିବା ପରେ ଏବେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ।
କାଳିଆ ଯୋଜନାକୁ ନେଇ ନିକଟରେ ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଥିଲା । ଚଳିତ ବର୍ଷ କେଣସି ସମୟରେ ଚାଷୀଙ୍କ ଆକାଉଣ୍ଟକୁ କାଳିଆ କିସ୍ତି ଟଙ୍କାଆସିପାରେ ବୋଲି କ୍ୟାବିନେଟର ନିଷ୍ପତ୍ତି ନିଆଯାଇଥିଲା। ହାସହ ସବୁଠାରୁ ବଡ଼ କଥା ହେଉଛି କାଳିଆ ଯୋଜନା ଆହୁରି ୩ ବର୍ଷ ବଢିଛି । ଏହାସହିତ କାଳିଆ ଯୋଜନାରେ ବାର୍ଷିକ ୨ଥର ସହାୟତା ବ୍ୟତୀତ ରାଜ୍ୟ ସରକାର ଯେକୌଣସି ସମୟରେ ଅତିରିକ୍ତ ସହାୟତା ମଧ୍ୟ ଦେଇପାରିବେ । ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ହିଁ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ କାଳିଆ କିସ୍ତି । ଯେତେବେଳେ ବି ପୂର୍ବରୁ ଏପ୍ରିଲ ମାସରେ ଟଙ୍କା ଆସୁଥିଲା ।