Posted inଖେଳ

ହାଇ-ଭୋଲଟେଜ ମ୍ୟାଚ୍‌ ପୂର୍ବରୁ ହଠାତ୍‌ ଟିମ୍‌ ଇଣ୍ଡିଆର ହାତ ଛାଡ଼ିଦେଲେ ଏହି କ୍ରିକେଟର୍‌: ଦଳ ଛାଡି ପଳାଇଲେ

ନୂଆଦିଲ୍ଲୀ,୧୨।୯: ଏସିଆ କପ ୨୦୨୫ରେ ଟିମ ଇଣ୍ଡିଆର ଆରମ୍ଭ ଭଲ ରହିଛି। ପ୍ରଥମ ମ୍ୟାଚରେ ଭାରତ ୯ ଉଇକେଟରେ UAE କୁ ପରାସ୍ତ କରିଛି। ଏବେ ଭାରତ ରବିବାର ପାକିସ୍ତାନ ବିପକ୍ଷରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳିବାକୁ ଯାଉଛି, କିନ୍ତୁ ଏହି ସମୟ ମଧ୍ୟରେ ଏକ ବଡ଼ ଖବର ଆସିଛି, ଦଳର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ହଠାତ୍‌ ଏସିଆ କପ ଦଳ ଛାଡି ଇଂଲଣ୍ଡ ଚାଲିଯାଇଛନ୍ତି।
ୱାଶିଂଟନ ସୁନ୍ଦରଙ୍କୁ ଏହି ଟୁର୍ନାମେଣ୍ଟ ପାଇଁ ରିଜର୍ଭ ଖେଳାଳି ଭାବରେ ଦଳରେ ସାମିଲ କରାଯାଇଥିଲା। ଏହି ଟୁର୍ନାମେଣ୍ଟରେ ତାଙ୍କର ଗୋଟିଏ ବି ମ୍ୟାଚ ଖେଳିବାର ସମ୍ଭାବନା ବହୁତ କମ ଥିଲା। ଏହି ମଧ୍ୟରେ, ତାଙ୍କୁ ଇଂରାଜୀ କାଉଣ୍ଟି ଦଳ ହାମ୍ପଶାୟାରରୁ ଖେଳିବା ପାଇଁ ପ୍ରସ୍ତାବ ମିଳିଥିଲା, ଯାହାକୁ ସେ ଗ୍ରହଣ କରିଥିଲେ। ସୁନ୍ଦର ଏବେ କାଉଣ୍ଟି ଚାମ୍ପିଅନସିପରେ ଦୁଇଟି ମ୍ୟାଚ ପାଇଁ ହାମ୍ପଶାୟାରର ଅଂଶ ହୋଇଛନ୍ତି।

ହାମ୍ପଶାୟାର କ୍ରିକେଟ କ୍ଲବ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏ ବିଷୟରେ ସୂଚନା ଦେଇ ସୁନ୍ଦରଙ୍କୁ ସ୍ବାଗତ କରିଛି ଏବଂ ଲେଖିଛନ୍ତି, ସ୍‌ଆମେ ସୁନ୍ଦରଙ୍କୁ ଦଳରେ ସାମିଲ କରିବା ବିଷୟରେ ଆତ୍ମବିଶ୍ୱାସୀ ଥିଲୁ। ସ୍ବାଗତ ଓ୍ବାସି! ଭାରତୀୟ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ରୋଜ ଏବଂ କ୍ରାଉନ ବିପକ୍ଷରେ ଶେଷ ଦୁଇଟି ମ୍ୟାଚ ପାଇଁ ହାମ୍ପଶାୟାର ପକ୍ଷରୁ ଖେଳିବେ।

ୱାଶିଂଟନ ସୁନ୍ଦରଙ୍କ ସାମ୍ପ୍ରତିକ ଇଂଲଣ୍ଡ ଗସ୍ତ ସ୍ମରଣୀୟ ଥିଲା। ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ, ସେ ବ୍ୟାଟ ଏବଂ ବଲ ଉଭୟରେ ଚମତ୍କାର ପ୍ରଦର୍ଶନ ଦେଖାଇଥିଲେ। ସେ ବ୍ୟାଟିଂରେ ୨୮୪ ରନ କରିଥିଲେ ଏବଂ ଏହି ସମୟରେ ତାଙ୍କର ହାର ୪୭ ଥିଲା। ଏହି ସିରିଜରେ, ସୁନ୍ଦର ଓଲ୍ଡ ଟ୍ରାଫୋର୍ଡରେ ଏକ ଚମତ୍କାର ଶତକ ମଧ୍ୟ କରିଥିଲେ।

ସୁନ୍ଦର ବୋଲିଂରେ ମଧ୍ୟ ଜବରଦସ୍ତ ଫର୍ମ ଦେଖାଇଥିଲେ। ସେ ୩୮.୫୭ ହାରରେ ୭ ଉଇକେଟ ନେଇଥିଲେ। ଏହି ଫର୍ମକୁ ଦେଖି, ହାମ୍ପଶାୟାର ତାଙ୍କୁ କାଉଣ୍ଟି ସିଜିନର ଶେଷ ଭାଗ ପାଇଁ ଚୟନ କରିଛି।

ସୁନ୍ଦରଙ୍କ ପ୍ରସ୍ଥାନ ଏସିଆ କପ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଉପରେ କୌଣସି ବଡ଼ ପ୍ରଭାବ ପକାଇବ ନାହିଁ। କାରଣ ସେ ରିଜର୍ଭ ଦଳରେ ଥିଲେ ଏବଂ ତାଙ୍କୁ ମ୍ୟାଚ ଖେଳିବାର ସୁଯୋଗ ମିଳି ନ ଥାନ୍ତା।

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri