Categories: ଖେଳ

ଏକୁଟିଆ ପାକିସ୍ତାନକୁ ଧୂଳି ଚଟାଇଥିଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଅନିଲ କୁମ୍ବଲେ ଆଜି ୫୩ ବର୍ଷରେ ପଦାର୍ବଣ କରିଛନ୍ତି। ସେ ତାଙ୍କ କ୍ୟାରିଅରରେ ଅନେକ ଥର ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି।
୧୯୯୯ ରେ ପାକିସ୍ତାନ କ୍ରିକେଟ ଦଳ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ଦିଲ୍ଲୀରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହାକୁ ୨୧୨ ରନ୍‌ରେ ଜିତିଥିଲା। ଟିମ ଇଣ୍ଡିଆ ପାଇଁ କୁମ୍ବଲେ ବିପଜ୍ଜନକ ବୋଲିଂ କରିଥିଲେ। ସେ ଏକକ ଭାବରେ ପାକିସ୍ତାନକୁ ପରାସ୍ତ କରିଥିଲେ। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଭାରତ ପ୍ରଥମ ଇନିଂସରେ ୨୫୨ ରନ ସଂଗ୍ରହ କରିଥିଲା। ପାକିସ୍ତାନ ଦଳ ୧୭୨ ରନରେ ଅଲଆଉଟ୍‌ ହୋଇଯାଇଥିଲା। କୁମ୍ବଲେ ପ୍ରଥମ ଇନିଂସରେ ୪ ଉଇକେଟ ନେଇଥିଲେ। ସେ ୨୪.୩ ଓଭରରେ ୭୫ ରନ ଦେଇଥିଲେ।
ପାକିସ୍ତାନ ଆଉଟ ହେବା ପରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଭାରତୀୟ ଦଳ ଆସିଥିଲା। ଭାରତ ୩୩୯ ରନ ସ୍କୋର କରିଥିଲା। ଭାରତ ଦେଇଥିବା ଟାର୍ଗେଟକୁ ପିଛା କରିବାକୁ ଆସିଥିବା ପାକିସ୍ତାନ ଦଳ ଦ୍ୱିତୀୟ ଇନିଂସରେ ୨୦୭ ରନ ସ୍କୋର କରିଥିଲା। କୁମ୍ବଲେ ପାକିସ୍ତାନ ପାଇଁ ସାଂଘାତିକ ପ୍ରମାଣିତ ହୋଇଥିଲେ। ସେ ୨୬.୩ ଓଭରରେ ୭୪ ରନ ଦେଇ ୧୦ ଉଇକେଟ ନେଇଥିଲେ। କୁମ୍ବଲେଙ୍କ ଏହି ପ୍ରଦର୍ଶନ ସ୍ମରଣୀୟ ଥିଲା।
ସୂଚନାଯୋଗ୍ୟ ଯେ, ଅନିଲ କୁମ୍ବଲେ ତାଙ୍କ କ୍ୟାରିୟରରେ ୧୩୨ଟି ଟେଷ୍ଟ ମ୍ୟାଚ ଖେଳି ୬୧୯ ଉଇକେଟ ନେଇଥିଲେ। ଏହି ଅବଧିରେ ସେ ୩୫ ଥର ପାଞ୍ଚ କିମ୍ବା ଅଧିକ ଉଇକେଟ ନେଇଥିଲେ। ୨୭୧ଟି ଦିନିକିଆ ମ୍ୟାଚରେ କୁମ୍ବଲେ ୩୩୭ ଉଇକେଟ ନେଇଥିଲେ।

Share