Categories: ଖେଳ

ଏହି କ୍ରିକେଟର୍‌ ସ୍ତ୍ରୀଙ୍କ ନାଁରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ

ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲିଙ୍କ ନାମରେ ଏକ ନକଲି ‘ଫେସବୁକ ପେଜ’ ଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛିି। ବୁଧବାର ଜଣେ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଡୋନା ଏବଂ ଝିଅ ସାନାଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲାଯାଏ ଅନେକ ଫଟୋ ଶେୟାର କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣାର ଅନୁସନ୍ଧାନ କରାଯାଉଛି, ଖୁବଶୀଘ୍ର ଅପରାଧୀଙ୍କୁ ଧରାଯିବ। ଆଇପି ଠିକଣା (ଇଣ୍ଟରନେଟ ପ୍ରୋଟୋକଲ ଠିକଣା) ଚିହ୍ନଟ ହୋଇଥିବା ପୋଲିସ କହିଛନ୍ତି। ଓଡିଶୀ ନୃତ୍ୟଶିଳ୍ପୀ ଡୋନା କହିଛନ୍ତି ଯେ, ତାଙ୍କର ଜଣେ ଛାତ୍ର ତାଙ୍କୁ ନକଲି ଫେସବୁକ ପେଜ ବିଷୟରେ କହିଥିଲେ, ପରେ ସେ ପୋଲିସ ସହିତ ଯୋଗାଯୋଗ କରିଥିଲେ।

Share