ନୂଆଦିଲ୍ଲୀ,୧।୯: ନ୍ୟୁଜିଲାଣ୍ଡ କ୍ରିକେଟର୍ ଗ୍ଲେନ ଫିଲିପ୍ସଙ୍କ କ୍ୟାଚ୍କୁ ନେଇ କ୍ରିକେଟ୍ ଜଗତରେ ଚହଳ ପଡ଼ିଛି। କାରିବିଆନ ପ୍ରିମିୟର ଲିଗ୍ରେ ସେ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହା ଦେଖିଲେ ତାଙ୍କ ହାତରେ ଚୁମ୍ବକ ଥିବା ପରି ମନେ ହେଉଛି। ଏହି ମୁହୂର୍ତ୍ତର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
କାରିବିଆନ ପ୍ରିମିୟର ଲିଗ୍ରେ ତ୍ରିନବାଗୋ ନାଇଟ ରାଇଡର୍ସ ଏବଂ ଗୟାନା ଆମାଜନ ୱାରିୟର୍ସ ମଧ୍ୟରେ ଏକ ମ୍ୟାଚ ହୋଇଥିଲା। ଗୟାନା ଆମାଜନ ୱାରିୟର୍ସ ପ୍ରଥମେ ବ୍ୟାଟିଂ କରିଥିଲା। ଗ୍ଲେନ ଫିଲିପ୍ସ ଇନିଂସ ଆରମ୍ଭ କରିଥିଲେ। ସେ ମାତ୍ର ଚାରିଟି ବଲ ଖେଳି ଶୂନ୍ୟରେ ଆଉଟ ହୋଇଥିଲେ। ଏହା ସତ୍ତ୍ୱେ ଶିମରୋନ ହେଟମାୟରଙ୍କ ଶତକ ଦଳକୁ ୧୬ ଓଭରରେ ପାଞ୍ଚ ଉଇକେଟ ହରାଇ ୧୮୫ ରନ କରିବାରେ ସାହାଯ୍ୟ କରିଥିଲା।
ପରବର୍ତ୍ତୀ ସମୟରେ, ତ୍ରିନବାଗୋ ନାଇଟ ରାଇଡର୍ସ ବ୍ୟାଟିଂ କରିବାକୁ ଆସିଥିଲା। ସୁନୀଲ ନାରିନ ଇନିଂସ ଆରମ୍ଭ କରିଥିଲେ। ନାରିନ ଏକ ଶକ୍ତିଶାଳୀ ସଟ ଖେଳିଲେ। ଏହା ଏକ ଛକା ହେବା ନିଶ୍ଚିତ ମନେ ହେଉଥିଲା, କିନ୍ତୁ ଗ୍ଲେନ ଫିଲିପ୍ସ ହଠାତ୍ ବାଉଣ୍ଡ୍ରି ପାଖରେ କ୍ୟାଚ୍ ଧରିଥିଲେ। ବଲ ତାଙ୍କ ପାପୁଲିରେ ଏମିତି ଲାଗିଗଲା, ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗ୍ଲେନ ଫିଲିପ୍ସ ନିଜେ ସ୍ତବ୍ଧ ହୋଇଯାଇଥିଲେ। ଫଳସ୍ବରୂପ, ନାରିନଙ୍କୁ କେବଳ ଗୋଟିଏ ରନ କରି ପ୍ୟାଭିଲିୟନ ଫେରିବାକୁ ପଡିଥିଲା।
ତ୍ରିନବାଗୋ ନାଇଟ ରାଇଡର୍ସ ୧୬ ଓଭରରେ ୭ ଉଇକେଟ ହରାଇ ମାତ୍ର ୧୭୨ ରନ କରି ୯ ରନରେ ମ୍ୟାଚ ହାରିଗଲା।
A Catch So Good, #GlennPhillips was SHOCKED himself! 🤯
Watch #CPL 2026 LIVE on Star Sports! pic.twitter.com/48qMKcSUmS
— Star Sports (@StarSportsIndia) September 1, 2026