Categories: ଖେଳ

ଦ୍ୱିତୀୟଥର ବିବାହ କଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୦।୯: ପାକିସ୍ତାନ କ୍ରିକେଟର ଶାହିନ ଶାହା ଆଫ୍ରିଦି ତାଙ୍କ ସ୍ତ୍ରୀ ଅନ୍ସା ଆଫ୍ରିଦିଙ୍କୁ ପୁଣି ଥରେ ବିବାହ କରିଛନ୍ତି। ଦୁହେଁ ପ୍ରଥମେ ପାରମ୍ପରିକ ଆଫ୍ରିଦି ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ୩ରେ ବିବାହ କରିଥିଲେ। କେବଳ ଘନିଷ୍ଠ ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଯୋଗ ଦେଇଥିଲେ।
ବର୍ତ୍ତମାନ ଶାହିନ ଏବଂ ଅନ୍ସା ନିଜ ପ୍ରେମ କାହାଣୀକୁ ସାରା ବିଶ୍ୱ ସହ ସହିତ ବାଣ୍ଟିବାକୁ ସେପ୍ଟେମ୍ବର ୧୯ରେ ପୁଣିଥରେ ବିବାହ କରିଛନ୍ତି। ସେପ୍ଟେମ୍ବର ୨୧ରେ ଏହି ଦମ୍ପତି ବିବାହ ରିସେପ୍ସନ ଦେବେ।
ତାଙ୍କ ବିବାହରେ ପାକିସ୍ତାନୀ କ୍ରିକେଟ ଦଳର ଅଧିନାୟକ ବାବର ଆଜାମ ଯୋଗ ଦେଇଥିଲେ। ନିକଟରେ ଶାହିନ ଏବଂ ବାବରଙ୍କ ମଧ୍ୟରେ ବିବାଦର ଖବର ଆସିଥିଲା, କିନ୍ତୁ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଅଛି।
୨୩ ବର୍ଷୀୟ ଶାହିନ ଆଫ୍ରିଦି କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି କରିସାରିଛନ୍ତି। ପ୍ରାୟତଃ ଡେଲ ଷ୍ଟେନ ଏବଂ ଜିମି ଆଣ୍ଡରସନଙ୍କ ପରି କିମ୍ବଦନ୍ତୀ ବୋଲରଙ୍କ ସହ ତାଙ୍କର ତୁଳନା କରାଯାଏ।

Share