ନୂଆଦିଲ୍ଲୀ,୨୨।୧୧: ଭାରତ ଏବଂ ଶ୍ରୀଲଙ୍କା ଆସନ୍ତା ବର୍ଷ ମିଳିତ ଭାବରେ ୨୦୨୬ ଟି୨୦ ବିଶ୍ୱକପ ଆୟୋଜନ କରିବେ। ଏଥିରେ ଆମେରିକୀୟ କ୍ରିକେଟ ଦଳ ମଧ୍ୟ ଅଂଶଗ୍ରହଣ କରିବ। ଆମେରିକା ଦଳର ଖେଳାଳି ଅଖିଳେଶ ରେଡ୍ଡୀଙ୍କୁ ICC ନିଲମ୍ବିତ କରିଛି। ୨୫ ବର୍ଷୀୟ ଏହି ଅଫ-ସ୍ପିନରଙ୍କ ନାଁରେ ଟି୧୦ ୨୦୨୫ ସହିତ ଜଡିତ ଦୁର୍ନୀତି ନିବାରଣ ସଂହିତାର ତିନୋଟି ଉଲ୍ଲଂଘନ ଅଭିଯୋଗ ଆସିଛି। ଅଖିଳେଶ ଲିଗରେ ୟୁପି ନବାବସ ଦଳ ପାଇଁ ଖେଳନ୍ତି।
ICC ଏକ ବିବୃତ୍ତିରେ କହିଛି, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ, ଏମିରେଟ୍ସ କ୍ରିକେଟ ବୋର୍ଡ ପକ୍ଷରୁ, ଆମେରିକୀୟ କ୍ରିକେଟ ଖେଳାଳି ଅଖିଳେଶ ରେଡ୍ଡୀଙ୍କ ଉପରେ ICC ଦୁର୍ନୀତି ନିବାରଣ ସଂହିତାର ତିନୋଟି ଉଲ୍ଲଂଘନ ଅଭିଯୋଗ ଆଣିଛି। ଏହି ଅଭିଯୋଗଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସରେ ଚାଲିଥିବା ଆବୁଧାବି ଟି୧୦ ୨୦୨୫ ଟୁର୍ନାମେଣ୍ଟ ସହିତ ଜଡିତ। ଇଭେଣ୍ଟ ପାଇଁ ନିଯୁକ୍ତ ଦୁର୍ନୀତି ନିବାରଣ ଅଧିକାରୀ (DACO) ଭାବରେ, ICC ଏମିରେଟ୍ସ କ୍ରିକେଟ ବୋର୍ଡ ପକ୍ଷରୁ ଏହି ଅଭିଯୋଗଗୁଡ଼ିକ କରିଛି।
୨୫ ବର୍ଷୀୟ ଅଖିଳେଶ ରେଡ୍ଡୀ ଯୁକ୍ତରାଷ୍ଟ୍ର କ୍ରିକେଟ ଦଳ ପାଇଁ ୪ଟି ଅନ୍ତର୍ଜାତୀୟ ଟି୨୦ମ୍ୟାଚ ଖେଳିଛନ୍ତି, ଯଦିଓ ସେ ବିଶେଷ ପ୍ରଭାବ ପକାଇପାରି ନ ଥିଲେ। ଅଖିଳେଶ ୪ଟି ଟି୨୦ ମ୍ୟାଚରେ କେବଳ ୧ ଉଇକେଟ ନେଇଛନ୍ତି।
:
Dharitri – Odisha’s No.1 Odia Daily

