ଗିନିଜ୍‌ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲେ ଏହି ଦମ୍ପତି: ଉଚ୍ଚତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବ୍ରାସିଲିଆ:ଗିନିଜ ୱାଲର୍‌ଡ ରେକର୍ଡସ୍‌ ସଂଗଠନ କ୍ରମାଗତ ବିଭିନ୍ନ ଉଲ୍ଲେଖନୀୟ ମାନବୀୟ ସଫଳତାକୁ ସ୍ବୀକୃତି ଦେଇଥାଏ। ନିକଟରେ ଏହା ବ୍ରାଜିଲର ଏକ ଦମ୍ପତିଙ୍କୁ ବିଶ୍ୱର ସବୁଠାରୁ କମ୍‌ ଉଚ୍ଚତା ବିଶିଷ୍ଟ ଦମ୍ପତି ଆଖ୍ୟା ପ୍ରଦାନ କରିଛି, ଯାହା ଅନେକ ସୋସିଆଲ ମିଡିଆ ୟୁଜର୍ସଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି।
୧୭ ସେପ୍ଟେମ୍ବର ୨୦୧୬ରେ ବିବାହ କରିଥିବା ବ୍ରାଜିଲର ୩୧ ବର୍ଷୀୟ ପାଓଲୋ ଗାବ୍ରିଏଲ୍‌ ଦା ସିଲ୍‌ଭା ବାରୋସ ଓ ତାଙ୍କ ସ୍ତ୍ରୀ କଟ୍ୟୁସିଆ ଲି ହୋଶିନୋ(୨୮) ବିଶ୍ୱର ସବୁଠାରୁ କମ୍‌ ଉଚ୍ଚତା ବିଶିଷ୍ଟ ଦମ୍ପତି ଭାବେ ମାନ୍ୟତା ପାଇଛନ୍ତି। ଗାବ୍ରିଏଲଙ୍କ ଉଚ୍ଚତା ୯୦.୨୮ ସେମି(ପ୍ରାୟ ୨.୯୬ଫୁଟ୍‌) ହୋଇଥିବା ବେଳେ ତାଙ୍କ ସ୍ତ୍ରୀ କଟ୍ୟୁସିଆଙ୍କ ଉଚ୍ଚତା ୯୧.୧୩ ସେମି(ପ୍ରାୟ ୨.୯୯ ଫୁଟ୍‌) ରହିଛି। ଏହି ଦମ୍ପତିଙ୍କର ମିଳିତ ଉଚ୍ଚତା ୧୮୧.୪୧ ସେମି ରହିଛି, ଯାହା ଏକ ବିଶ୍ୱ ରେକର୍ଡ ହୋଇଥିବା ଗିନିଜ ୱାଲର୍‌ଡ ରେକର୍ଡସ ପକ୍ଷରୁ କୁହାଯାଇଛି।
ପ୍ରଥମଥର ପାଇଁ ୨୦୦୬ରେ ଭର୍ଚୁଆଲ୍‌ ଯୋଗେ ଉଭୟ ଗାବ୍ରିଏଲ୍‌ ଓ କଟ୍ୟୁସିଆ ପରସ୍ପରକୁ ଜାଣିବାକୁ ପାଇଥିଲେ। ଗିନିଜ ରେକର୍ଡସ୍‌ରେ ସ୍ଥାନ ପାଇ ଗାବ୍ରିଏଲ୍‌ କହିଛନ୍ତି, ” ଆମେ ଉଚ୍ଚତାରେ ଛୋଟ ହୋଇପାରୁ, କିନ୍ତୁ ଆମର ହୃଦୟ ବଡ଼ ଏବଂ ଆମେ ପରସ୍ପରକୁ ବହୁତ୍ତ ଭଲ ପାଉ। ଆମ ଜୀବନରେ ଅନେକ ସମସ୍ୟା ଥିଲେ ମଧ୍ୟ ମୁଁ ଏବଂ କଟ୍ୟୁସିଆ ଖୁସିର ସହ ଏସବୁକୁ ଏକାଠି ମିଶି ସାମ୍‌ନା କରୁ “। ସାମାଜିକ ଚାପର ସମ୍ମୁଖୀନ ହେବା ପରିବର୍ତ୍ତେ ଉଭୟେ ଗାବ୍ରିଏଲ୍‌ ଓ କଟ୍ୟୁସିଆ ନିଜ ନିଜର ଶାରୀରିକ ଗୁଣକୁ ଗ୍ରହଣ କରି ପରସ୍ପର ମଧ୍ୟରେ ଏକ ସ୍ଥାୟୀ ସହଭାଗିତା ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ସୋସିଆଲ ମିଡିଆରେ ଅନେକ ୟୁଜର୍ସ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri