ଜିନ୍‌ପିଙ୍ଗଙ୍କ ସହ ହାତ ମିଳାଇଲେ ନାହିଁ ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ, ଜାଣନ୍ତୁ କାହିଁକି କଲେ ଏପରି…

ବେଜିଂ,୩ା୯: ଚାଇନାର ତିଆଞ୍ଜିନ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା। ମାଲେସିଆର ପ୍ରଧାନମନ୍ତ୍ରୀ ଅନଓ୍ବର ଇବ୍ରାହିମଙ୍କ ସ୍ତ୍ରୀ ଓ୍ବାନ ଅଜିଜା ଓ୍ବାନ ଇସମାଇଲ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ସହ ହାତ ମିଳାଇବାକୁ ମନା କରିଥିଲେ। ଜିନ୍‌ପିଙ୍ଗ SCO ଶିଖର ସମ୍ମିଳନୀର ସଦସ୍ୟ ଦେଶଗୁଡ଼ିକର ସର୍ବୋଚ୍ଚ ନେତାମାନଙ୍କୁ ସ୍ବାଗତ କରୁଥିଲେ। ଏହି ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ହାତ ମିଳାଇବାକୁ ମନା କରିଥିଲେ।

ପ୍ରକୃତରେ ଜିନ୍‌ପିଙ୍ଗ ଏବଂ ତାଙ୍କ ସ୍ତ୍ରୀ ପେଙ୍ଗ ଲିୟୁଆନ ମାଲେସିଆର ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସ୍ତ୍ରୀଙ୍କୁ ସ୍ବାଗତ କରୁଥିଲେ। ଏହି ସମୟରେ ଜିନ୍‌ପିଙ୍ଗ ଅନଓ୍ବର ଇବ୍ରାହିମଙ୍କ ସହ ହାତ ମିଳାଇ ତାଙ୍କ ସ୍ତ୍ରୀଙ୍କ ଆଡ଼କୁ ହାତ ବଢ଼ାଇଥିଲେ, କିନ୍ତୁ ମାଲେସିଆର ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ଓ୍ବାନ୍‌ ଅଜିଜା ହାତ ମିଳାଇବାକୁ ମନା କରିଥିଲେ। ସେ ତାଙ୍କ ହାତ ଯୋଡ଼ି ନମସ୍ତେ କହିଲେ ଏବଂ ସମ୍ମାନାର୍ଥେ ମୁଣ୍ଡ ନୁଆଇଁଲେ। ଜିନ୍‌ପିଙ୍ଗ ଏପରି ପରିସ୍ଥିତି ପାଇଁ ପ୍ରସ୍ତୁତ ନ ଥିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ଓ୍ବାନ ଅଜିଜା କିନ୍ତୁ ଜିନ୍‌ପିଙ୍ଗଙ୍କ ପତ୍ନୀଙ୍କ ସହ ହାତ ମିଳାଇଥିଲେ।

ଜିନ୍‌ପିଙ୍ଗଙ୍କ ସହ ହାତ ମିଳାଇବା ପାଇଁ କୌଣସି ସ୍ପଷ୍ଟ କାରଣ ଦିଆଯାଇ ନାହିଁ। ତଥାପି ଏହାର କୌଣସି ମାଲେସିଆନ ପରମ୍ପରା କିମ୍ବା ଧାର୍ମିକ କାରଣ ଥାଇପାରେ। ଅଜିଜା ମାଲେସିଆର ଜଣେ ବରିଷ୍ଠ ରାଜନେତା। ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ମାଲେସିଆର ଉପପ୍ରଧାନମନ୍ତ୍ରୀ ମଧ୍ୟ ରହିସାରିଛନ୍ତି।

ମାଲେସିଆ ଏବଂ ଚାଇନା ମଧ୍ୟରେ ସମ୍ପର୍କ ବହୁତ ଭଲ ରହିଛି। ଯଦିଓ କିଛି ପାର୍ଥକ୍ୟ ରହିଛି ତଥାପି ଆର୍ଥିକ ଏବଂ ରାଜନୈତିକ ସ୍ତରରେ ସହଯୋଗ ନିରନ୍ତର ଦେଖାଯାଇଛି। ଚାଇନା ମଧ୍ୟ ଏପର୍ଯ୍ୟନ୍ତ ମାଲେସିଆର ଏକ ପ୍ରମୁଖ ବାଣିଜି୍ୟକ ଅଂଶୀଦାର ହୋଇଆସିଛି। ଦୁଇ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ବାଣିଜ୍ୟ ହୋଇଛି। ଯନ୍ତ୍ରପାତି, ଇଲେକ୍ଟ୍ରୋନିକ୍ସ, ତେଲ ଏବଂ ଗ୍ୟାସ ତାଲିକାରେ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

US Tariff:‘ପଦ ଛାଡିବେ ଫ୍ରାନ୍ସ ରାଷ୍ଟ୍ରପତି’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୨୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି...

ଶହବାଜ-ମୁନିରଙ୍କୁ ମନାଇବାକୁ ପାକିସ୍ତାନ ଗସ୍ତ କରିବେ ସି ଜିନପିଙ୍ଗ

ବେଜିଂ,୨୦।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଘୋଷଣା କରିଛନ୍ତି ଯେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଖୁବ ଶୀଘ୍ର ପାକିସ୍ତାନ ଗସ୍ତ କରିବେ। ଏହି ଗସ୍ତ...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ବାଂଲାଦେଶ: ଚାଇନା ସହ ମିଶି ଚିକେନ ନେକରେ…

ଢାକା,୨୦।୧: ମହମ୍ମଦ ୟୁନୁସଙ୍କ ଶାସନରେ ବାଂଲାଦେଶ ନିରନ୍ତର ଭାରତ ବିରୋଧୀ ପଦକ୍ଷେପ ନେଇ ଆସୁଛି। ଭାରତ ବିରୋଧରେ ବାଂଲାଦେଶର ଷଡ଼ଯନ୍ତ୍ର ପୂର୍ବରୁ ପର୍ଦ୍ଦାଫାସ ହୋଇସାରିଛି ଏବଂ...

‘ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା’, ଟ୍ରମ୍ପ-ଏପଷ୍ଟାଇନଙ୍କ ସମ୍ପର୍କକୁ ନେଇ ମଲରେ ଲାଗିଲା ରେପ୍ଲିକା, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ଓ୍ବାଶିଂଟନ,୨୦।୧: ୱାଶିଂଟନ ଡି.ସି.ର ନ୍ୟାସନାଲ ମଲରେ ରାତାରାତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏକ ୧୦ ଫୁଟ ଉଚ୍ଚ ପ୍ରତିକୃତି ବା ରେପ୍ଲିକା। ଏହା ଡୋନାଲ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri